ETV Bharat / bharat

ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ବଢୁଛି ଭିଡ, ମେ ୧୦ରୁ ଆରମ୍ଭ ହୋଇଛି ଯାତ୍ରା - Chardham Yatra In Uttarakhand - CHARDHAM YATRA IN UTTARAKHAND

Chardham Yatra: ଦେଶର ଅନ୍ୟତମ ପବିତ୍ର ଯାତ୍ରା ଚାରିଧାମ ଯାତ୍ରା ମେ ୧୦ ରୁ ଆରମ୍ଭ ହୋଇଯାଇଛି । ବାବା କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର କବାଟ ଖୋଲିବା ପରେ ଆଜି ବଦ୍ରିନାଥଙ୍କ ମନ୍ଦିର କବାଟ ଖୋଲିଛି । ଅଧିକ ପଢନ୍ତୁ

Chardham Yatra
Chardham Yatra (ETV Bharat)
author img

By ETV Bharat Odisha Team

Published : May 13, 2024, 6:55 AM IST

ଡେରାଡୁନ: ଦେବଭୂମିରେ ଆରମ୍ଭ ହୋଇଯାଇଛି ଚାରିଧାମ ଯାତ୍ରା । ବାବା କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର କବାଟ ଖୋଲିବା ପରେ ଆଜି ବଦ୍ରିନାଥଙ୍କ ମନ୍ଦିର କବାଟ ଖୋଲିଛି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଗତ ୧୦ ମେ ରୁ ଆରମ୍ଭ ହୋଇଥିବା ଚାରି ଧାମ ଯାତ୍ରାରେ ସାମିଲ ହେବା ପାଇଁ ଦୂର ଦୂରାନ୍ତରୁ ଭକ୍ତଙ୍କୁ ସୁଅ ଛୁଟିଛି । ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଆକଳନ ଅନୁସାରେ ଏଥର ଚାରି ଧାମ ଯାତ୍ରା ପାଇଁ ରେକର୍ଡ ସଂଖ୍ୟକ ଭକ୍ତଙ୍କ ଆଗମନ ହେବା ନେଇ ସ୍ପଷ୍ଟ ହେଉଛି ।

କେଦାରନାଥ: ହିନ୍ଦୁ ଧର୍ମର ମାନ୍ଯତା ମୁତାବକ ଦେଶରେ ଥିବା ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ କେଦାରନାଥ ଧାମକୁ ବଢୁଥିବା ସଂଖ୍ୟକ ଭକ୍ତ ମାନଙ୍କର ଆଗମନ ହେଉଛି । ଆଜି (ରବିବାର) କେଦାରନାଥରେ ୭୫୧୩୯ ଜଣ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଯେଉଁଥିରେ ୧୫୨୩୭ ଜଣ ପୁରୁଷ ଓ ୭୯୫୩ ଜଣ ମହିଳା ସମେତ ୩୨୦ ଶିଶୁ ସାମିଲ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଖୋଲିଲା ବଦ୍ରିନାଥ ମନ୍ଦିର କବାଟ, 6 ମାସ ଯାଏଁ ଦର୍ଶନ କରିପାରିବେ ଭକ୍ତ - BADRINATH

ବଦ୍ରିନାଥ : ଆଜି ବଦ୍ରିନାଥ ମନ୍ଦିରର କବାଟ ସକାଳ ୬ ଟା ବେଳେ ଖୋଲିଥିଲା । ଆଜି ପ୍ରଥମ ଦିନରେ ୨୨୬୯୦ ଜଣ ଶ୍ରଦ୍ଧାଳୁ ଭଗବାନ ବଦ୍ରିନାଥଙ୍କ ଦର୍ଶନ କରିଛନ୍ତି । ଏଥିରେ ୧୪୦୬୮ ଜଣ ପୁରୁଷ , ୭୦୩୩ ଜଣ ମହିଳା ଓ ୧୫୮୯ ଜଣ ଶିଶୁ ସାମିଲ ଅଛନ୍ତି ।

ଗଙ୍ଗୋତ୍ରୀ ଧାମ: ଆଜି ପବିତ୍ର ଗଙ୍ଗୋତ୍ରୀ ଧାମରେ ୧୮୯୭୦ ଜଣ ଭକ୍ତ ଦର୍ଶନ କରିଛନ୍ତି । ଏଥିରେ ୯୯୪୧ ଜଣ ପୁରୁଷ, ୮୭୨୩ ଜଣ ମହିଳା ଓ ୩୦୯ ଜଣ ଶିଶୁ ସାମିଲ ଅଛନ୍ତି ।

ଯମୁନୋତ୍ରୀ ଧାମ: ଉତ୍ତରାଖଣ୍ଡର ଯମୁନୋତ୍ରୀ ଧାମରେ ଆଜି ୧୦୧୭୮ ଜଣ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ଯେଉଁଥିରେ ୫୪୮୭ ଜଣ ପୁରୁଷ , ୪୪୯୦ ଜଣ ମହିଳା ଓ ୪୩୩ ଜଣ ଶିଶୁ ସାମିଲ ଅଛନ୍ତି ।

ସେହିପରି ଯମୁନୋତ୍ରୀ ଧାମ ଯାତ୍ରାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ପହଞ୍ଚିବା କାରଣରୁ ଯମୁନୋତ୍ରୀ ମାର୍ଗରେ ବିଭିନ୍ନ ସ୍ଥାନରେ ବାରମ୍ବାର ଜାମ ରହିଥିଲା । ଏହି ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଓ ପ୍ରଶାସନକୁ ପରିଶ୍ରମ କରିବାକୁ ପଡିଛି । ଜିଲ୍ଲା ଅଧିକାରୀ ଡ. ମେହରବାନ ସିଂ ବିଷ୍ଟ ଓ ପୋଲିସ ଅଧୀକ୍ଷକ ଅର୍ପଣ ଯଦୁବଂଶୀ ଗହଳି ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ରହି ସ୍ଥିତି ନିରୀକ୍ଷଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.