ETV Bharat / bharat

ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭକ୍ତଙ୍କୁ ହୃଦଘାତ, ବାୟୁସେନାର ମୋବାଇଲ ହସ୍ପିଟାଲ କଲା ଜୀବନ ରକ୍ଷା - Ayodhya Ram Temple

IAF's Mobile Hospital Saves Devotee : ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ବୃଦ୍ଧ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ହୃଦଘାତର ଶିକାର ହୋଇଥିଲେ । ଉପସ୍ଥିତ ଥିବା ଆଇଏଏଫ୍(IAF) ର ବିଏଚଆଇଏସଏଚଏମ (BHISHM) କ୍ୟୁବ ଟିମ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଅଧିକ ପଢନ୍ତୁ

ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭକ୍ତଙ୍କୁ ହୃଦଘାତ, ବାୟୁସେନାର ମୋବାଇଲ ହସ୍ପିଟାଲ କଲା ଜୀବନ ରକ୍ଷା

author img

By ETV Bharat Odisha Team

Published : Jan 22, 2024, 8:47 PM IST

ଅଯୋଧ୍ୟା : ଆଜି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଏ ଅବସରରେ ଅନେକ ବିଶିଷ୍ଟ ବ୍ୟକ୍ତି, ସେଲିବ୍ରିଟି , ସାଧୁ ସନ୍ଥ ତଥା ସାଧାରଣ ଜନତା ସାମିଲ ହୋଇଥିଲେ । ତେବେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜଣେ ବୟସ୍କ ଭକ୍ତଙ୍କୁ ମନ୍ଦିର ମଧ୍ୟରେ ହୃଦଘାତ ହୋଇଥିଲା । ତେବେ ଭାରତୀୟ ବାୟୁ ସେନାର ରାପିଡ୍ ଆକ୍ସନ ଟିମ ର ମୋବାଇଲ ହସ୍ପିଟାଲ ଜରିଆରେ ଉକ୍ତ ବ୍ୟକ୍ତି ଙ୍କ ଜୀବନ ରକ୍ଷା କରାଯାଇପାରିଥିଲା ।

ସୂଚନା ଅନୁଯାୟୀ ୬୫ ବର୍ଷୀୟ ରାମକୃଷ୍ଣ ଶ୍ରୀବାସ୍ତବ ପ୍ରାଣ ପ୍ରତିଷ୍ଠା ଉତ୍ସବ ଚାଲୁଥିବା ବେଳେ ମନ୍ଦିର ପରିସର ମଧ୍ୟରେ ଟଳିପଡିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ବିଏଚଆଇଏସଏଚଏମ (BHISHM) କ୍ୟୁବ ଟିମ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ୱିଙ୍ଗ କମାଣ୍ଡର ମନୀଷ ଗୁପ୍ତା ଙ୍କ ନେତୃତ୍ବରେ ଏହି ଟିମ ତାଙ୍କୁ କ୍ରିଟିକାଲ ଗୋଲଡେନ ଆୱାର ମଧ୍ୟ ରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ହୃଦଘାତ ହେବାର ପ୍ରଥମ ଘଣ୍ଟାକୁ ଗୋଲଡେନ କ୍ରିଟିକାଲ ଆୱାର କୁହାଯାଏ କାରଣ ଏହି ଘଣ୍ଟାକ ମଧ୍ୟରେ ଉପଯୁକ୍ତ ଚିକିତ୍ସା ମିଳିଲେ ରୋଗୀକୁ ବଞ୍ଚାଇବା ସମ୍ଭବପର ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ ... ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ

ମେଡିକାଲ ରିପୋର୍ଟ ମୁତାବକ ଶ୍ରୀବାସ୍ତବଙ୍କ ବ୍ଲଡ ପ୍ରେସର ଲେଭଲ ଅତି ମାତ୍ରା ରେ ବଢି ୨୧୦/୧୭୦ mm Hg ହୋଇ ଯାଇଥିଲା । ରାପିଡ୍ ଆକ୍ସନ ଟିମ ପ୍ରଥମେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ହେବାରୁ ତାଙ୍କୁ ସିଭିଲ ହସ୍ପିଟାଲକୁ ପଠାଯାଇଥିଲା । ଯେଉଁ ଠାରେ ତାଙ୍କର ସ୍ବତନ୍ତ୍ର ଯତ୍ନ ନିଆଯାଉଛି ।

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ କୌଣସି ପ୍ରକାର ସ୍ବାସ୍ଥ୍ୟଗତ ଅସୁବିଧାକୁ ମୁକାବିଲା କରିବା ପାଇଁ ଆରୋଗ୍ୟ ମୈତ୍ରୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ ଅନ୍ତର୍ଗତ ୨ ଟି କ୍ୟୁବ-ବିଏଚଆଇଏସଏଚଏମ (BHISHM) ମୋବାଇଲ ହସ୍ପିଟାଲ୍ କୁ ପ୍ରସ୍ତୁତ ରଖାଯାଇଥିଲା । ଏହି ମୋବାଇଲ ହସ୍ପିଟାଲ ରେ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରାଂଶ ଯଥା ଡିଫିବ୍ରିଲେଟର, ସିରିଞ୍ଜ ଇନ୍ଫ୍ୟୁଜନ ପମ୍ପ, ଅକ୍ସିଜେନ ସିଲିଣ୍ଡର, ଏମରଜେନ୍ସି ଡ୍ରଗ୍ସ , ବ୍ରିଦିଙ୍ଗ ପମ୍ପ ଇତ୍ୟାଦି ଭଳି ବ୍ୟବସ୍ଥା ରହିଛି । ଏ ସମ୍ପର୍କ ରେ ଗତକାଲି (ରବିବାର) ଦିନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.