ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହେଲା ମହାୟୁତି ସରକାର । ମୁଖ୍ୟମନ୍ତ୍ରୀ ଭାବେ ନୂଆ ଇନିଂସ ଆରମ୍ଭ କଲେ ଦେବେନ୍ଦ୍ର ଫଡନାବିସ । ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଓ ଏକନାଥ ସିନ୍ଦେ ଶପଥ ନେଇଛନ୍ତି । 3 ଜଣଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ବହୁ ବିଜେପିର ବହୁ ଟପ୍ ଲିଡର ଓ ବଲିଉଡର ବହୁ କଳାକାର ବି ଶପଥ ଗ୍ରହଣ ସମାରୋହରେ ସାମିଲ ।
#WATCH | Mumbai: Maharashtra CM Devendra Fadnavis, Deputy CMs Eknath Shinde, Ajit Pawar pose for a photograph with PM Narendra Modi
— ANI (@ANI) December 5, 2024
(Source: DD News) pic.twitter.com/BbCpHXw1X8
ମହାରାଷ୍ଟ୍ର ପାଇଲା ନୂଆ ମୁଖ୍ୟମନ୍ତ୍ରୀ:
ଆଜିଠୁ ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ଦେବେନ୍ଦ୍ର ଫଡନାବିସଙ୍କ ରାଜ୍ । ସାଉଥ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାବିସ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଏକନାଥ ସିନ୍ଦେ ଓ ଏନସିପି ନେତା ଅଜିତ ପାୱାର ଶପଥ ଗ୍ରହଣ କରିଛନ୍ତି । ତୃତୀୟ ଥର ପାଇଁ ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅଜିତ ପାୱାର ଷଷ୍ଠ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏକନାଥ ସିନ୍ଦେ ।
ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ଟପ୍ ନେତା ସାମିଲ:
#WATCH | Prime Minister Narendra Modi arrives at Azad Maidan in Mumbai to attend the swearing-in ceremony of Maharashtra government
— ANI (@ANI) December 5, 2024
(Source: DD News) pic.twitter.com/FltCL8llht
ମହାରାଷ୍ଟ୍ରରେ ‘ମହାୟୁତି’ ସରକାରର ରାଜତିଳକର ସାକ୍ଷୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜେପି ନଡ୍ଡା, ନୀତିନ ଗଡକରି, ପିୟୁଷ ଗୋୟଲ, ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ରେଳମନ୍ତ୍ରୀ ଅଶ୍ବିନ ବୈଷ୍ଣବ, ଭୁପେନ୍ଦ୍ର ଯାଦବ, ଚିରାଗ ପାଶୱାନ, ଶିବରାଜ ସିଂ ଚୌହାନ, ରାମଦାସ ଅଠାୱାଲେ, ଧମେନ୍ଦ୍ର ପ୍ରଧାନ, ଜିତନ ରାମ ମାଝୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜଜୁ ପ୍ରମୁଖ ନେତା ଉପସ୍ଥିତ ଥିଲେ ।
#WATCH | Mumbai | NCP chief Ajit Pawar takes oath as Deputy CM of Maharashtra pic.twitter.com/j188Ec4YXu
— ANI (@ANI) December 5, 2024
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ:
ମହାରାଷ୍ଟ୍ର ସରକାରର ଶପଥ ଗ୍ରହଣ ସମାରୋହରେ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି । ସେମାନେ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
#WATCH | PM Narendra Modi congratulates Shiv Sena chief Eknath Shinde on taking oath as Maharashtra Deputy CM
— ANI (@ANI) December 5, 2024
(Source: DD News) pic.twitter.com/dHQEzx4KFM
ମହାୟୁତିରେ କିଏ ପାଇଥିଲା କେତେ ଆସନ ?
ଏଥର ମହାରାଷ୍ଟ୍ର ନିର୍ବାଚନରେ ବମ୍ପର ଭୋଟରେ ଜିତିଥିଲା ମହାୟୁତି ମେଣ୍ଟ । ବିରୋଧୀଙ୍କୁ ଧରାଶାୟୀ କରି ବିପୁଳ ଭୋଟରେ ଜିତିଥିଲା ମହାୟୁତି ମେଣ୍ଟ । ମେଣ୍ଟରେ ବିଜେପି ସର୍ବାଧିକ 132ଟି ଆସନ, ଶିବସେନା 57, ଏନସିପି 41ଟି ଆସନ ଜିତିଥିଲା ।
ଏହା ମଧ୍ୟ ପଢନ୍ତୁ: Opinion: 'ମୋଦିଙ୍କୁ ପୁଣି ମହାନ ବନାଇଲା ମହାରାଷ୍ଟ୍ର, ବିଶୃଙ୍ଖଳିତ ବିରୋଧୀ' ମଧ୍ୟପ୍ରଦେଶ ପରେ ମହାରାଷ୍ଟ୍ର; କେଉଁ ଯୋଜନା ମହାୟୁତି ପାଇଁ ସାଜିଲା ଗେମ୍ ଚେଞ୍ଜର |
ଦେବେନ୍ଦ୍ର ଫଡନାବିସଙ୍କ ସମ୍ପର୍କରେ...
#WATCH | Mumbai: Devendra Fadnavis meets Maharashtra Governor CP Radhakrishnan and Prime Minister Narendra Modi after taking oath as Chief Minister of Maharashtra pic.twitter.com/jsMFDrOuzO
— ANI (@ANI) December 5, 2024
ବିଜେପି ନେତା ଦେବେନ୍ଦ୍ର ଫଡନାବିସ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନାଗପୁର ସାଉଥ ନିର୍ବାଚନ ମଣ୍ଡଳୀରୁ ଜିତୁଥିବା ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ର ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ସେ ‘ଦେବବାବୁ’ ନାଁରେ ବେଶ ଜଣାଶୁଣା । ପ୍ରଥମ ଥର ପାଇଁ 44 ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡନାବିସ । ଆଉ ହାତେଇଥିଲେ ମହାରାଷ୍ଟ୍ରର ସବୁଠୁ କନିଷ୍ଠ ମୁଖ୍ୟମନ୍ତ୍ରୀର ତାଜ୍ । 1970 ମସିହା ଜୁଲାଇ 22ରେ ଜନ୍ମ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବିସ । ତାଙ୍କ ବାପା ଗଙ୍ଗାଧର ରାଓ ଫଡନାବିସ ଜଣେ ରାଜନେତା ଭାବେ ପରିଚିତ । ପ୍ରଥମ ଥର 2014ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡନାବିସ ।
ପରିବାର ସମ୍ପର୍କରେ:
ଦେବେନ୍ଦ୍ର ଫଡନାବିସଙ୍କ ପତ୍ନୀ ହେଉଛନ୍ତି ଅମୃତା ଫଡନାବିସ । ସେ ଜଣେ ବ୍ୟାଙ୍କର ଓ ସାମାଜିକ କର୍ମୀ ଭାବେ ଜଣାଶୁଣା । ଅମୃତା-ଦେବେନ୍ଦ୍ରଙ୍କ ଗୋଟିଏ ଝିଅ ରହିଛି । ତାଙ୍କ ନାଁ ଦିବିଜା ଫଡନାବିସ ।