ETV Bharat / bharat

ଦିଲ୍ଲୀରେ ବିଜେପିର 'କ୍ଲିନସ୍ବିପରେ ହ୍ୟାଟ୍ରିକ'; ପୁଣି ପଛରେ ପଡିଲା ଆପ୍‌-କଂଗ୍ରେସ - BJP sweeps Delhi

author img

By ETV Bharat Odisha Team

Published : Jun 4, 2024, 10:55 PM IST

Delhi Election Results 2024: ତୃତୀୟ ଥର ଲାଗି ଦିଲ୍ଲୀରେ କ୍ଲିନସ୍ବିପ୍‌ କରିଛି ବିଜେପି । 7ଟି ଲୋକସଭା ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ । ଅଧିକ ପଢନ୍ତୁ

Delhi Election Results 2024
Delhi Election Results 2024 (ETV Bharat Odisha)

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ବିଜେପିର ହ୍ୟାଟ୍ରିକ ବିଜୟ । 7ରୁ 7ଟି ଲୋକସଭା ଆସନ ପୋଛି ନେଇଛି ବିଜେପି । କାମ ଦେଲାନି ଆପ୍‌ କଂଗ୍ରେସର ରଣନୀତି । ଦିଲ୍ଲୀରେ ତୃତୀୟ ଥର ଲାଗି କ୍ଲିନସ୍ବିପ କରି ବଡ଼ ବିଜୟ ହାସଲ କରିଛି ଗୈରିକ ଦଳ । ଦିଲ୍ଲୀର ହଟସିଟ୍‌ କୁହାଯାଉଥିବା ନୂଆଦିଲ୍ଲୀ ଆସନରେ ବାଂସୁରୀ ସ୍ବରାଜ ପ୍ରଥମ ଥର ଲାଗି ବିଜୟୀ ହୋଇଥିବା ବେଳେ ଉତ୍ତର-ପୂର୍ବ ଦିଲ୍ଲୀରେ ମନୋଜ ତିୱାରୀ ତୃତୀୟ ଥର ଲାଗି ବିଜୟର ଧାରା ବଜାୟ ରଖିଛନ୍ତି ।

ନୂଆଦିଲ୍ଲୀରେ ଜିତିଲେ ବିଜେପି ପ୍ରାର୍ଥୀ ବାଂସୁରୀ ସ୍ବରାଜ

ନୂଆଦିଲ୍ଲୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବାଂସୁରୀ ସ୍ବରାଜ ବିଜୟୀ ହୋଇଛନ୍ତି । ଆମ ଆଦମି ପାର୍ଟି ସୋମନାଥ ଭାରତୀଙ୍କ ସହ ବାଂସୁରୀଙ୍କ କଡ଼ା ମୁକାବିଲା ହୋଇଥିଲା । ବାଂସୁରୀ ହେଉଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ତଥା ଦିବଙ୍ଗତ ସୁଷମା ସ୍ବରାଜଙ୍କ ଝିଅ । ବାଂସୁରୀ ବିଜୟୀ ହେବା ପରେ ଦିଲ୍ଲୀ ବିଜେପି ଶିବିରିରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବାଂସୁରୀ ସ୍ବରାଜଙ୍କୁ ବିଜୟକୁ ନେଇ ତାଙ୍କୁ ଦଳୀୟ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି ।

ଉତ୍ତର-ପଶ୍ଚିମ ଦିଲ୍ଲୀରେ ଜିତିଲେ ଯୋଗେନ୍ଦ୍ର

ଉତ୍ତର ପଶ୍ଚିମ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ଯୋଗେନ୍ଦ୍ର ଚନ୍ଦୋଲିଆ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଥିବା କଂଗ୍ରେସ ପ୍ରାର୍ଥୀ ଉଦିତ ରାଜଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

ଉତ୍ତର-ପୂର୍ବ ଦିଲ୍ଲୀରେ ମନୋଜ ତିୱାରୀଙ୍କ ହ୍ୟାଟ୍ରିକ ବିଜୟ

ଦିଲ୍ଲୀର ଅନ୍ୟତମ ହଟସିଟ୍‌ ଉତ୍ତର ପୂର୍ବ ଦିଲ୍ଲୀରେ ତୃତୀୟ ଥର ଲାଗି ବିଜୟ ଧାରା ବଜାୟ ରଖିଛନ୍ତି ବିଜେପିର ସେଲିବ୍ରିଟି ପ୍ରାର୍ଥୀ ମନୋଜ ତିୱାରୀ । ମନୋଜଙ୍କୁ ଟକ୍କର ଦେବା ଲାଗି ଅନେକ ବାଦବିବାଦ ସତ୍ତ୍ବେ କଂଗ୍ରେସ କହ୍ନୈୟା କୁମାରଙ୍କୁ ପ୍ରାର୍ଥୀ କରିଥିଲା । ଏଥିଲାଗି ଦଳୀୟ କନ୍ଦଳ ମଧ୍ୟ ଉପୁଜିଥିଲା । କିନ୍ତୁ ଏଠାକାର ଭୋଟର କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପି ପ୍ରାର୍ଥୀ ମନୋଜ 1 ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ପଶ୍ଚିମ ଦିଲ୍ଲୀରେ ବିଜେପିର ମହିଳା ପ୍ରାର୍ଥୀଙ୍କ ମୁଣ୍ଡରେ ବିଜୟ ମୁକୁଟ

ସେହିପରି ପଶ୍ଚିମ ଦିଲ୍ଲୀ (ୱେଷ୍ଟ ଦିଲ୍ଲୀ)ରେ ବିଜେପି ମହିଳା ପ୍ରାର୍ଥୀ କମଲଜିତ ସହରାୱତ ବିଜୟୀ ହୋଇଛନ୍ତି । ଆପ୍‌ର ହେଭିୱେଟ ନେତା ମହାବଳ ମିଶ୍ରା ପରାଜିତ ହୋଇଛନ୍ତି ।

ପୂର୍ବ ଦିଲ୍ଲୀରେ ବି ଜିତିଲା ବିଜେପି

ପୂର୍ବ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ହର୍ଷ ମଲହୋତ୍ରା ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଆପ୍‌ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

ଦକ୍ଷିଣ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ରାମବିର ବିଜୟୀ

ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରାମବିର ସିଂ ବିଧୁଡି ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ବନ୍ଦ୍ବୀ ଆପ୍‌ ନେତା ସହିରାମ ପହଲୱାନଙ୍କୁ ପରାଜିତ ହୋଇଛନ୍ତି ।

ଚାନ୍ଦିନୀ ଚୌକରୁ ଜିତିଲେ ବିଜେପି ପ୍ରାର୍ଥୀ

ଚାନ୍ଦିନା ଚୌକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରବୀଣ ଖଣ୍ଡେଲୱାଲ ବିଜୟୀ ହୋଇଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଜେପି ଅଗ୍ରୱାଲଙ୍କୁ ଗ୍ରହଣ କରିନାହାନ୍ତି ଜନତା । ତାଙ୍କୁ ପରାଜୟର ସାମ୍ନା କରିବାକୁ ଡ଼ିି । ବିଜେପି ପ୍ରାର୍ଥୀ ପ୍ରବୀଣ 89ହଜାର 325 ଭୋଟରେ ବିଜୟୀ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.