ETV Bharat / bharat

ଝୁଲି ରହିଲା କେଜ୍ରିଓ୍ବାଲଙ୍କ ଭାଗ୍ୟ: ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ - Delhi HC on Kejriwal petition

author img

By ETV Bharat Odisha Team

Published : Apr 3, 2024, 5:12 PM IST

Delhi High Court reserves order on petition moved by CM Arvind Kejriwal challenging his arrest: ଝୁଲି ରହିଲା କେଜ୍ରିଓ୍ବାଲଙ୍କ ଆବେଦନର ରାୟ । ସଂରକ୍ଷିତ ରଖିଲେ ଦିଲ୍ଲୀ ହୋଇକୋର୍ଟ । ପରବର୍ତ୍ତୀ ତାରିଖରେ ଘୋଷଣା । ଅଧିକ ପଢନ୍ତୁ

କେଜ୍ରିଓ୍ବାଲଙ୍କ ଆବେଦନର ରାୟ ସଂରକ୍ଷିତ, ଗତକାଲି ସତ୍ୟପାଠ ଦାଖଲ କରିଥିଲା ED

ନୂଆଦିଲ୍ଲୀ: ଗିରଫଦାରୀ ବିରୋଧରେ କେଜ୍ରିଓ୍ବାଲ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନର ରାୟ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ । ଆଜି ଏହି ମାମଲାଲର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ କରାଯାଇଥିଲା । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ, ଗତକାଲି ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲା ଓ କାର୍ଯ୍ୟାନୁଷ୍ଠା ସମ୍ପର୍କରେ ସବିଶେଷ ତଥ୍ୟ ସତ୍ୟପାଠ ଆକାରରେ ଦାଖଲ କରିଥିଲା । ଆଜି କୋର୍ଟ ମାମଲାର ଶୁଣାଣି ଅନିର୍ଦ୍ଦଷ୍ଟ ସମୟ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି । ପରବର୍ତ୍ତୀ ତାରିଖରେ ଏହା ପ୍ରକାଶ ପାଇବାକୁ ଥିବା ବେଳେ ତାରିଖ ଘୋଷଣା କରିନାହାନ୍ତି କୋର୍ଟ । ତେଣୁ କେଜ୍ରିଓ୍ବାଲଙ୍କ ମୁକ୍ତି ସମ୍ଭାବନା ଏବେ ଝୁଲି ରହିଛି ବୋଲି କହିବା ଭୁଲ ହେବନି ।

ଆଜି କେଜ୍ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଆଇଜୀବୀ ଅଭିଷେକ ମନୁ ସିଙ୍ଘଭୀ ପକ୍ଷ ରଖିଥିବା ବେଳେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଅତିରିକ୍ତ ସଲିସେଟର ଜେନେରାଲ ଏସ.ଭି ରାଜୁ ହାଜର ହୋଇଥିଲା । ନିର୍ବାଚନ ସମୟରେ ସମସ୍ତ ରାଜନୈତିକ ଦଳକୁ ପ୍ରଚାର କରିବା ପାଇଁ ସମାନ ସୁଯୋଗ ମଳିବା କଥା । ଏପରି କର୍ଯ୍ୟାନୁଷ୍ଠାନ କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ । ତେଣୁ ଏହାକୁ ଖାରଜ କରିବା ପାଇଁ କେଜ୍ରିଓ୍ବାଲଙ୍କ ପକ୍ଷରୁ ଦାବି ରଖାଯାଇଥିଲା । ଇଡି ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ନିର୍ବାଚନ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରୋକ ନଲାଗିବା ଉଚିତ ବୋଲି ଯୁକ୍ତି ଦର୍ଶାଯାଇଥିଲା । କୋର୍ଟ ଉଭୟ ପକ୍ଷର ତର୍କ ଶୁଣାଣି ପରେ ମାମଲାର ରାୟ ସଂରକ୍ଷିତ ରଖଛନ୍ତି । ଏହା ପରବର୍ତ୍ତୀ ତାରିଖରେ ପ୍ରକାଶ ପଇବ । କିନ୍ତୁ ପରବର୍ତ୍ତୀ ତାରିଖ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା କୋର୍ଟ ଆଜି ଧାର୍ଯ୍ୟ କରିନାହାନ୍ତି ।

ଗିରଫଦାରୀ ଓ ରାଉଜ ଆଭିନ୍ୟୁ କୋର୍ଟଙ୍କ ରିମାଣ୍ଡ ନିର୍ଦ୍ଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କରିଥିବା ଆବେଦନରେ ଗତକାଲି କେନ୍ଦ୍ରୀୟ ସଂସ୍ଥା ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ସତ୍ୟପାଠ ଜରିଆରେ ଉତ୍ତର ରଖିଥିଲା । କେଜ୍ରିଓ୍ବାଲଙ୍କ ମାମଲା ଖାରଜ ଆବେଦନକୁ ବିରୋଧ କରି ଇଡି କହିଥିଲା, କେଜ୍ରିଓ୍ବାଲ ଉଦ୍ଦେଶ୍ୟମୂଳକ ଭାବେ 9ଟି ସମନ ପାଇବା ପରେ ମଧ୍ୟ ହାଜର ହୋଇନଥିଲେ କିମ୍ବା ତଦନ୍ତରେ ଆଦୌ ସହଯୋଗ କରିନଥିଲେ । ଏହି ମମଲାର ତଦନ୍ତରେ ସହଯୋଗ କରିବା ପାଇଁ ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା । ସଂସ୍ଥା ତାଙ୍କୁ କ୍ରମାଗତ 9ଟି ସମନ ଜାରି କରିଥିଲେ ସୁଦ୍ଧା ସେ ଉଦ୍ଦେଶ୍ୟମୂଳକ ଭାବେ ହାଜର ନହେବା ସହ କୌଣସି ସହଯୋଗ ମଧ୍ୟ କରିନଥିଲେ ।

ଏହା ମଧ୍ୟ ପଢନ୍ତୁ:- କେଜ୍ରିଓ୍ବାଲଙ୍କ ଆବେଦନରେ କୋର୍ଟରେ EDର ସତ୍ୟପାଠ:‘ 9ଟି ସମନକୁ ଉଦ୍ଦେଶ୍ୟମୂଳକ ଭାବେ ଏଡାଇଥିଲେ କେଜ୍ରିଓ୍ବାଲ’ - ED files reply in Delhi HC

ଏଠାରେ ସୂଚନାଯୋଗ୍ୟ ଯେ, ଗତମାସ (ମାର୍ଚ୍ଚ) 21 ତାରିଖରେ ଗିରଫ ହେବା ପରେ କେଜ୍ରିଓ୍ବାଲ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ତାଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେଇ ଜେରା ମଧ୍ୟ କରିସାରିଛି । ତେବେ ଏହି ଗିରଫଦାରୀକୁ ବେଆଇନ ଦର୍ଶାଇ କେଜ୍ରିଓ୍ବାଲ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । କୋର୍ଟ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ଅନ୍ତରୀଣ ରହିତାଦେଶ ଜାରି କରିବା ପାଇଁ ମନା କରିବା ସହ 2ତାରିଖ ସୁଦ୍ଧା ବିସ୍ତୃତ ତଥ୍ୟ ରଖିବା ପାଇଁ ‘ଇଡି’କୁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି (ମଙ୍ଗଳବାର) ନିର୍ଦ୍ଧାରିତ ସମୟରେ ‘ଇଡି’ ସତ୍ୟପାଠ ଦାଖଲ କରିବା ପରେ ଆଜି କୋର୍ଟ ଚୂଡାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.