ETV Bharat / bharat

କାଲି କେଜ୍ରିଓ୍ବାଲଙ୍କ ଭାଗ୍ୟ ପରୀକ୍ଷା, ଗିରଫଦାରୀ ମାମଲାରେ ସଂରକ୍ଷିତ ରାୟ ପ୍ରକାଶ କରିବେ ଦିଲ୍ଲୀ ହାଇକୋର୍ଟ - Arvind Kejriwal plea - ARVIND KEJRIWAL PLEA

Delhi HC to deliver verdict on Arvind Kejriwal's plea: କାଲି କେଜ୍ରିଓ୍ବାଲଙ୍କ ଆବେଦନର ରାୟ ପ୍ରକାଶ କରିବେ ଦିଲ୍ଲୀ ହାଇକୋର୍ଟ । 3 ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ

କାଲି କେଜ୍ରିଓ୍ବାଲଙ୍କ ଭାଗ୍ୟ ପରୀକ୍ଷା, ସଂରକ୍ଷିତ ରାୟ ପ୍ରକାଶ କରିବେ ଦିଲ୍ଲୀ ହାଇକୋର୍ଟ

author img

By ETV Bharat Odisha Team

Published : Apr 8, 2024, 11:00 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀ ଓ କେନ୍ଦ୍ରୀୟ ସଂସ୍ଥାର ରିମାଣ୍ଡ ବିରୋଧରେ ହୋଇଥିବା ଆବେଦନର ଆସନ୍ତାକାଲି ରାୟ ପ୍ରକାଶ କରିବେ ଦିଲ୍ଲୀ ହଇକୋର୍ଟ । ଗିରଫଦାରୀ ଓ ରାଉଜ ଆଭିନ୍ୟୁ କୋର୍ଟଙ୍କ ରିମାଣ୍ଡ ନିର୍ଦ୍ଦେଶକୁ କେଜ୍ରିଓ୍ବାଲଙ୍କ ପକ୍ଷରୁ ଦିଲ୍ଲୀ ହଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । କୋର୍ଟ ଏହି ମାମଲାର ଚଳିତ ମାସ 3 ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଯାହା ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ।

ଗତମାସ 21 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେଜ୍ରିଓ୍ବାଲଙ୍କ ବାସଭବନରେ ଚଢାଉ କରିବା ସହ କିଛି ଘଣ୍ଟାର ଜେରା ପରେ ଗିରଫ କରିଥିଲା । ପରଦିନ ତାଙ୍କୁ କୋର୍ଟରେ ହାଜର କରିଥିଲା ତଦନ୍ତକାରୀ ସଂସ୍ଥା । ଏବେ ସେ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ଜେରା ହେବା ପରେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । କେନ୍ଦ୍ରୀୟ ସଂସ୍ଥାର ଗିରଫଦାରୀକୁ ବେଆଇନ ଦର୍ଶାଇବା ସହ ତଳକୋର୍ଟ ଦେଇଥିବା ରିମାଣ୍ଡକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏପ୍ରିଲ 3ରେ କେଜ୍ରିଓ୍ବାଲଙ୍କ ଦ୍ବାରା କରାଯାଇଥିବା ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଅନିର୍ଦ୍ଦିଷ୍ଟ ସମୟ ପାଇଁ ରାୟ ସଂରକ୍ଷିତ ରଖିଥିଲେ । ଏହା ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି । ଯାହା ଉପରେ ସମଗ୍ର ଦେଶର ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ :- ECI କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା TMC ନେତାଙ୍କୁ ଉଠାଇନେଲା ପୋଲିସ - TMC Leaders Protesting at EC Office

ସେ ଜେଲରେ ଥାଇ ମଧ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ଏହାକୁ ଚ୍ୟାଲେଞ୍ଜ କରାଯାଇ ଏକାଧିକ ମାମଲା କୋର୍ଟରେ ପହଞ୍ଚିଥିଲେ ସୁଦ୍ଧା ସମସ୍ତ ମାମଲାକୁ କୋର୍ଟ ଖାରଜ କରିସାରିଛନ୍ତି । ଗିରଫଦାରୀ କାରଣରୁ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି କହିସାରିଛନ୍ତି । କେଜ୍ରିଓ୍ବାଲ ମଧ୍ୟ କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଦଳ ଆମ ଆଦମୀ ପାର୍ଟି ମଧ୍ୟ ସ୍ପଷ୍ଟ କରିସାରିଛି । ନିକଟରେ ସମାନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଆମ ଆଦମୀ ପାର୍ଟି ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ସର୍ବୋଚ୍ଚ କୋର୍ଟରୁ ବେଲ ପାଇଛନ୍ତି । ସେ ଜେଲରୁ ମୁକୁଳିବା ପରେ କ୍ରମାଗତ ବିଜେପିକୁ ଟାର୍ଗେଟ କରିବା ଜାରି ରଖିଛନ୍ତି । ଆସନ୍ତାକାଲି କେଜ୍ରିଓ୍ବାଲଙ୍କ ଆବେଦନର ରାୟ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.