ETV Bharat / bharat

କେଜ୍ରିୱାଲଙ୍କୁ ଝଟକା; ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ - No Relief to Kejriwal - NO RELIEF TO KEJRIWAL

No Relief to Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହାଇକୋର୍ଟ ଝଟକା । ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ଏହାସହ କୋର୍ଟ EDକୁ ଜବାବ ମାଗିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 21, 2024, 4:56 PM IST

Updated : Mar 21, 2024, 5:25 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶକ୍ତ ଝଟକା । ତାଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସେ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିବା ବେଳେ ତାଙ୍କୁ ଝଟକା ମିଳିଛି । ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ପାଇଁ ମନା କରିବା ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)କୁ ଜବାବ ମାଗିଛନ୍ତି । ଏପ୍ରିଲ 22 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଜଷ୍ଟିସ ସୁରେଶ କୁମାର କାଇତ ଏବଂ ମନୋଜ ଜେନ୍‌ଙ୍କ ଦ୍ବାରା ଗଠିକ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

କୋର୍ଟରେ ପ୍ରମାଣ ଉପସ୍ଥାପନ କଲା ଇଡି: ଆଜି କେଜ୍ରିଓ୍ବାଲଙ୍କୁ ଇଡିରେ ହାଜର ପାଇଁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଥିଲେ କେଜ୍ରିଓ୍ବାଲ । ଆଜି ହାଇକୋର୍ଟରେ ଏହାର ଶୁଣାଣି ହୋଇଥିଲା । ତେବେ ଇଡି କୋର୍ଟରେ ନିଜର ପକ୍ଷ ରଖିଛି । କେଉଁ ଆଧାରରେ ଇଡି କେଜ୍ରିଓ୍ବାଲଙ୍କୁ ପଚରାଉଚରା କରୁଛି ସେନେଇ ସମସ୍ତ ତଥ୍ୟ ପ୍ରଦାନ କରିଥିଲା । ତେବେ ବାରମ୍ବାର ସମନ ଜାରି କରିବା ସତ୍ତ୍ବେ ମଧ୍ୟ ବାହାନା କରି କେଜ୍ରିଓ୍ବାଲ ସମନକୁ ଏଡାଉଥିବା ନେଇ କୋର୍ଟ ପକ୍ଷରୁ କୁହାଯାଇଛି । ଇଡିର ପକ୍ଷ ଏବଂ ସମସ୍ତ ପ୍ରମାଣକୁ ଆଧାର କରି ଶୁଣାଣି କରିଥିଲେ ହାଇକୋର୍ଟ । ତେବେ ଆମେ ଉଭୟଙ୍କ ପକ୍ଷ ଶୁଣିଛୁ ଏବଂ ଅନ୍ତରୀଣ ସୁରକ୍ଷା ପାଇଁ ଆମେ ରାଜି ନାହୁଁ ବୋଲି କହିଛନ୍ତି କୋର୍ଟ । ଏହାସହ ଇଡି ସମନର ପ୍ରତି ଉତ୍ତରରେ ହାଜର ହେବା ପାଇଁ କହିଛନ୍ତି ।

ଅଧିକ ପଢନ୍ତୁ: EDର ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଆଶଙ୍କା; ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ

ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କ ଓକିଲ କହିଥିଲେ ଯେ, ଇଡି କେଜ୍ରିଓ୍ବାଲଙ୍କୁ ଗିରଫ କରିବା ଆଶଙ୍କା ରହିଛି ଏବଂ ଯଦି ତାଙ୍କୁ ସୁରକ୍ଷା ଦିଆଯାଏ ତେବେ ସେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି । ଏନେଇ ଏଏସଜି ଏସଭି ରାଜୁ କହିଛନ୍ତି, "ଯାଚିକା ସଠିକ ଢଙ୍ଗରେ ପ୍ରସ୍ତୁତ କରାଯାଇ ନଥିଲା । ଏହା ହିଁ ମୁଖ୍ୟ କାରଣ ରହିଲା । ତେଣୁ ହାଇକୋର୍ଟରୁ କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି ମିଳିଲା ନାହିଁ । "

ଗତ 17 ତାରିଖରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ଜଳ ବୋର୍ଡରେ ଅନିୟମିତତା ଓ ଅବକାରୀ ଦୁର୍ନୀତି ମାମଲାରେ ସମନ ଜାରି କରିଥିଲା ଇଡି । ଦିଲ୍ଲୀ ଜଳ ବୋର୍ଡରେ ଅନିୟମିତତା ପ୍ରସଙ୍ଗରେ 18 ତାରିଖରେ ହାଜର ହେବା ପାଇଁ କୁହାଯାଇଥିବା ବେଳେ ବେଆଇନ ବୋଲି ସମନକୁ ଏଡାଇଥିଲେ । ସେହିପରି ଅବକାରୀ ଦୁର୍ନୀତି ମାମଲାରେ 9ମ ସମନ ଜାରି କରି ଆଜି ଇଡିରେ ହାଜରଲ ହେବା ନେଇ କେଜ୍ରିଓ୍ବାଲଙ୍କୁ କୁହାଯାଇଥିଲା । ଇଡିର ସମନକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ପ୍ରକାଶଥାଉକି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ଇଡି ପକ୍ଷରୁ 9 ଥର ସମନ ଜାରି କରାଯାଇଛି । କିନ୍ତୁ ହାଜର ହୋଇନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହି ମାମଲାରେ ପୂର୍ବରୁ ସଞ୍ଜୟ ସିଂ, ମନୀଷ ସିସୋଦିଆ ଏବଂ କେ କବିତା ଗିରଫ ହୋଇ ଜେଲ୍‌ରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 21, 2024, 5:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.