ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲା । ପୁଣି ବଢିଲା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି । ଆସନ୍ତା ମାର୍ଚ୍ଚ 15 ପର୍ଯ୍ୟନ୍ତ ଏହି ଅବଧି ବୃଦ୍ଧି କରିଛନ୍ତି ରାଉଜ ଆଭେନ୍ୟୁ କୋର୍ଟ । ପ୍ରକାଶଥାଉକି, ଗତ ଫେବୃଆରୀ 5 ତାରିଖରେ ସିବିଆଇ ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଫେବୃଆରୀ 22 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ।
ପ୍ରକାଶଥାଉକି, ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ଆଜି ଶେଷ ହେବାର ଥିଲା । ଫଳରେ କଡା ସୁରକ୍ଷା ବଳୟ ମଧ୍ୟରେ ଆଜି ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ତେବେ ଆଜି ପୁଣି ଥରେ ତାଙ୍କର ନ୍ୟାୟିକ ହେପାଜତକୁ ବୃଦ୍ଧି କରାଯାଇଛି । ଆସନ୍ତା ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପୂର୍ବରୁ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବା ପାଇଁ 3ଦିନ ପାଇଁ ବେଲ ପାଇଥିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ: ସମ୍ପର୍କୀୟଙ୍କ ବିବାହରେ ଯୋଗଦେବେ ସିସୋଦିଆ, ମିଳିଲା 3 ଦିନିଆ ବେଲ
ପୂର୍ବରୁ ସିବିଆଇ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଷ୍ଟାଟସ ରିପୋର୍ଟ ଖୋଲାଯାଇ ନଥିବା ନେଇ କୋର୍ଟ କହିଛନ୍ତି । ଏହି ତଥ୍ୟ ଆଧାରରେ ଶୁଣାଣି କରାଯାଇ ପାରିବ ନାହିଁ ତେଣୁ ଆସନ୍ତା 12 ତାରିଖରେ ଏହି ଶୁଣାଣି କରାଯିବ ବୋଲି କହିଛନ୍ତି । ଏହାସହ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ମଧ୍ୟ ଏହି ତାରିଖ ଯାଏଁ ବୃଦ୍ଧି କରାଯିବ ବୋଲି କୁହାଯାଇଛି ।
ପ୍ରକାଶଥାଉକି, ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ 2023 ମସିହା ଫେବୃଆରୀ 26ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସିସୋଦିଆଙ୍କୁ ଗିରଫ କରିଥିଲା । ଏହା ପରେ ମାର୍ଚ୍ଚ 9 ତାରିଖରେ ମନି ଲଣ୍ଡ୍ରିଂ ଆକ୍ଟରେ ଜେଲରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ 3ଦିନ ବେଲ ପାଇଥିଲେ ସିସୋଦିଆ। ତାଙ୍କ ବେଲ ଆବେଦନ ବାରମ୍ବାର ଖାରଜ ହେବା ସହ ବିଚାର ବିଭାଗୀୟ ହାଜତ ଅବଧି ମଧ୍ୟ କ୍ରମାଗତ ବଢିବାରେ ଲାଗିଛି । ପୁଣିଥରେ ମାର୍ଚ୍ଚ 12 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି କୋର୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ