ETV Bharat / bharat

CJI ଙ୍କୁ ବି ଛାଡିଲେନି ଠକ, ଚନ୍ଦ୍ରଚୂଡଙ୍କ ନାଁରେ ଆସିଲା ଏମିତି ମେସେଜ... - Scammers Poses As CJI

author img

By ETV Bharat Odisha Team

Published : Aug 28, 2024, 9:27 AM IST

Updated : Aug 28, 2024, 10:27 AM IST

Scammers Poses As CJI: ଦିଲ୍ଲୀରୁ ସାମନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଯେଉଁଥିପାଇଁ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ସାଇବର ସେଲରେ ଏତଲା ଦେବାକୁ ପଡ଼ିଛି । କ'ଣ ପୂରା ଘଟଣା ଜାଣନ୍ତୁ।

Scammers Poses As CJI
Scammers Poses As CJI (ETV Bharat)

ନୂଆଦିଲ୍ଲୀ: ସାଇବର ଫ୍ରଡର ନୂଆ ତରିକା। ଦିଲ୍ଲୀରୁ ସାମନାକୁ ଆସିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଆଉ କେହି ନୁହେଁ ବରଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନାଁ ନେଇ ଠକେଇ କରିବାକୁ ଚେଷ୍ଟା କରିଛନ୍ତି ଅଭିଯୁକ୍ତ।

Scammers Poses As CJI
Scammers Poses As CJI (ETV Bharat)

ସାଇବର ସେଲରେ ମାମଲା:

ଦିଲ୍ଲୀ ପୋଲିସର ସାଇବର ସେଲ ଏନେଇ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

CJI ଙ୍କ ନାଁରେ ମେସେଜ:

ଗତକାଲି (ମଙ୍ଗଳବାର) ସୋସିଆଲ ମିଡିଆରେ ଅଭିଯୁକ୍ତ ମେସେଜ ଲେଖିଥିଲା, ମୁଁ ଚିଫ୍ ଜଷ୍ଟିସ ଅଫ୍ ଇଣ୍ଡିଆ (CJI) କହୁଛି। କଲେଜିୟମ ସହ ଆମର ଏକ ଡିପାର୍ଟମେଣ୍ଟ ମିଟିଂ ଅଛି। ମୁଁ କନାଟ ପ୍ଲେସରେ ଫସି ଯାଇଛି। କ'ଣ ଆପଣ ମୋତେ କ୍ୟାବ ବୁକ୍ ପାଇଁ 500ଟଙ୍କା ପଠାଇପାରିବେ କି? ମୁଁ ସୁପ୍ରିମକୋର୍ଟ ପହଞ୍ଚିବା ମାତ୍ରେ ହିଁ ଟଙ୍କା ଫେରସ୍ତ କରିଦେବି।

ଏହା ବି ପଢନ୍ତୁ...ହୁସିଆର ! ଗୋଟିଏ କ୍ଲିକରେ ଖାଲି ହୋଇପାରେ ଆକାଉଣ୍ଟ, ରାଜସ୍ଥାନରୁ ବନ୍ଧା ହେଲେ 4 ହାଇପ୍ରୋଫାଇଲ ଠକ - Cyber Fraud Racket

ଆଇପ୍ୟାଡ୍ ଡିଆଇସରୁ ଆସିଥିଲା ମେସେଜ:

ଖାଲି ସେତିକି ନୁହେଁ, ଏହି ମେସେଜର ଶେଷରେ ଆଇପ୍ୟାଡରୁ ମେସେଜ ଆସିଥିବା ଉଲ୍ଲେଖ ହୋଇଥିଲା। 'ସେଣ୍ଟ ଫ୍ରମ ଆଇପ୍ୟାଡ୍' ବୋଲି ଲେଖିଥିଲା ଅଭିଯୁକ୍ତ। ଏନେଇ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ସାଇବର ସେଲରେ ଏତଲା ଦିଆଯାଇଛି ।

30ଜୁନ ଭିତରେ 175 ସାଇବର କ୍ରାଇମ:

ରାଜଧାନୀ ଦିଲ୍ଲୀରେ ସାଇବର ଅପରାଧ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦିଲ୍ଲୀ ପୋଲିସ ଲଗାତାର ଏହା ଉପରେ ନଜର ରଖିଛି। ବାରମ୍ବାର ଲୋକଙ୍କୁ ସଚେତନ ରହିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଉଛି। ତଥାପି ସାଇବର ଅପରାଧୀମାନଙ୍କ ଦୌରାତ୍ମ୍ୟ କମିବାରେ ନାଁ ନେଉନାହିଁ। ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ (IFSO) ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଜୁନ 30 ତାରିଖ ମଧ୍ୟରେ ଦିଲ୍ଲୀରେ 175 ସାଇବର ଅପରାଧ ମାମଲା ସାମନାକୁ ଆସିଛି। କେବଳ ଦିଲ୍ଲୀ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଅନଲାଇନ ଠକେଇ ମାମଲା ସାମନାକୁ ଆସୁଛି। ବର୍ତ୍ତମାନ ଠକଙ୍କ ଟାର୍ଗେଟରେ ରହିଛନ୍ତି ହାଇପ୍ରୋଫାଇଲ ଲୋକ। ଯେଉଁମାନଙ୍କ ନାଁ ନେଇ ସେମାନେ ମୋଟା ଅଙ୍କର ଟଙ୍କା ଆଦାୟ କରିବାକୁ ଚଳାଇଛନ୍ତି ମାଷ୍ଟରପ୍ଲାନ।

ଏହା ବି ପଢନ୍ତୁ...ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା, ଝାରପଡ଼ା ଜେଲରୁ କଲିକତା ଗଲା ଅଭିଯୁକ୍ତ - cyber fraud

ଏହା ବି ପଢନ୍ତୁ...ହୁସିଆର! ମାତିଛନ୍ତି ନାଇଜେରିଆ ଠକ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚୁନା ଲଗାଇ ୨ ଗିରଫ - Nigerian Fraudsters Arrested

Last Updated : Aug 28, 2024, 10:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.