ETV Bharat / bharat

ସାଂସଦ ପଦର ଶପଥ ନେବେ ସଞ୍ଜୟ, କୋର୍ଟ ଦେଲେ ନିର୍ଦ୍ଦେଶ - Delhi Court

Sanjay Singh take oath as MP: ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ଜେଲରେ ଥିବା ‘ଆପ’ ନେତା ସଞ୍ଜୟ ସିଂ । ରାଉଜ ଆଭିନ୍ୟୁ କୋର୍ଟ ଦେଲେ ନିର୍ଦ୍ଦେଶ । 8 କିମ୍ବା 9 ତାରିଖରେ ନେବେ ଶପଥ । ଅଧିକ ପଢନ୍ତୁ

ସାଂସଦ ପଦର ଶପଥ ନେବେ ସଞ୍ଜୟ, କୋର୍ଟ ଦେଲେ ନିର୍ଦ୍ଦେଶ

author img

By ETV Bharat Odisha Team

Published : Feb 6, 2024, 8:33 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ଥିବା ‘ଆମ ଆଦମୀ ପାର୍ଟି’ର ବରିଷ୍ଠ ନେତା ସଞ୍ଜୟ ସିଂଙ୍କୁ ରାଜ୍ୟସଭା ସାଂସଦ ଭାବେ ଶପଥ ନେବାକୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଅନୁମତି ଦେଇଛନ୍ତି । ସଞ୍ଜୟ ଏବେ ତିହାର ଜେଲରେ ଅଛନ୍ତି । ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆମ ଆଦମୀ ପାର୍ଟି ତାଙ୍କୁ ପୁଣି ଥରେ ରାଜ୍ୟସଭାକୁ ମନୋନିତ କରିଛି । ତେବେ ତାଙ୍କୁ ଚଳିତ 5 ତାରିଖରେ ପ୍ରଥମ ଥର ଶପଥ ପାଠ କରାଇବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ ମନା କରିଦେଇଥିଲେ । ଏବେ କୋର୍ଟରୁ ପୁଣି ଥରେ ଅନୁମତି ପାଇବା ପରେ ସଞ୍ଜୟ 8 କିମ୍ବା 9 ତାରିଖରେ ସଂସଦରେ ପହଞ୍ଚି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିପାରନ୍ତି ।

ଆଜି ଏହି ମାମଲାର ଶୁଣାଣି ରାଉଜ ଆଭିନ୍ୟୁ କୋର୍ଟର ସ୍ବତନ୍ତ୍ର ବିଚାରପତି ଏମ.କେ ନାଗପାଲଙ୍କ ଦ୍ବାରା ହୋଇଥିଲା । ପୂର୍ବରୁ କୋର୍ଟ ଗତ 3 ତାରିଖରେ ସଞ୍ଜୟଙ୍କୁ ଶପଥ ନେବା ପାଇଁ ଅନୁମତି ଦେଇଥିଲେ । ହେଲେ ସେତେବେଳେ କୌଣସି କାରଣବଶତଃ ତାଙ୍କୁ ଶପଥ ପାଠ କରାଯାଇନଥିଲା । ଆଜି ସେ ପୁଣି ଦ୍ବିତୀୟ ଥର ଏହି ଅନୁମତି ପାଇଛନ୍ତି । ସେ 8 କିମ୍ବା 9 ତାରିଖରେ ଶପଥ ନେବା ପାଇଁ ସଂସଦରେ ପହଞ୍ଚିବେ । ପୋଲିସ ତାଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ସଂସଦରେ ପହଞ୍ଚାଇବ । ସେ ଶପଥ ଗ୍ରହଣ କରିବା ସହ ଗୃହରେ ଉପସ୍ଥିତ ରହିବେ । ପୁଣି ତାଙ୍କୁ ତିହାର ଜେଲକୁ ଫେରାଇ ଆଣିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

3 ତାରିଖରେ କୋର୍ଟରୁ ଅନୁମତି ପାଇବା ପରେ 5 ତାରିଖରେ ସେ ରାଜ୍ୟସଭାରେ ଶପଥ ପାଠ କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ଏହି କାର୍ଯ୍ୟକ୍ରମ ରାଜ୍ୟସଭାର ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଅନ୍ତର୍ଭୂକ୍ତ ହୋଇନଥିବାରୁ ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ ତାଙ୍କୁ ଶପଥ ପାଠ କରାଇନଥିଲେ । ହେଲେ ଚଳିତ ଥର କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସଞ୍ଜୟ ବନ୍ଦ ଥିବା ତିହାର ଜେଲର ଅଧୀକ୍ଷକ ଲୋକସଭା ସଚିବାଳୟକୁ ଏସମ୍ପର୍କରେ ଅବଗତ କରି ଆଗୁଆ ବ୍ୟବସ୍ଥା କରିବେ । ପୋଲିସ ତାଙ୍କୁ ଉପଯୁକ୍ତ ସୁରକ୍ଷା ସହ ସଂସଦରେ ପହଞ୍ଚାଇବ । ସେ ଶପଥ ଗ୍ରହଣ କରିବା ପରେ ପୁଣି ଜେଲକୁ ଫେରିବେ ।

ଏହା ମଧ୍ୟ ପଢନ୍ତୁ :- ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ NCP ଘୋଷଣା କଲେ ନିର୍ବାଚନ ଆୟୋଗ

ଦିଲ୍ଲୀ ଅବକାରୀ ଘୋଟାଲା ସହ ଜଡିତ ମନିଲଣ୍ଡ୍ରିଂ ମାମଲାରେ ସଞ୍ଜୟଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫ ହେବା ପରେ ଏକାଧିକ ଥର ତାଙ୍କ ବେଲ ଖାରଜ ହୋଇସାରିଛି । ମନୀଷ ସିସୋଦିଆଙ୍କ ପରେ ଏହି ମାମଲାରେ ଗିରଫ ହେବାରେ ସଞ୍ଜୟ ହେଉଛନ୍ତି ଦଳର ଦ୍ବିତୀୟ ନେତା । ଏବେ ଏହି ମାମଲାରେ ଦଳମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକାଧିକ ଥର ସମନ ଜାରି କରିସାରିଛି । ହେଲେ କେଜ୍ରିଓ୍ବାଲ ତଦନ୍ତରେ ସହଯୋଗ କରୁନଥିବାରୁ କେନ୍ଦ୍ରୀୟ ସଂସ୍ଥା ଏବେ କୋର୍ଟର ଦ୍ବାରସ୍ଥ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.