ETV Bharat / bharat

ଦିଲ୍ଲୀ କୋଚିଂ ସେଣ୍ଟର ଟ୍ରାଜେଡି: ସୁପ୍ରିମକୋର୍ଟ ଖପ୍ପା, କହିଲେ କୋଚିଂ ସେଣ୍ଚର ଏବେ ଡେଥ ଚାମ୍ବର - SC ON COACHING CENTER TRAGEDY

author img

By ETV Bharat Odisha Team

Published : Aug 5, 2024, 3:34 PM IST

Top Court On Delhi Tragedy: ଦିଲ୍ଲୀ କୋଚିଂ ସେଣ୍ଟର ମାମଲାରେ ସର୍ବୋଚ୍ଚ କୋର୍ଟ ଖପ୍ପା । ଆବେଦନକାରୀଙ୍କୁ ଲକ୍ଷେ ଟଙ୍କାର ଫାଇନ । କେନ୍ଦ୍ର ଓ ଦିଲ୍ଲୀକୁ ରିପୋର୍ଟ ତଲବ । ଅଧିକ ପଢନ୍ତୁ

ଦିଲ୍ଲୀ କୋଚିଂ ସେଣ୍ଟର ଟ୍ରାଜେଡି: ସୁପ୍ରିମକୋର୍ଟ କହିଲେ କୋଚିଂ ସେଣ୍ଚର ଏବେ ଡେଥ ଚାମ୍ବର, ଆବେଦନକାରୀଙ୍କ ଉପରେ ଲକ୍ଷ ଟଙ୍କାରେ ଫାଇନ
ଦିଲ୍ଲୀ କୋଚିଂ ସେଣ୍ଟର ଟ୍ରାଜେଡି: ସୁପ୍ରିମକୋର୍ଟ କହିଲେ କୋଚିଂ ସେଣ୍ଚର ଏବେ ଡେଥ ଚାମ୍ବର, ଆବେଦନକାରୀଙ୍କ ଉପରେ ଲକ୍ଷ ଟଙ୍କାରେ ଫାଇନ (ETV Bharat Odisha)

ନୂଆଦିଲ୍ଲୀ: ଓଲ୍ଡ ରାଜେନ୍ଦ୍ର ନଗର କୋଚିଂ ସେଣ୍ଟରର ବେସମେଣ୍ଟରେ ୟୁପିଏସସି(UPSC) ଆଶାୟୀ 3 ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେବା ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ଉପରେ କୋର୍ଟ ବର୍ଷିଛନ୍ତି । କୋଚିଂ ଆଳରେ ସେଣ୍ଟରମାନେ ଏବେ ‘ମୃତ୍ୟୁର କୋଠରୀ’ ( Death Chambers) ହୋଇସାରିଲେଣି ବୋଲି କୋର୍ଟ ଟିପ୍ପଣୀ କରିବା ସହ ଏହି ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି, ସେନେଇ ରିପୋର୍ଟ ମଧ୍ୟ ତଲବ କରିଛନ୍ତି । ଏହା ସହ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିବା କୋଚିଂ ସେଣ୍ଟର ଫେଡେରେସନ ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଭର୍ତ୍ସନା କରିଛନ୍ତି । ଏହା ସହ ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କାର ଫାଇନ ମଧ୍ୟ କରିଛନ୍ତି ।

  • କୋଚିଂ ସେଣ୍ଟର ଫେଡେରେସନ ଯାଇଥିଲା ସୁପ୍ରିମକୋର୍ଟ:-

ଦିଲ୍ଲୀରେ ଥିବା ଏକାଧିକ କୋଚିଂ ସେଣ୍ଟରରେ ଚଢାଉ ପରେ ନିର୍ଦ୍ଦେଶାବଳି ଉଲ୍ଲଙ୍ଘନ କରିଥିବା ସେଣ୍ଟରକୁ ସିଲ କରିଥିଲା ମହାନଗର ନିଗମ । ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । କୋର୍ଟ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନକୁ ସଠିକ ଦର୍ଶାଇବା ସହ ନିୟମ ଉଲ୍ଲଂଘନକାରୀ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବା ପାଇଁ ହାଇକୋର୍ଟ କହିଥିଲେ । ଏହାକୁ ଚ୍ୟାଲେଞ୍ଜ କରି କୋଚିଂ ସେଣ୍ଟର ଫେଡେରେସନ ପକ୍ଷରୁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ଦାଏର କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜଳା ଭୂୟାଁଙ୍କ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :-IAS ଆଶାୟୀଙ୍କ ମୃତ୍ୟୁ ପରେ ଦିଲ୍ଲୀ ସରକାର ଆଖି ଖୋଲିଲା; ଆସିବ ରେଗୁଲେସନ-ଆକ୍ଟ, ଆଉ ସହଜ ହେବନି କୋଚିଂ ସେଣ୍ଟର ପ୍ରତିଷ୍ଠା - Delhi coaching incident

  • ଆବେଦନକାରୀଙ୍କୁ ଲକ୍ଷେ ଟଙ୍କାର ଫାଇନ:-

କୋର୍ଟ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ, ଦିଲ୍ଲୀ ମହାନଗର ନିଗମ ଓ କେନ୍ଦ୍ର ସରକାର ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ହଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀଙ୍କୁ ଏକ ଲକ୍ଷ ଟଙ୍କାର ଫାଇନ କରିଥିଲେ କୋର୍ଟ । କୋଚିଂ ସେଣ୍ଟରମାନେ କୋଚିଂ ଆଳରେ ପିଲାଙ୍କ ପାଇଁ ଡେଥ ଚାମ୍ବର ଖୋଳାଯାଇଛି ବୋଲି ଟିପ୍ପଣୀ କରିଥିଲେ ଖଣ୍ଡପୀଠ । ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି, ସେ ସମ୍ପର୍କରେ ଖଣ୍ଡପୀଠ ଉତ୍ତର ଚାହିଁଥିଲେ । ପରବର୍ତ୍ତୀ ଶୁଣାଣି କରିବା ପୂର୍ବରୁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ରିପୋର୍ଟ ଦାଖଲ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.