ETV Bharat / bharat

ଗଲେନି କୋର୍ଟ, ଭିସି ଜରିଆରେ ହାଜର ହେଲେ କେଜ୍ରିୱାଲ: ମାର୍ଚ୍ଚ ୧୬ରେ ହାଜର ପାଇଁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Feb 17, 2024, 9:56 AM IST

Updated : Feb 17, 2024, 10:28 AM IST

CM Arvind Kejriwal To Appear In Court: ଆଜି ରାଉଜ ଆଭେନ୍ୟୁ କୋର୍ଟରେ ଭିସି ଜରିଆରେ ହାଜର ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଘୋଟାଲା ମାମଲାରେ ପୂର୍ବରୁ ଇଡିର ବାରମ୍ବାର ସମନ ସତ୍ତ୍ବେ ଧରାଛୁଆଁ ଦେଉନଥିଲେ କେଜ୍ରିୱାଲ । ମାର୍ଚ୍ଚ ୧୬ରେ ହାଜର ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ,

Kejriwal To Appear In Court
Kejriwal To Appear In Court

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବଜେଟ୍ ଅଧିବେଶନ ଯୋଗୁ ଇଡିରେ ହାଜର ହୋଇନଥିବା ନେଇ ସେ ଭିସି ଜରିଆରେ କହିଛନ୍ତି। ତେବେ ମାର୍ଚ୍ଚ ୧୬ରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବରୁ 5 ଥର ଇଡିର ସମନ କରିଥିଲେ ବି ହାଜର ହୋଇନଥିଲେ କେଜ୍ରିୱାଲ । ଯାହାକୁ ନେଇ କୋର୍ଟରେ ହାଜର ହେବାକୁ ଗତ 7 ତାରିଖରେ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ଆଣିଥିବା ଅଭିଯୋଗର ଶୁଣାଣି କରି କୋର୍ଟ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଲଗାତାର ଇଡି ସମନକୁ ଅଣଦେଖା କରୁଛନ୍ତି। ମନି ଲଣ୍ଡରିଂ ଆଇନ ଆନ୍ତର୍ଗତ ଧାରା 50 ଆଧାରରେ କେଜ୍ରିୱାଲଙ୍କୁ ୬ଥର ସମନ କରାଯାଇଛି। ହେଲେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନାହାନ୍ତି । ସୂଚନା ଅନୁସାରେ, ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ନ୍ୟାୟିକ ହେପାଜତରେ ଅଛନ୍ତି । ସଞ୍ଜୟ ସିଂଙ୍କୁ 4 ଅକ୍ଟୋବର 2023ରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେହିପରି ମନୀଷ ସିସୋଦିଆଙ୍କୁ ମାର୍ଚ୍ଚ 9 ତାରିଖ 2023ରେ ପଚରାଉଚରା କରିବା ପରେ ତାଙ୍କୁ ତିହାଡ ଜେଲକୁ ପଠାଯାଇଥିଲା।

ଏହା ମଧ୍ୟ ପଢନ୍ତୁ...'ଅପରେସନ ଲୋଟସ୍‌' ଚିନ୍ତା, ଆସ୍ଥା ପ୍ରସ୍ତାବ ଆଣିଲେ ଆପ୍‌ ମୁଖ୍ୟ କେଜ୍ରିୱାଲ

ଏହା ମଧ୍ୟ ପଢନ୍ତୁ...କେଜ୍ରିୱାଲଙ୍କ ଘରେ ପହଞ୍ଚିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ

ଏହା ମଧ୍ୟ ପଢନ୍ତୁ...କେଜ୍ରିୱାଲଙ୍କ ପିଛା ଛାଡୁନି ଇଡି: ଜାରି କଲା ଷଷ୍ଠ ସମନ, 19ରେ ହେବେ ହାଜର

ଏହା ପୂର୍ବରୁ 26 ଫେବ୍ରୁଆରୀ 2023ରେ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ସଞ୍ଜୟ ସିଂଙ୍କ ଆବେଦନ ଖାରଜ କରିଥିଲେ ରାଉଜ ଆଭେନ୍ୟୁ କୋର୍ଟ। ଯାହାପରେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି ସଞ୍ଜୟ। ଅନ୍ୟପଟେ ମନିଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ସେପଟେ ଦୁର୍ନୀତି ମାମଲାରେ ଗିରଫ ହୋଇ ମନ୍ତ୍ରୀପଦ ହରାଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତେବେ ଅରବିନ୍ଦ କେଜ୍ରିୱାଲ କି ହେମନ୍ତ ସୋରେନ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ନୁହନ୍ତି ଯାହାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ଚଳାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଇଡି ରାଡାରରେ ଅଛନ୍ତି । ଖାଲି ଏତିକି ନୁହେଁ, ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କୁ ବି ଇଡି ଘାଣ୍ଟି ସାରିଛି । ଏନସିପି ପ୍ରମୁଖ ଶରଦ ପାୱାର, ବିଏସପି ମୁଖ୍ୟ ମାୟାବାତୀଙ୍କ ପର୍ଯ୍ୟନ୍ତ ଇଡି ପହଞ୍ଚିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 17, 2024, 10:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.