ETV Bharat / bharat

କାଲି ସପରିବାର ରାମଲାଲାଙ୍କ ଦର୍ଶନ କରିବେ କେଜ୍ରିଓ୍ବାଲ-ମାନ

Arvind Kejriwal, Bhagwant Mann to visit Ram Mandir: ଆସନ୍ତାକାଲି ସପରିବାର ଅଯୋଧ୍ୟା ଗସ୍ତ କରିବେ କେଜ୍ରିଓ୍ବାଲ ଓ ମାନ । ରାମଲାଲାଙ୍କ ଦର୍ଶନ କରିବେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 11, 2024, 7:20 PM IST

କାଲି ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବେ କେଜ୍ରିଓ୍ବାଲ-ମାନ

ନୂଆଦିଲ୍ଲୀ: ଆସନ୍ତାକାଲି (ସୋମବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ତାଙ୍କର ପଞ୍ଜାବ ପ୍ରତିପକ୍ଷ ଭଗବନ୍ତ ମାନ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବେ । ଉଭୟ ନେତା ସପରିବାର ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଗସ୍ତ କରିବା ନେଇ ସୂଚନା ମିଳିଛି । ତେବେ ଗତମାସରେ ଶେଷ ହୋଇଥିବା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଉଭୟ ନେତାଙ୍କୁ ନିମନ୍ତ୍ରଣ କରାଯାଇନଥିବା ଅଭିଯୋଗ ହୋଇଥିଲା । ମନ୍ଦିର ପ୍ରତିଷ୍ଠା ଶେଷ ହେବା ପରେ ସପରିବାର ରାମଲାଲାଙ୍କ ଦର୍ଶନ ପାଇଁ ଯିବେ ବୋଲି ସେତେବେଳେ କେଜ୍ରିଓ୍ବାଲ କହିଥିଲେ ।

ଗତମାସ 22 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ସମାପିତ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗରୁ ଦେଶ ଓ ବିଦେଶରୁ ପ୍ରାୟ 7ହଜାର ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଅଂଶଗ୍ରହଣ କରିଥିଲେ । ତେବେ କେଜ୍ରିଓ୍ବାଲଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିବା ଅଭିଯୋଗ ହୋଇନଥିଲା । ନିଜେ କେଜ୍ରିଓ୍ବାଲ କହିଥିଲେ, ତାଙ୍କୁ କେବଳ ଜଣେ ସହଯୋଗୀଙ୍କ ସହ ଅଯୋଧ୍ୟା ଆସିବା ପାଇଁ ଔନପଚାରିକ ଭାବେ ସୂଚନା ମିଳିଥିଲା । ହେଲେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପରବର୍ତ୍ତୀ ସମୟରେ କୌଣସି ବିଧିବଦ୍ଧ ନିମନ୍ତ୍ରଣ କରାଯାଇନଥିଲା । ହେଲେ ତାଙ୍କ ପିତାମାତା ରାମଲାଲାଙ୍କ ଦର୍ଶନ ପାଇଁ ବେଶ ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି । ମନ୍ଦିର ପ୍ରତିଷ୍ଠା ହେବା ପରେ ସେମାନେ ସପରିବାର ଅଯୋଧ୍ୟା ଯାତ୍ରା କରି ରାମଲାଲାଙ୍କ ଦର୍ଶନ କରିବେ ।

ଏହା ମଧ୍ୟ ପଢନ୍ତୁ :- ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ସବୁ ଲୋକସଭା ଆସନରେ ଏକାକୀ ଲଢିବ AAP

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ, 22 ତାରିଖରେ ହୋଇଥିବା ଭବ୍ୟ କାର୍ଯ୍ୟକ୍ରମରେ କଂଗ୍ରେସର 3 ବରିଷ୍ଠ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ହେଲେ ଏହି ଧାର୍ମିକ କାର୍ଯ୍ୟକ୍ରମକୁ ବିଜେପି ଓ ଆରଏସଏସ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଥିବା ଅଭିଯୋଗ କରି କଂଗ୍ରେସ ଏହି ନିମନ୍ତ୍ରଣକୁ ବର୍ଜନ କରିଥିଲା । ଅନ୍ୟ କିଛି ରାଜନୈତିକ ଦଳର ନେତା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । କିଛି ରାଜନୈତିକ ଦଳର ନେତାମାନେ ମଧ୍ୟ ନିମନ୍ତ୍ରିତ ନହୋଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟକର୍ତ୍ତା ଭାବେ ପ୍ରାଣ ପ୍ରତିଷ୍ଠା ବିଧିରେ ଅଂଶଗ୍ରହଣ କରିଥିଲେ । ସାଙ୍ଗରେ ସଂଘ ପ୍ରମୁଖ ମୋହନ ଭାଗବତ ମଧ୍ୟ ଉପସ୍ଥିତ ଥିଲେ । ପ୍ରାଣ ପ୍ରତିଷ୍ଠା ପରେ ଏବେ ସାଧାରଣ ଦର୍ଶନ ଜାରି ରହିଛି । ପ୍ରତ୍ୟେକ ଦିନ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଜନ୍ମଭୂମିରେ ରାମଲାଲାଙ୍କ ଦର୍ଶନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.