ETV Bharat / bharat

ରହିବନି ସର୍ଜରୀ ପରେ ଦାଗ, ଚର୍ମ କର୍କଟରୁ ମୁକ୍ତି ଦେବ ମୋସ୍ - Delhi AIIMS

MOSH surgery IN DELHI AIIMS: ଦିଲ୍ଲୀ ସ୍ଥିତ ଏମସରେ ଚର୍ମ କର୍କଟର ଉପଚାର ପାଇଁ ଏକ ନୂଆ ପଦ୍ଧତି ମୋସ୍ ମାଇକ୍ରୋଗ୍ରାଫିକ୍ ସର୍ଜରୀ ଆରମ୍ଭ । ଶରୀରରେ ରହିବନି ସର୍ଜରୀ ପରେ ବଡ ବଡ ଦାଗ । ଅଧିକ ପଢନ୍ତୁ

ରହିବନି ସର୍ଜରୀ ପରେ ଦାଗ , ଚର୍ମ କର୍କଟରୁ ମୁକ୍ତି ଦେବ ମୋସ୍

author img

By ETV Bharat Odisha Team

Published : Feb 10, 2024, 10:57 PM IST

ନୂଆଦିଲ୍ଲୀ: ଦିନକୁ ଦିନ କ୍ୟାନସରର ମାମଲା ବୃଦ୍ଧି ହେବା ସହ ଏହାର ଚିକିତ୍ସା ପାଇଁ ନୂଆ ନୂଆ ଟେକ୍ନୋଲେଜିର ପ୍ରୟୋଗ ମଧ୍ୟ ହେଉଛି । ଏହି କ୍ରମରେ ଆଜି ଦିଲ୍ଲୀ ସ୍ଥିତ ଏମସରେ ଚର୍ମ କର୍କଟର ଉପଚାର ପାଇଁ ଏକ ନୂଆ ପଦ୍ଧତି ମୋସ୍ ମାଇକ୍ରୋଗ୍ରାଫିକ୍ ସର୍ଜରୀର ପ୍ରୟୋଗ ଆରମ୍ଭ ହୋଇଛି । ଏମସର ନିର୍ଦ୍ଦେଶକ ପ୍ରଫେସର ଏମ୍ ଶ୍ରୀନିବାସ ଏହି ବ୍ୟବସ୍ଥାକୁ ଆଜି (ଶନିବାର) ଉଦଘାଟନ କରିଛନ୍ତି ।

ଏମସର ଚର୍ମରୋଗ ବିଭାଗର ମୁଖ୍ୟ ଡ. କୌଶଲ କୁମାର ବର୍ମା କହିଛନ୍ତି ଯେ ଦିଲ୍ଲୀ ଏମସ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ ଯାହା ଏହି ଟେକ୍ନୋଲୋଜି ବ୍ୟବହାର କରି ଚର୍ମ କର୍କଟ ସର୍ଜରୀ ଆରମ୍ଭ କରିଛି । ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଚର୍ମ କର୍କଟ ରୋଗୀଙ୍କ ଅସ୍ତ୍ରୋପଚାରରେ ଆମକୁ ସେମାନଙ୍କ କର୍କଟ ରୋଗର ଏକ ବଡ଼ ଅଂଶ କାଟିବାକୁ ପଡୁଥିଲା । ଯେଉଁ କାରଣରୁ ତାଙ୍କ ଶରୀରରେ ବଡ ଚିହ୍ନ ରହିଯାଉଥିଲା । ବର୍ତ୍ତମାନ ମୋସ୍ ମାଇକ୍ରୋଗ୍ରାଫିକ୍ ସର୍ଜରୀରେ ଅପରେସନ କରି ଚର୍ମ କର୍କଟର ଅଂଶ ବା ଟିସୁକୁ ବାହାର କରାଯିବ ଯେତିକି କ୍ୟାନସର ବ୍ୟାପିଛି । ଫଳରେ ଶରୀରରେ ବହୁତ କମ୍ ସଂଖ୍ୟକ ଦାଗ ରହିବ ।

ଏହା ମଧ୍ୟ ପଢନ୍ତୁ ... ଏଣିକି ଦିଲ୍ଲୀ ଏମସରେ ଅନଲାଇନରେ ଚାଲିବ ଅଫିସ କାର୍ଯ୍ୟ

ପୂର୍ବରୁ, ଯଦି କାହାର ମୁହଁରେ ଚର୍ମ କର୍କଟ ଥିଲା, ତେବେ ଅସ୍ତ୍ରୋପଚାର ପରେ ମୁହଁରେ ଦାଗ ରହିଯାଉଥିଲା ଏବଂ ବ୍ୟକ୍ତିଙ୍କ ସୌନ୍ଦର୍ଯ୍ୟ ହାନି ଘଟୁଥିଲା । ବର୍ତ୍ତମାନ ମୋସ୍ ମାଇକ୍ରୋଗ୍ରାଫିକ୍ ସର୍ଜରୀରେ ବ୍ୟକ୍ତିଙ୍କ ସୌନ୍ଦର୍ଯ୍ୟ ଉପରେ କମ୍ ପ୍ରଭାବ ପକାଇବ । ଡ. ବର୍ମା କହିଛନ୍ତି ଯେ ବର୍ତ୍ତମାନ ଚର୍ମ କର୍କଟ ରୋଗ ମଧ୍ୟ ବୃଦ୍ଧି ପାଉଛି । ଅସ୍ତ୍ରୋପଚାର ପାଇଁ ରୋଗୀମାନଙ୍କ ଲମ୍ବା ୱେଟିଂ ଲିଷ୍ଟ ରହିଛି । ଶନିବାର ଉଦଘାଟନ ପରେ ରବିବାରଠାରୁ ଅସ୍ତ୍ରୋପଚାର ଆରମ୍ଭ ହେବ । ଚର୍ମ କର୍କଟ ସର୍ଜରୀ ପାଇଁ ପୀଡିତ 12 ରୋଗୀଙ୍କୁ ମଧ୍ୟ ଉଦଘାଟନୀ ଉତ୍ସବରେ ଡକାଯାଇଥିଲା ।

ସେ କହିଛନ୍ତି ଯେ ପ୍ରାୟ 30 ଲକ୍ଷ ଟଙ୍କା ମୂଲ୍ୟରେ ଏମସରେରେ ଏହି ସୁବିଧା ଆରମ୍ଭ ହେଉଛି | ଚର୍ମ କର୍କଟ ରୋଗୀଙ୍କୁ ଏହା ଉନ୍ନତ ଚିକିତ୍ସା ଏବଂ ସୁବିଧା ଯୋଗାଇବ । ଏହି ପ୍ରକାର ପଦ୍ଧତି ବିଦେଶରେ ମଧ୍ୟ ଆରମ୍ଭ ହେଲାଣି । ପୂର୍ବରୁ ଏ ପ୍ରକାର ସର୍ଜରୀ ଅଣ ମେଲେନୋମା ତ୍ବଚା କ୍ୟାନସର ପାଇଁ ପ୍ରୟୋଗ କରାଯାଉଥିଲା କିନ୍ତୁ ବର୍ତ୍ତମାନ ଏହା ମେଲେନୋମା ଓ ଅନ୍ୟ ଟ୍ୟୁମରର ଚିକିତ୍ସାରେ ମଧ୍ୟ ବ୍ୟବହାର ହେଲାଣି । ସୂଚନାଯୋଗ୍ୟ ଯେ ଆମେରିକାର ଛ ଜଣ ସର୍ଜନ ଏବଂ ତିନିଜଣ ଟେକ୍ନିସିଆନଙ୍କ ଏକ ଟିମ୍ ଏମସକୁ ଏହି ସୁବିଧା ଆରମ୍ଭ କରିବାକୁ ଆସିଛନ୍ତି । ଏମସ ନିର୍ଦ୍ଦେଶକ ପ୍ରଫେସର ଏମ୍ ଶ୍ରୀନିବାସ କହିଛନ୍ତି ଯେ ଆମେ ରୋଗୀଙ୍କୁ ସର୍ବୋତ୍ତମ ବିଶ୍ବସ୍ତରୀୟ ଚିକିତ୍ସା ତଥା ଯତ୍ନ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରୁଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.