ନୂଆଦିଲ୍ଲୀ: ଅପେକ୍ଷାର ଅନ୍ତ । ଦଶହରାରେ ନ ହେଲା ନାହିଁ, ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର । ବଢ଼ାଇଲେ ମହଙ୍ଗା ଭତ୍ତା (Dearness Allowance- DA) । ଦୀପାଲଇ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଖୁସ୍ କରିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟ, ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ପ୍ରଦାନ କରିଛି । ଆସନ୍ତୁ ଜାଣିବା କେତେ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା ଏବଂ କେତେ କର୍ମଚାରୀ ହେବେ ଉପକୃତ ?
ମୋଦି ବଢ଼ାଇଲେ ମହଙ୍ଗା ଭତ୍ତା :
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ସରକାର, ସମସ୍ତ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ମହଙ୍ଗା ଭତ୍ତା ବୃଦ୍ଧି ସଂପର୍କିତ ପ୍ରସ୍ତାବରେ ମୋହର ଲାଗିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ସେହିପରି ଅବସରପ୍ରାପ୍ତ ପେନସନ ଧାରୀ ସମାନ ୩ ପ୍ରତିଶତ ଡିୟରନେସ ରିଲିଫ୍( Dearness Relief-DR) ପାଇବେ । ଏହା ପିଛିଲା ଭାବେ ୨୦୨୪ ଜୁଲାଇ ପହିଲାରୁ ଲାଗୁହେବ ।
କେନ୍ଦ୍ର ବହନ କରିବ ୯୪୪୮ କୋଟି
#WATCH | Delhi: Union Minister Ashwini Vaishnaw says, " union cabinet has approved a 3% hike in da for central government employees and dearness relief for pensioners. a total of rs 9448 crores annually will be added to the paycheck of central government employees..." pic.twitter.com/8S5BpcgWEt
— ANI (@ANI) October 16, 2024
କେନ୍ଦ୍ର ସରକାର, ଆଜି ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି । ଏଥିରେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ମିଶାଇ ମୋଟ ୧ କୋଟି ୧୫ ଲକ୍ଷ ଉପକୃତ ହେବେ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ ୯୪୪୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଚଳିତବର୍ଷ ଏହା ହେଉଛି ଦ୍ବିତୀୟ ମହଙ୍ଗା ଭତ୍ତା ବୃଦ୍ଧି । ପୂର୍ବରୁ ୨୦୨୪ ପ୍ରଥମାର୍ଦ୍ଧରେ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ କେନ୍ଦ୍ର ସରକାର ।
- ବଢ଼ିଲା ମହଙ୍ଗା ଭତ୍ତା
- କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି
- ୩ % ମହଙ୍ଗା ଭତ୍ତା ବଢ଼ାଇଲେ କେନ୍ଦ୍ର ସରକାର
- ସରକାରୀ କର୍ମଚାରୀଙ୍କୁ ୩ % ମହଙ୍ଗା ଭତ୍ତା (DA)
- ପେନସନଧାରୀଙ୍କୁ ୩ % ମହଙ୍ଗା ରିଲିଫ (DR)
- ମହଙ୍ଗା ଭତ୍ତା ବାବଦରେ ଖର୍ଚ୍ଚ ହେବ ୯୪୪୮ କୋଟି
- କେନ୍ଦ୍ର ସରକାରଙ୍କ ପାଇଁ ଅତିରିକ୍ତ ୯୪୪୮ କୋଟି ଖର୍ଚ୍ଚ
- ୧ କୋଟି ୧୫ ଲକ୍ଷ କର୍ମଚାରୀ ହେବେ ଉପକୃତ