ETV Bharat / bharat

Crorepati Paan wala: MBA ପାନ ବାଲା, ଚାକିରି ଛାଡି କରିଛନ୍ତି ଦୋକାନ, ପାନ ବିକି କୋଟିପତି - MBA Paan Wala

author img

By ETV Bharat Odisha Team

Published : Sep 3, 2024, 10:42 AM IST

MBA Paan Wala Earns Crore: MBA ସରିବା ପରେ ଚାକିରି ଛାଡି କୌଳିକ ବୃତ୍ତିକୁ ଆପଣାଇଛନ୍ତି ଯୁବକ । ଆଉ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା । 'ଦ ପାନ୍ ଷ୍ଟୋରୀ' ନାଁରେ ନିଜର ଏକ ବ୍ରାଣ୍ଡ ଲଞ୍ଚ କରିଛନ୍ତି । ଆଗକୁ ବିଦେଶରେ ନିଜ ବ୍ରାଣ୍ଡ ପହଞ୍ଚିବା ଲକ୍ଷ୍ୟରେ ରହିଛନ୍ତି । କିଏ ଏହି ପାନ ବାଲା, କେଉଁଠି ତାଙ୍କ ଘର, କେମିତି ହେଲେ ଏତେ ଲୋକପ୍ରିୟ ? ଆସନ୍ତୁ ଜାଣିବା,

The Paan Story
The Paan Story (ETV Bharat Maharastra & Odisha)

ମୁମ୍ବାଇ: ଚର୍ଚ୍ଚାରେ MBA ପାନ ବାଲା (Paan Wala) । ଏମବିଏ ସରିବା ପରେ ଚାକିରି ଛାଡି କୌଳିକ ବୃତ୍ତିକୁ ଆପଣାଇଛନ୍ତି । ସେ ବାପା ଜେଜେବାପାଙ୍କ ଅମଳରୁ ଚାଲିଥିବା ପାନ ବ୍ୟବସାୟର ମଙ୍ଗ ଧରିଛନ୍ତି । ବିନା ତମାଖିୁରେ ପାନ ବିକ୍ରି କରି ଗ୍ରାହକଙ୍କ ହୋଇଛନ୍ତି କୋଟିପତି । ଗ୍ରାହକଙ୍କ ଉତ୍ତମ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି । ଆଗକୁ ବିଦେଶରେ ନିଜ ବ୍ରାଣ୍ଡ ପହଞ୍ଚିବା ଲକ୍ଷ୍ୟରେ ରହିଛନ୍ତି ନୌଶାଦ । ଆମେ କହୁଛୁ ମହାରାଷ୍ଟ୍ରର ମୁମ୍ବାଇର ନୌଶାଦ ଶେଖଙ୍କ କଥା । ଆସନ୍ତୁ ଜାଣିବା କିଭଳି ଥିଲା MBA ପାନ ବାଲାଙ୍କ ସଫଳତାର ଏହି ଯାତ୍ରା ?

The Paan Story Crorepati Paan wala (ETV Bharat Maharastra)

'ମୁମ୍ବାଇ MBA ପାନ ବାଲା'ଙ୍କ କାହାଣୀ:

ନୌଶାଦ ଶେଖଙ୍କ ବାପା ଏବଂ ଜେଜେବାପାଙ୍କର ପାନ ବ୍ୟବସାୟ ଥିଲା । ନୌଶାଦଙ୍କ ମାତା ପିତା ବହୁ କଷ୍ଟରେ ତାଙ୍କୁ ପଢାଇଥିଲେ । ବଡ଼ ହେବା ପରେ ନୌଶାଦ MBA ଆଡମିଶନ କରିଥିଲେ । ଏମବିଏ ପାଠ୍ୟକ୍ରମ ଶେଷ ପରେ ତାଙ୍କୁ ଚାକିରି ବି ମିଳିଗଲା । ହେଲେ ନୌଶାଦଙ୍କ ଲକ୍ଷ୍ୟ କିନ୍ତୁ ଥିଲା ନୂଆ କିଛି କରି ଦେଖାଇବା । ତେଣୁ ସେ ଚାକିରି ଛାଡି ପାନ ବ୍ୟବସାୟ କରିବାକୁ ମନ ବଳାଇଥିଲେ ।

ପାରିବାରିକ ବ୍ୟବସାୟ ପାଇଁ ନୌଶାଦଙ୍କ ଉତ୍ସାହ:

ନୌଶାଦ କହିଛନ୍ତି, "ମୋ ପରିବାର ଲୋକେ ଚାହୁଁଥିଲେ ଯେ ମୁଁ ଏହି ବ୍ୟବସାୟ କରିବା ପରିବର୍ତ୍ତେ କିଛି କରେ । ଭଲ ଚାକିରି କରେ । ତେଣୁ ମୁଁ MBA ପଢିଲି । ଆଉ ପାଠ୍ୟକ୍ରମ ପୂରା କରିବା ପରେ ଭଲ ଚାକିରି ମଧ୍ୟ କଲି । କିନ୍ତୁ ସେଠାରେ ମୋର କାମରେ ମନ ଲାଗୁନଥିଲା । ଆମ ପରିବାରର ବ୍ୟବସାୟ ସମ୍ଭାଳିବା ପାଇଁ ମୋର ଆଗ୍ରହ ଥିଲା । ସତରେ ଏହା ସମ୍ଭବ ହୋଇପାରିବ କି ନାହିଁ, ସେନେଇ ମନରେ ସବୁବେଳେ ପ୍ରଶ୍ନ ଆସୁଥିଲା ।"

The Paan Story Crorepati Paan wala

ଦ ପାନ୍ ଷ୍ଟୋରୀ ବ୍ରାଣ୍ଡ ଲଞ୍ଚ:

MBA ପଢିଥିବା ନୌଶାଦ ନିଜ ଶିକ୍ଷାର ବ୍ୟବହାର କିଛି ନିଆରା ଢଙ୍ଗରେ କରିବାକୁ ଚାହୁଁଥିଲେ । ନିଜ ଗୋଟିଏ ପାନ ବ୍ରାଣ୍ଡ ହେଉ ବୋଲି ସେ ଚାହୁଁଥିଲେ । ନୌଶାଦ କହିଛନ୍ତି, "ମୋ ବାପା ଏବଂ ଜେଜେବାପା ତମାଖୁ ଯୁକ୍ତ ପାନ ବିକ୍ରି କରୁଥିଲେ । କିନ୍ତୁ ଏହା ଅନୁଚିତ । ତେଣୁ ମୁଁ ଭିନ୍ନ କିଛି କରିବାକୁ ଚାହିଁଲି । ଲୋକଙ୍କ ଉତ୍ତମ ସ୍ବାସ୍ଥ୍ୟକୁ ନଜରରେ ରଖି ଆରମ୍ଭ କରି ଦ ପାନ୍ ଷ୍ଟୋରୀ ।"

ଏହା ବି ପଢନ୍ତୁ...Success Story: ଦିନେ ୧୫ ହଜାର ଦରମାରେ କରୁଥିଲେ ଚାକିରୀ, ଆଜି କୋଟିପତି ଉଦ୍ୟୋଗପତି - ENTREPRENEUR AJAY RAI

ହୋମ ଡେଲିଭରୀ:

ମୁମ୍ବାଇର କୁର୍ଲାରେ ରହୁଥିବା ନୌଶାଦ ସମ୍ପୃକ୍ତ ଅଞ୍ଚଳରେ ଥିବା ଦରଘାର ଆଖପାଖରେ ଏକ ଛୋଟ ଦୋକାନଟିଏ କରିଥିଲେ । ସହି ସ୍ଥାନରେ ସେ ଆରମ୍ଭ କରିଥିଲେ 'ଦ ପାନ ଷ୍ଟୋରୀ'ର ବ୍ୟବସାୟ । ଆଜି ଏଠାରେ ବିଭିନ୍ନ ପ୍ରକାର ପାନର ପସରା ଦେଖିବାକୁ ମିଳୁଛି । ଯେତେବେଳେ ସେ ୨୦୧୯ରେ ବ୍ୟବସାୟ ଆରମ୍ଭ କଲେ ସେହି ସମୟରେ ଆସିଥିଲା କୋରୋନା ମହାମାରୀ । ହେଲେ ପରିସ୍ଥିତିର ମୁକାବିଲା କରି ସେ ବ୍ୟବସାୟ ବଞ୍ଚାଇବାରେ ସଫଳ ହୋଇଥିଲେ । ବର୍ତ୍ତମାନ ହୁଏତ ଆପଣଙ୍କୁ ପାନ କିଣିବାକୁ ଦୋକାନକୁ ଯିବାକୁ ପଡୁଛି । ହେଲେ ନୌଶାଦଙ୍କ ପାନ ସାରା ମୁମ୍ବାଇର ଘରେ ଘରେ ପହଞ୍ଚୁଛି । ଋଷ, ଜାପାନରୁ ଆସୁଥିବା ବିଦେଶୀ ନାଗରିକ ମାନେ ମଧ୍ୟ ତାଙ୍କ ଦୋକାନର ସ୍ପେଶାଲ ପାନ ଖାଉଥିବା ଦେଖିବାକୁ ମିଳୁଛି । ତେବେ ଗ୍ରାହକଙ୍କ ପାଇଁ ସ୍ବିଗି, ଜୋମାଟୋ ଭଳି ଅନଲାଇନ ଡେଲିଭରୀ ସୁବିଧା ମଧ୍ୟ ରଖିଛନ୍ତି ନୌଶାଦ ।

ଏହା ବି ପଢନ୍ତୁ...ବେରୋଜଗାର ଦୂର ସହ କିପରି ସୃଷ୍ଟି ହେବ ନିଯୁକ୍ତି ? ବୁଦ୍ଧି ଶିଖାଇବ ସଫଳତାର କାହାଣୀ - How To Create Jobs

କୋଟିପତି ପାନ ବାଲା ନୌଶାଦ:

କେବଳ ପାନ ଦୋକାନ ନୁହେଁ, ଇଭେଣ୍ଟ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି ନୌଶାଦ । ସେ କହିଛନ୍ତି, ମୋର ପ୍ରଥମ ଇଭେଣ୍ଟ ମୁମ୍ବାଇର ଶହୁର ହୋଟେଲରେ ହୋଇଥିଲା । ଆମକୁ ଆଦାନୀ ଗ୍ରୁପରୁ ମଧ୍ୟ ଆୟୋଜନ ପାଇଁ ଅଫର ମିଳୁଛି । ହଲଦୀରାମ, ସେଲୋ ଭଳି ବଡ଼ ବଡ଼ କମ୍ପାନୀ ପକ୍ଷରୁ ବି ଅର୍ଡର ଆସୁଛି । ଯେଉଁଥିପାଇଁ ଆଜି କୋଟି କୋଟି ଟଙ୍କାର ବ୍ୟବସାୟ ହୋଇପାରୁଛି ।

ବିଦେଶ ଯାଏଁ ପହଞ୍ଚିବ ପାନ:

ଭବିଷ୍ୟତରେ ଏହି ପାନ ବ୍ରାଣ୍ଡକୁ ଜାତୀୟ ଓ ପରେ ବିଦେଶର ବି ବିସ୍ତାର କରିବା ନେଇ ଲକ୍ଷ୍ୟ ରଖିଛନ୍ତି ନୌଶାଦ । ସେ କହିଛନ୍ତି, "ଷ୍ଟାର ବକ୍ସ ଏବଂ ମ୍ୟାକଡୋନାଲଡ ଭଳି ବିଦେଶୀ କମ୍ପାନୀର ନେଟୱାର୍କ ଯେପରି ଭାରତରେ ଅଛି ଠିକ ସେହିପରି ବିଦେଶରେ 'ଦ ପାନ ଷ୍ଟୋରୀ' ବ୍ରାଣ୍ଡ ବିଦେଶରେ ବିସ୍ତାର ହେବ ।"

ଏହା ବି ପଢନ୍ତୁ...Successful Farmer: ଚାକିରି ପଛରେ ନ ଧାଇଁ ନିଜସ୍ୱ ଉଦ୍ୟମରେ ସ୍ବାବଲମ୍ବୀ, ୧୦ ପରିବାରକୁ ରୋଜଗାର ଦେଇଛନ୍ତି ଯୁବଚାଷୀ ଲିପୁ - Young Farmer Lipu
ଏହା ବି ପଢନ୍ତୁ...ଜୀବନ ଯୁଦ୍ଧରେ ହାରି ନାହାନ୍ତି ଜଗନ୍ନାଥ, ହାତ ନଥାଇ ପାଲଟିଛନ୍ତି ରୋଜଗାରିଆ - physically challenged Man Jagannath

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.