ETV Bharat / bharat

ଅଜଣା ଜନ୍ତୁ ନୁହେଁ ବିରାଡି: ରାଷ୍ଟ୍ରପତି ଭବନ ଘଟଣାରେ ସ୍ପଷ୍ଟୀକରଣ ରଖିଲା ଦିଲ୍ଲୀ ପୋଲିସ - mysterious animal case

author img

By ETV Bharat Odisha Team

Published : Jun 11, 2024, 12:52 PM IST

Delhi Police on 'mysterious animal': ରାଷ୍ଟ୍ରପତି ଭବନ ଘଟଣାରେ ସ୍ପଷ୍ଟୀକରଣ ରଖିଲା ଦିଲ୍ଲୀ ପୋଲିସ । ଅଜଣା ଜନ୍ତୁ ନୁହେଁ, ବରଂ ବିରାଡି । ଗଣମାଧ୍ୟମ ଖବରରେ ଭ୍ରମିତ ନହେବାକୁ କଲା ଅପିଲ୍‌ । ଅଧିକ ପଢନ୍ତୁ

ଅଜଣା ଜନ୍ତୁ ନୁହେଁ ବିରାଡି: ରାଷ୍ଟ୍ରପତି ଭବନ ଘଟଣାରେ ସ୍ପଷ୍ଟୀକରଣ ରଖିଲା ଦିଲ୍ଲୀ ପୋଲିସ
ଅଜଣା ଜନ୍ତୁ ନୁହେଁ ବିରାଡି: ରାଷ୍ଟ୍ରପତି ଭବନ ଘଟଣାରେ ସ୍ପଷ୍ଟୀକରଣ ରଖିଲା ଦିଲ୍ଲୀ ପୋଲିସ (ETV Bharat odisha)

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଭବନରେ ଅଜଣା ଜନ୍ତୁ ବୁଲିବା ଭିଡିଓ ଭାଇରାଲ ହେବା ଘଟଣାରେ ସ୍ପଷ୍ଟୀକରଣ ରଖିଛି ଦିଲ୍ଲୀ ପୋଲିସ । ଏହା ଅଜଣା କିମ୍ବା ବନ୍ୟୁଜନ୍ତୁ ନୁହେଁ, ବରଂ ସାଧାରଣ ବିରାଡି ପ୍ରଜାତିର ଜନ୍ତୁ ବୋଲି ଦିଲ୍ଲୀ ପୋଲିସ କହିଛି । ଗଣମାଧ୍ୟମରେ ପ୍ରସାରିତ ଖବରକୁ ମିଥ୍ୟା ଓ ଗ୍ରହଣ ନକରିବା ପାଇଁ ମଧ୍ୟ ପୋଲିସ ଟ୍ବିଟ୍‌ କରି ପରାମର୍ଶ ଦେଇଛି ।

ଦିଲ୍ଲୀ ପୋଲିସ ‘ଏକ୍ସ’ରେ ଟ୍ବିଟ୍‌ କରି କହିଛି, ‘‘ କିଛି ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହୋଇଛି । କିଛି ସାମାଜିକ ଗଣମାଧ୍ୟମରେ ଶପଥ ଗ୍ରହଣ ସମାରୋହରେ ରାେଷ୍ଟ୍ରପତି ଭବନ ପରିସରରେ ଅଜଣା ଜନ୍ତୁ ବୁଲୁଥିବାର ଖବର ପ୍ରସାରିତ ହୋଇଥିଲା । ଏହା ଭୁଲ, ଏହା ଏକ ସାଧାରଣ ବିରାଡି ପ୍ରଜାତିର ଜନ୍ତୁ, ଯାହା ସାଧାରଣତଃ ଘର ନିକଟବର୍ତ୍ତୀ ସ୍ଥାନରେ ଦେଖିବାକୁ ମିଳିଥାନ୍ତି । ତେଣୁ ଏପରି ଖବରକୁ ଗ୍ରହଣ କରନ୍ତୁନାହିଁ ।’’

ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ସମୟରେ ସିଧାପ୍ରସାରଣ ଜାରି ରହିଥିବାବେଳେ ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ଜଣେ ମନ୍ତ୍ରୀ ଶପଥ ଗ୍ରହଣ କରୁଥିବା ବେଳେ ଏହି ଜନ୍ତୁଟି ପଛପଟ ଦେଇ ଅତିକ୍ରମ କରୁଥିବା ଦେଖାଯାଇଥିଲା । ଏହି ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଥିଲା । ରାଷ୍ଟ୍ରପତି ଭବନ ପରି ସମ୍ବେଦନଶୀଳ ସ୍ଥାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଏପରି ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଥିଲେ ସୋସିଆଲ ମିଡିଆ ୟୁଜର୍ସ ।

ଏହା ମଧ୍ୟ ପଢନ୍ତୁ:- ଆଜି ହଟିବ ମୁଖ୍ୟମନ୍ତ୍ରୀ ସସପେନ୍ସ : ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ, କାଲି ଶପଥ - Odisha to get new CM today

୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସମେତ ୭୨ ମନ୍ତ୍ରୀ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଥିଲେ । ଦେଶ ଓ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ । ଏକାଧିକ ରାଷ୍ଟ୍ରମୁଖ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାମିଲ ହୋଇଥିଲେ । ପୁରା ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରାୟ ୮ ହଜାର ବିଶିଷ୍ଟ ନିମନ୍ତ୍ରିତ ଅତିଥିଙ୍କ ଗହଣରେ ଏହି ସମାରୋହ ଶେଷ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହି ଅଜଣାଜନ୍ତୁ ବୁଲୁଥିବା ଭିଡିଓ ଗଣମାଧ୍ୟମର କ୍ୟାମେରାରେ କଏଦ ହେବା ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଆଜି ଦିଲ୍ଲୀ ପୋଲିସ ଏହି ଘଟଣାରେ ସ୍ପଷ୍ଟୀକରଣ ରଖି ଏହାକୁ ଏକ ବିରାଡି ବୋଲି ଦର୍ଶାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.