ETV Bharat / bharat

ପେପର ଲିକ୍‌ ମାଫିଆଙ୍କୁ ଯୋଗୀଙ୍କ ଚେତାବନୀ, ଯିଏ ଯୁବପିଢିଙ୍କ ଭବିଷ୍ୟତ ସହ ଖେଳିଛି ସେ ଜେଲରେ ସଢିବ - ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Chief Minister Yogi Adityanath: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୫୦୦ ବିଦ୍ୟାର୍ଥୀଙ୍କୁ ଟାବଲେଟ ଓ ୩୦୦୦ ବିଦ୍ୟାର୍ଥୀଙ୍କୁ ସ୍ମାର୍ଟଫୋନ ବିତରଣ କରିଛନ୍ତି । ସେହିପରି ପେପର ଲିକ୍ ମାଫିଆଙ୍କୁ ପିଲାଙ୍କ ଭବିଷ୍ୟ ସହ ନ ଖେଳିବାକୁ ଖୋଲା ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

ବିଦ୍ୟାର୍ଥୀଙ୍କୁ ଟାବଲେଟ ବାଣ୍ଟିଲେ ସିଏମ ଯୋଗୀ, ପେପର ଲିକ୍ ମାଫିଆଙ୍କୁ ଦେଲେ ଚେତାବନୀ

author img

By ETV Bharat Odisha Team

Published : Mar 3, 2024, 5:43 PM IST

ବିଦ୍ୟାର୍ଥୀଙ୍କୁ ଟାବଲେଟ ବାଣ୍ଟିଲେ ସିଏମ ଯୋଗୀ, ପେପର ଲିକ୍ ମାଫିଆଙ୍କୁ ଦେଲେ ଚେତାବନୀ

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ଗୋରଖପୁର ଅଞ୍ଚଳରେ ଥିବା ରାଜକୀୟ ଜୁବଲି ଇଣ୍ଟର କଲେଜ ପଡିଆରେ ରାଜ୍ୟ ସରକାରଙ୍କ ତରଫରୁ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ ଟାବଲେଟ ଓ ସ୍ମାର୍ଟଫୋନ ବିତରଣ କରିଥିଲେ । ଏହାସହ ପେପର ଲିକ ଘଟଣାରେ ଦୁର୍ବୃତ୍ତଙ୍କୁ ଯୋଗୀ କଡ଼ା ଚେତାବନୀ ଦେଇଛନ୍ତି । ଯିଏ ଯୁବପିଢିଙ୍କ ଭବିଷ୍ୟତ ସହ ଖେଳିଛି ସେ ଜେଲରେ ସଢିବ ବୋଲି କହିଛନ୍ତି ଯୋଗୀ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ନଭେମ୍ବର ୨୦୨୧ରୁ ସ୍ବାମୀ ବିବେକାନନ୍ଦ ଯୁବ ସଶକ୍ତୀକରଣ ଯୋଜନା ଆରମ୍ଭ କରି ଶିକ୍ଷାର୍ଥୀମାନଙ୍କୁ ଟାବଲେଟ ଓ ସ୍ମାର୍ଟ ଫୋନ ବିତରଣ ଆରମ୍ଭ କରାଯାଇଥିଲା ଯାହାର ଉଦ୍ଦେଶ୍ୟ ଥିଲା ଯୁବବର୍ଗକୁ ଡିଜିଟାଲି ସକ୍ଷମ ବନାଇବା, ଯାହା ଫଳରେ କରୋନା ଭଳି ମାହାମାରୀ ଭବିଷ୍ୟରେ ଆସିଲେ ମଧ୍ୟ ସେମାନଙ୍କ ପାଠପଢାରେ ଯେପରି କୌଣସି ବାଧା ସୃଷ୍ଟି ନ ହେବ ।

ଯୁବବର୍ଗମାନଙ୍କ ଭବିଷ୍ୟ ଓ ଆତ୍ମନିର୍ଭରଶାଳତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଯୋଜନାକୁ ଏହି ଉପକରଣ ସହିତ ଯୋଡାଯାଇଛି । ଯାହା ଫଳରେ ବିକଶିତ ଭାରତର ପରିକଳ୍ପନାରେ ଯୁବବର୍ଗ ନିଜର ଯୋଗଦାନ କରିପାରିବେ । ଏହା ସହ ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସହ ସେଥିପ୍ରତି ଆଞ୍ଚ ଆଣୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଏହି କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀ ୧୫୦୦ ବିଦ୍ୟାର୍ଥୀଙ୍କୁ ଟାବଲେଟ ଓ ୩୦୦୦ ବିଦ୍ୟାର୍ଥୀଙ୍କୁ ସ୍ମାର୍ଟଫୋନ ବିତରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ୧୫ ଜଣ ପିଲାଙ୍କୁ ଟାବଲେଟ ଓ ୧୦ ଜଣ ପିଲାଙ୍କୁ ସ୍ମାର୍ଟ ଫୋନ ନିଜ ହାତରେ ବିତରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ଟିକେଟ ଦେଲାନି ଦଳ, ରାଜନୀତିରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରୋଜେକ୍ଟ ଅଳଙ୍କାର ଅନ୍ତର୍ଗତ ୨୬ଟି ମାଧ୍ୟମିକ ବିଦ୍ୟାଳୟରେ ୧୭.୩୫ କୋଟି ମୂଲ୍ୟର ନିର୍ମାଣ କାମ ଓ ୧୪୧ ଟି ମାଧ୍ୟମିକ ବିଦ୍ୟାଳୟରେ ୭.୫୮ କୋଟି ବ୍ୟୟରେ ନିର୍ମିତ ୩୩୦ ପ୍ରିମିୟମ ସ୍ମାର୍ଟ କ୍ଲାସ ରୁମର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏହା ସହିତ ୪ଟି ଇଣ୍ଟର କଲେଜର ଅଧ୍ୟକ୍ଷ ମାନଙ୍କୁ ସ୍ମାର୍ଟ କ୍ଲାସରୁମର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ପ୍ରୋଜେକ୍ଟ ଅଳଙ୍କାର ଅନ୍ତର୍ଗତ ସରକାରୀ ସ୍କୁଲର ଭିତ୍ତିଭୂମି ସଜାଡିବା ପାଇଁ ଶତ ପ୍ରତିଶତ ଖର୍ଚ୍ଚ ସରକାର ଦେଉଥଛିବା ବେଳେ ଅନୁଦାନ ପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ୭୫ ପ୍ରତିଶତ ଅର୍ଥ ସରକାର ଦେଇଥାନ୍ତି ।ସିଏସଆର ଫଣ୍ଡ ଜରିଆରେ ସ୍ମାର୍ଟ କ୍ଲାସକୁ ଡିଜିଟାଲ ଲାଇବ୍ରେରୀ ସହ ଯୋଡିବାର ପ୍ରୟାସ କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଉତ୍ତରପ୍ରଦେଶରେ କେବଳ ସ୍ମାର୍ଟ ସିଟି ରହିବ ନାହିଁ ବରଂ ସ୍ମାର୍ଟଫୋନ ଓ ସ୍ମାର୍ଟ କ୍ଲାସ ସହିତ ଜଡିତ ହୋଇ ୟୁପିର ଯୁବବର୍ଗ ମଧ୍ୟ ବିଶ୍ବରେ ସ୍ମାର୍ଟ ଭାବେ ପରିଗଣିତ ହେବେ । ସେହିପରି କାର୍ଯ୍ୟକ୍ରମରେ ପୁଣି ଥରେ ମୋଦି ସରକାର ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.