ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ, NDAରେ ସାମିଲ ନେଇ ଚର୍ଚ୍ଚା

author img

By ETV Bharat Odisha Team

Published : Feb 9, 2024, 5:23 PM IST

CM Jagan met PM Modi: ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ଦିଲ୍ଲୀ ଗସ୍ତର ଗୋଟିଏ ଦିନ ପରେ ଜାତୀୟ ରାଜଧାନୀରେ ଜଗନ ମୋହନ ରେଡ୍ଡି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ,

CM Jagan
CM Jagan

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି । ଗତକାଲି (ଗୁରୁବାର) ଜଗନ ମୋହନ ରେଡ୍ଡି ଦିଲ୍ଲୀ ପହଞ୍ଚିଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ଏହି ଭେଟଘାଟରେ ଉଭୟଙ୍କ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ପ୍ରାୟ ୨୦ ମିନିଟ ଧରି ଉଭୟ ବାର୍ତ୍ତାଳାପ କରିଥିବା ନେଇ ଜାରି ହୋଇଥିବା ସରକାରୀ ବିବୃତିିରୁ ଜଣାପଡ଼ିଛି ।

ଜଗନ ମୋହନ ରେଡ୍ଡି ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଭେଟିଛନ୍ତି । ଏଠାରେ କହିରଖୁଛି କି ଗତ ବୁଧବାର ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ । ସେ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଚନ୍ଦ୍ରବାବୁଙ୍କ ଏହି ଗସ୍ତ ପରେ ଟିଡିପି ଓ ବିଜେପି ମଧ୍ୟରେ ଥିବା ସମ୍ପର୍କ ଘନିଷ୍ଠ ହେଉଥିବା ଚର୍ଚ୍ଚା ଧରିଥିଲା । ତେବେ ଚନ୍ଦ୍ରବାବୁଙ୍କ ଦିଲ୍ଲୀ ଗସ୍ତର ଗୋଟିଏ ପରେ ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମଧ୍ୟ ଜାତୀୟ ରାଜଧାନୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ଜଗନ ମୋହନଙ୍କ ଦଳ NDAରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଏହା ବି ପଢନ୍ତୁ- ପୋଲାଭରମ ପ୍ରକଳ୍ପ ଜନିତ କ୍ଷୟକ୍ଷତିର ସ୍ଥାୟୀ ପ୍ରତିକାର ଦାବି କଲେ ସାଂସଦ ରମେଶ ମାଝୀ

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଅର୍ଥ ମନ୍ତ୍ରଣାଳୟ ସହିତ ଆନ୍ଧ୍ରପ୍ରଦେଶର ପୋଲାଭରମଠାରେ ଗୋଦାବରୀ ନଦୀ ଉପରେ କରାଯାଉଥିବା ନଦୀବନ୍ଧ ତଥା ବହୁମୁଖି ଜଳଭଣ୍ଡାର ପ୍ରକଳ୍ପ ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି କେନ୍ଦ୍ର ପ୍ରାୟ ୧୨ ହଜାର ୯୧୧ କୋଟି ସହାୟତା ରାଶି ପ୍ରଦାନ କରିବାକୁ ଯାଉଛି । ଏହାସହିତ ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେବା ଲାଗି କେନ୍ଦ୍ର କ୍ୟାବିନେଟ ନିକଟରେ ଜଗନ ଅନୁରୋଧ କରିଛନ୍ତି । ତେବେ ପୋଲାଭରମ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଲାଗି ପ୍ରାୟ ୧୭ ହଜାର ୧୪୪ କୋଟି ଅର୍ଥ ବ୍ୟୟ ହେବ ।

ଅନ୍ୟପଟେ ରାଜ୍ୟରେ ନିର୍ମିତ ହୋଇଥିବା ୧୭ଟି ମେଡିକାଲ କଲେଜର ବିକାଶ ଲାଗି ସହାୟତା ରାଶି ପ୍ରଦାନ କରିବା ଲାଗି ମଧ୍ୟ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ । ଏହା ବ୍ୟତୀତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପ ଯେପରିକି ଭୋଗାପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶାଖାପାଟନମ ସହର ସହିତ ସଂଯୋଗ, ୬ ଲେନ ରାସ୍ତା ନିର୍ମାଣ (ଯାହାକି ଭୋଗାପୁରମ, ଭିମିଲି, ଋଷିକୋଣ୍ଡା, ବିଶାଖାପାଟନମକୁ ସଂଯୋଗ କରିବ) ପାଇଁ ସହାୟତା ପ୍ରଦାନ କରିବା ଲାଗି ଅନୁରୋଧ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.