ETV Bharat / bharat

ଝାଡଖଣ୍ଡ ରାଜନୀତି: କେଉଁଠି ଝୁଣ୍ଟିଲେ କଳ୍ପନା ! କିଭଳି ବାଜି ମାରିନେଲେ ଚମ୍ପାଇ ?

author img

By ETV Bharat Odisha Team

Published : Jan 31, 2024, 10:51 PM IST

Updated : Feb 1, 2024, 6:34 AM IST

Who is Champai Soren: ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କ୍ୟାବିନେଟରେ ପରିବହନ ମନ୍ତ୍ରୀ ଥିଲେ ଚମ୍ପାଇ ସୋରେନ । ଷଢେଇକଳାରୁ ଲଗାତାର 5 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସରକାରୀ ସ୍କୁଲରେ ମାତ୍ର 10ମ ଶ୍ରେଣୀ ଯାଏଁ ପାଠ ପଢିଥିବା ଏହି ଆଦିବାସୀ ନେତା ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

Champai Soren
Champai Soren

ରାଞ୍ଚି: ଝାଡଖଣ୍ଡରେ ଜାରି ରହିଥିବା ପଲଟିକାଲ ହାଇଡ୍ରାମାର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପାଇ ସୋରେନ । ଚମ୍ପୋଇ ଜେଏମଏମ ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଛି । ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ 43 ବିଧାୟକଙ୍କ ସମର୍ଥନ ସହ ସରକାର ଗଠନ ପାଇଁ ଦାବି କରିଛନ୍ତି ଚମ୍ପାଇ । ସୋରେନ ପରିବାର ଅତ୍ୟନ୍ତ ବିଶ୍ବସ୍ତ ସହଯୋଗୀ ଚମ୍ପାଇ ହେମନ୍ତ ସୋରେନଙ୍କ ସରକାରରେ ପରିବହନ ମନ୍ତ୍ରୀ ଅଛନ୍ତି । ଏହି ରାଜନୈତିକ ସଂକଟ ମଧ୍ୟରେ ହେମନ୍ତ ସୋରେନ ଯଦି ଇସ୍ତଫା ଦିଅନ୍ତି କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା । ଆକଳନ ହେଉଥିଲା ହେମନ୍ତଙ୍କ ପରେ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ହେଲେ ଆଜି ସଂଧ୍ୟାରେ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଲା କଳ୍ପନା ନୁହଁନ୍ତି ଚମ୍ପାଇ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ତେବେ ପ୍ରଶ୍ନ ଉଠୁଛି କିଏ ଏହି ଚମ୍ପାଇ ? କଣ ତାଙ୍କ ରାଜନୈତିକ ପୃଷ୍ଠଭୂମି ? ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଅଧିକ ପଢନ୍ତୁ- ଇସ୍ତଫା ଦେଲେ ହେମନ୍ତ; କଳ୍ପନା ନୁହନ୍ତି ଚମ୍ପେଇ ସୋରେନ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ

କିଏ ଚମ୍ପାଇ ସୋରେନ: ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କ୍ୟାବିନେଟରେ ପରିବହନ ମନ୍ତ୍ରୀ ଥିଲେ ଚମ୍ପାଇ ସୋରେନ । ଷଢେଇକଳାରୁ ଲଗାତାର 5 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଷଢେଇକଳା ଖରସାୱାନ ଜିଲ୍ଲାର ଜିଲିଙ୍ଗଗୌଡା ଗ୍ରାର ମୂଳ ନିବାସ ହେଉଛନ୍ତି ଚମ୍ପାଇ । ସରକାରୀ ସ୍କୁଲରେ ମାତ୍ର 10ମ ଶ୍ରେଣୀ ଯାଏଁ ପାଠ ପଢିଥିବା ଏହି ଆଦିବାସୀ ନେତା ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ପିତା ସିମଲ ସୋରେନଙ୍କ 4 ଟି ସନ୍ତାନ ମଧ୍ୟରୁ ଚମ୍ପାଇ ହେଉଛନ୍ତି ବଡ । ଜଣେ ଚାଷୀ ପରିବାରରୁ ଆସିଥିବା ଚମ୍ପାଇ ଚାଷ କାମରେ ବହୁଦିନ ଧରି ନିଜ ପିତାଙ୍କୁ ସାହାଯ୍ୟ କରିଆସିଛନ୍ତି । ଆଦିବାସୀ ପରମ୍ପରା ଅନୁସାରେ ଅଳ୍ପ ବୟସରେ ବାହା ହୋଇଥିଲେ । ଚମ୍ପେଇଙ୍କ 4 ଜଣ ପୁଅ ଥିବା ବେଳେ 3 ଜଣ ଝିଅ ଅଛନ୍ତି ।

ରାଜନୈତିକ ଯାତ୍ରା: ଅବିଭାଜିତ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିବା ଚମ୍ପାଇ ସ୍ବତନ୍ତ୍ର ଝାଡଖଣ୍ଡ ରାଜ୍ୟ ଗଠନ ପରେ 2005ରେ ରାଜନୈତିକ ଜୀବନର ଦ୍ବିତୀୟ ଥର ଓ ଝାଡଖଣ୍ଡ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ସ୍ବତନ୍ତ୍ର ଝାଡଖଣ୍ଡ ରାଜ୍ୟ ଆନ୍ଦୋଳନରେ ଭାଗ ନେଇଥିବା ଚମ୍ପାଇ ପରବର୍ତ୍ତୀ ସମୟରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଂସ୍ଥାପକ ଶିବୁ ସୋରେନଙ୍କ ସହିତ ମିଶି ଆନ୍ଦୋଳନକୁ ତୀବ୍ରତର କରିଥିଲେ । ପରେ ସ୍ବତନ୍ତ୍ର ରାଜ୍ୟ ଗଠନ ହେବା ପରେ 2005ରେ ଷଢେଇକଳା ଆସନରୁ ସ୍ବାଧୀନ ଭାବେ ନିର୍ବାଚନ ଲଢି ବିଧାନସଭା ପହଞ୍ଚିଥିଲେ । ସ୍ବତନ୍ତ୍ର ଝାଡଖଣ୍ଡ ରାଜ୍ୟ ଗଠନରେ ସକ୍ରିୟ ଭୂମିକା ତୁଲାଇଥିବାରୁ ତାଙ୍କୁ ‘ଝାଡଖଣ୍ଡ ଟାଇଗର’ ଭାବେ ମଧ୍ୟ ଲୋକେ ସମ୍ବୋଧନ କଲେ । ସେହିଦିନ ଠାରୁ ଲଗାତାର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ଚମ୍ପାଇ ।

ଅଧିକ ପଢନ୍ତୁ- ଇସ୍ତଫା ଦେବା ପରେ ହେମନ୍ତ ସୋରେନ ଗିରଫ, କାଲି କୋର୍ଟରେ ହାଜର କରିବ ED

ବିଜେପି ସରକାରରେ ହୋଇଥିଲେ ମନ୍ତ୍ରୀ: ଚମ୍ପାଇ ସୋରେନ 2010ରୁ 2013 ପର୍ଯ୍ୟନ୍ତ ବିଜେପି ସରକାରରେ ମନ୍ତ୍ରୀ ହୋଇଥିଲେ । ତତ୍କାଳୀନ ବିଜେପି ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ମନ୍ତ୍ରୀମଣ୍ଡଳରେ ଚମ୍ପାଇ କ୍ୟାବିନେଟ ମନ୍ତ୍ରୀ ଥିଲେ । ଏହାପରେ ରାଜ୍ୟରେ ଗୋଟିଏ ବର୍ଷ ପାଇଁ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ପରେ ଜେଏମଏମ ସରକାର ଗଠନ କରିଥିଲା । ପାଖାପାଖି ଦେଢ ବର୍ଷ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମନ୍ତ ସୋରେନ । ସେତେବେଳେ ଚମ୍ପାଇ ଜେଏମଏମରେ ସାମିଲ ହୋଇ ହେମନ୍ତଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ । ପୁଣି ଥରେ 2019 ରେ ଜେଏମଏମ ନେତୃତ୍ବରେ ଗଠବନ୍ଧନ ସରକାର କ୍ଷମତାସୀନ ହେବା ପରେ ଚମ୍ପାଇଙ୍କୁ ହେମନ୍ତ ସୋରେନ ପରିବହନ ବିଭାଗର ମନ୍ତ୍ରୀ କରିଥିଲେ । କୁହାଯାଏ ଶିବୁ ସୋରେନଙ୍କ ପରିବାର ଜଣେ ଘନିଷ୍ଠ ବିଶ୍ବସ୍ତ ସହଯୋଗୀ ହେଉଛନ୍ତି ଚମ୍ପାଇ ସୋରେନ । ଯାହାର ପୁରସ୍କାର ଏବେ ମିଲିଥିବା କୁହାଯାଉଛି ।

ଚମ୍ପାଇଙ୍କୁ କାହିଁକି ବାଛିଲେ ସୋରେନ ପରିବାର: ରାଜନୈତିକ ଆକଳନ ଅନୁସାରେ ଗତକାଲି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଇଟି ସିଧା କାଗଜରେ ମେଣ୍ଟର ସମସ୍ତ ବିଧାୟକଙ୍କ ଦସ୍ତଖତ ନେଇଥିଲେ । ଏହାସହ ଭବିଷ୍ୟତ ନିଷ୍ପତ୍ତି ଉପରେ ଆଲୋଚନା କରିଥିଲେ । ଯଦି ଇଡି ତାଙ୍କୁ ଗିରଫ କରେ ତେବେ ତାଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ତଥା ଶିବୁ ସୋରେନଙ୍କ ଦ୍ବିତୀୟ ବୋହୂ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ । କଳ୍ପନାଙ୍କ ନା ଉପରେ ବିଧାୟକଙ୍କ ସହମତି ଲୋଡିଥିଲେ । ଏଥିପାଇଁ ଗତକାଲି ବିଧାୟକ ଦଳ ବୈଠକରେ ହେମନ୍ତ ନିଜ ପତ୍ନୀଙ୍କୁ ମଧ୍ୟ ଡାକିଥିଲେ । ଦ୍ବିତୀୟ ପ୍ରସ୍ତାବ ଥିଲା ଯଦି କଳ୍ପନାଙ୍କୁ ନେଇ କୌଣସି ପରିସ୍ଥିତି ଆସେ ତେବେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ହେମନ୍ତ ସୋରେନ ନିଜର ନିଷ୍ପତ୍ତି ଗତକାଲି ବିଧାୟକଙ୍କୁ ସୂଚୀତ କରିଥିଲେ । ରଣନୀତି ଅନୁସାରେ ସବୁ ଠିକ ଥିଲା । କିନ୍ତୁ ଚଳିତ ବର୍ଷ ଶେଷ ଆଡକୁ ରାଜ୍ୟର ବିଧାନସଭା ନିର୍ବାଚନ ଅଛି । କିଛି ମାସ ପରେ ସାଧାରଣ ନିର୍ବାଚନ ଅଛି । ଏପରି ସ୍ଥିତିରେ କଳ୍ପନାଙ୍କୁ ପୁଣି ଉପନିର୍ବାଚନ ଜରିଆରେ ବିଧାୟକ କରିବା ସହଜ ହୋଇନପାରେ । ଏଥିପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇନପାରନ୍ତି । କାରଣ ପରବର୍ତ୍ତୀ 6 ମାସରେ ସାଧାରଣ ନିର୍ବାଚନ ସରିଯାଇଥିବା । ପୁଣି କଳ୍ପନାଙ୍କ ପାଇଁ ଉପନିର୍ବାଚନ ଯଦି ହୁଏ ତାହା ବିଳମ୍ବିତ ହୋଇପାରେ । ଏପରି ସ୍ଥିତିରେ ପୁଣି ଥରେ ସାମ୍ବିଧାନିକ ସଂକଟ ଉତ୍ପନ୍ନ ହୋଇପାରେ । ଫଳରେ ଚମ୍ପାଇଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ହେମନ୍ତ ସୋରେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2024, 6:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.