ETV Bharat / bharat

Puja Khedkar: ପୂଜା ଖେଡକରଙ୍କ ଉପରେ ମୋଦି ସରକାରଙ୍କ ଆକ୍ସନ, ଚାକିରିକୁ ବିଦା କଲା କେନ୍ଦ୍ର - Centre Discharges Puja Khedkar

author img

By ETV Bharat Odisha Team

Published : Sep 7, 2024, 8:41 PM IST

Centre Discharges Puja Khedkar: ଚାକିରିରୁ ବିଦା ହେଲେ ବିବାଦରେ ଫସିଥିବା ଟ୍ରେନିଂ ଆଇଏଏସ ଅଫିସର ପୂଜା ଖେଡକର । ତତ୍କାଳ ପ୍ରଭାବରେ କେନ୍ଦ୍ର ସରକାର ତାଙ୍କୁ ଚାକିରୁ ବିଦା କରିଛନ୍ତି । ପୂର୍ବରୁ ଆକ୍ସନ ନେଇଥିଲେ UPSC । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Puja Khedkar
Puja Khedkar (ETV Bharat Odisha)

ନୂଆଦିଲ୍ଲୀ: ବିବାଦରେ ଫସିଥିବା ଟ୍ରେନିଂ IAS ପୂଜା ଖେଡକର ଉପରେ ବଡ଼ ଆକ୍ସନ ନେଲା କେନ୍ଦ୍ର । ତତ୍କାଳ ପ୍ରଭାବରେ ଆଇଏସଏସ ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର । ଆଇଏଏସ ନିୟମ 1954ର ଧାରା 12 ଅଧିନରେ କେନ୍ଦ୍ର ସରକାର ପୂଜା ଖେଡକରଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ କାର୍ଯ୍ୟାନ୍ତର କରିଛନ୍ତି । UPSC ପରୀକ୍ଷାରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିଲେ ପୂଜା ଖେଡକର । ଯାହାକୁ ନେଇ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା UPSC । ଏହାପରେ ଆଜି ତାଙ୍କ ଉପରେ ଆକ୍ସନ ନେଇଛି କେନ୍ଦ୍ର ।

Puja Khedkar
Puja Khedkar (ETV Bharat)

କାହିଁକି ବିବାଦରେ ପୂଜା ଖେଡକର ?

ପୂଜା ଖେଡକର 2022ରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ପ୍ରୋବେସନ ପରିୟଡରେ ଥିବା ବେଳେ ଦାମୀ ଡିମାଣ୍ଡ କରି ଚର୍ଚ୍ଚାକୁ ପରିଧିକୁ ଆସିଥିଲେ । ଏହାପରେ ତାଙ୍କର ଗୋଟିଏ ପରେ ଗୋଟିଏ କଳାକାରନାମା ପଦାକୁ ଆସିଥିଲା । ନକଲି ଜାତି, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେ କିଛି ନିର୍ଦ୍ଦିଷ୍ଟ ବର୍ଗର ପାଇଁ ଏହି ପରୀକ୍ଷା ଲାଗି କୋହଳ ନିୟମର ଦୁରୂପଯୋଗ କରିଥିଲେ । ନିଜ ନାଁ, ବାପା ମାଆଙ୍କ ନାଁ ଫଟୋ ସବୁଥିରେ ହେରଫେର କରିଥିବା ଅଭିଯୋଗ ରହିଛି । ଯାହାକୁ ନେଇ ୟୁପିଏସସି ପକ୍ଷରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:IAS ପୂଜାଙ୍କ ଫର୍ଜରୀର ବଡ଼ ପର୍ଦ୍ଦାଫାସ୍, ମାମଲା ରୁଜୁ କଲା UPSC, ଚାକିରି ଯିବା ଥୟ !

କିଭଳି ଚର୍ଚ୍ଚାକୁ ଆସିଥିଲେ ପୂଜା:

ମହାରାଷ୍ଟ୍ରର ପୂଣରେ ପୂଜାଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । ସେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଅଲଗା କ୍ୟାବିନ, କାର ଓ କର୍ମଚାରୀ ଦାବି କରିଥିଲେ । ଏଥିସହ ଅନେକ ଥର ସ୍ବତନ୍ତ୍ର ସୁବିଧା ଦାବି କରିଥିଲେ । ତାଙ୍କର ଏପରି ଡିମାଣ୍ଡ ଦେଖି ଜିଲ୍ଲାପାଳ ପୂଜାଙ୍କ ଦାବି ଗୁଡିକୁ ମୁଖ୍ୟ ସଚିବଙ୍କୁ ଜଣାଇଥିଲେ । ଏହାପରେ ତାଙ୍କୁ ବଦଳି କରାଯାଇଥିଲା । ପରେ ପୂଜା ଖେଡକରଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏପରିକି ପୁରୁଣା ମାମଲାରେ ତାଙ୍କ ମାଆଙ୍କୁ ଗିରଫ କରିଥିଲା । ଶେଷରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର ।

ଏହା ମଧ୍ୟ ପଢନ୍ତୁ:IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା; ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଦେଇଥିଲେ ନକଲି ରାସନ କାର୍ଡ

ଏହା ମଧ୍ୟ ପଢନ୍ତୁ: ବଢୁଛି ଟ୍ରେନି IAS ପୂଜା ହେଡକରଙ୍କ ଅଡୁଆ, ହାତରୁ ଯାଇପାରେ ଚାକିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.