ହାଇଦ୍ରାବାଦ: ମହାରାଷ୍ଟ୍ରରୁ ଏକ ଭିଡିଓ ମୋବାଇଲରୁ ମୋବାଇଲ ଘରି ବୁଲିଛି । ଯେଉଁଥିରେ ଆପଣ ଦେଖିପାରିବେ ରସୁଣ । କିନ୍ତୁ ଏହା ପ୍ରକୃତ ରସୁଣ ନୁହେଁ ଅବିକଳ ନକଲ ସିମେଣ୍ଟ ରସୁଣ । ଦିନକୁ ଦିନ ପରିବା ମାର୍କେଟରେ ନିଆଁ ଲାଗିଥିବା ବେଳେ ପରିବା ଦର ହୁ ହୁ ହୋଇ ବଢିଚାଲିଛି । କିନ୍ତୁ ଏହି ସମୟରେ ବେପାରୀ ସିମେଣ୍ଟ ରସୁଣ ବିକ୍ରି କରି ବିବଦ ସୃଷ୍ଟି କରିଛନ୍ତି । କାରଣ ସୋସିଆଲ ମିଡିଆରେ ଏହାକୁ ପ୍ରବଳ ମାତ୍ରାରେ ନିନ୍ଦା କରାଯାଉଛି । ଅସାଧୁ ବ୍ୟବସାୟୀ ଉଚ୍ଚା ଦରର ଆଢୁଆଳରେ ଏଭଳି ଅମାନବୀୟ କାର୍ଯ୍ୟ କରୁଛନ୍ତି ବୋଲି ମତ ପ୍ରକାଶ ପାଇଛି ।
ସାଧାରଣତଃ ବର୍ଷା ସମୟରେ ଭାରତରେ ପରିବାର ଦର ଉଚ୍ଚା ରହିଥାଏ । ଯାହା ଖାଉଟିଙ୍କ ପକେଟକୁ ବାଧିଥାଏ । ଏହି ସମୟରେ ବେପାରୀ କୌଣସି ପରିବାର କଳାବଜାରୀ କରି ଫାଇଦା ଉଠାଇବା ସହିତ ଢେର ଟଙ୍କା ମୁନାଫା କରିଥାନ୍ତି । ତେବେ ଏହି ସମୟରେ ନକଲୀ ସାମଗ୍ରୀ ତା ପୁଣି ରସୁଣର ।
ଏହା ବି ପଢନ୍ତୁ- ପରିବାର ପାଇଁ ବୋଝ କଞ୍ଚା ପରିବା, ବଜାର ଦର ଆକାଶ ଛୁଆଁ - INCREASE VEGETABLE PRICE
ମହାରାଷ୍ଟ୍ର ଅକୋଲା ଅଞ୍ଚଳ ବାଜୋରିଆ ନଗରର ବାସିନ୍ଦା ଶୁବାଷ ପାଟିଲଙ୍କ ପତ୍ନୀ ପ୍ରଥମେ ଏହି ସ୍କାମ ନେଇ ଜାଣିପାରିଥିଲେ । ରୋଷେଇ ଘରର ଏହି ଅତ୍ୟାବଶ୍ୟକ ସାମଗ୍ରୀରେ ଘୋଟାଲା ଜାଣିବା ପରେ ଅଭିଯୋଗ କରିଥିଲେ । ସେ ନିକଟସ୍ଥ ଜଣେ ବେପାରୀଙ୍କ ଠାରୁ 250 ଗ୍ରାମ କିଣିଥିଲେ । ତେବେ ପରେ ଏହାକୁ ଛଡାଇବାକ ବେଳେ ସେ ଏହା ସିମେଣ୍ଟ ରସୁଣ ବୋଲି ଜାଣିପାରିଥିଲେ । ସେ ରସୁଣକୁ ଛଡାଇବାକୁ ଯେତେ ଚେଷ୍ଟା କଲେ ବି ଛଡେଇ ପାରିନଥିଲେ । ଏହା ଦେଖିବାକୁ ପୁରା ପୁରି ରସୁଣ ଭଳି ଥିଲା ଏବଂ ରଙ୍ଗ ମଧ୍ୟ ସମାନ ଥିଲା । ଏହାକୁ ନେଇ ସେ କହିଥିଲେ, ଅସଲି ରସୁଣ ନାଁରେ ନକଲି ରସୁଣ ବିକ୍ରି ହେଉଛି ।
"ରସୁଣ ଅଖାରେ ଏଭଳି ଡୁପ୍ଲିକେଟ ଭିଡିଓ ମିଶିଲେ ବାସ୍ତବରେ ଜାଣିବା ସହଜ ନୁହେଁ," ବୋଲି ପାଟିଲଙ୍କ ସ୍ତ୍ରୀ କହିଛନ୍ତି । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି ।
ଏହା ବି ପଢନ୍ତୁ- ରସୁଣ ନଷ୍ଟ କରିବାରୁ ରକ୍ତପାତ, ଗୁଳିକାଣ୍ଡରେ ଜଣେ ମୃତ