ETV Bharat / bharat

କୌଣସି ସ୍ଥିତିରେ ପ୍ରତ୍ୟାହାର ହେବନି CAA : ଅମିତ ଶାହ

Amit Shah on CAA: ସିଏଏ ଲାଗୁ ହେବା ଦିନଠାରୁ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି । ରାଜନୈତିକ ଫାଇଦା ପାଇଁ ବିଜେପି CAA ଲାଗୁ କରିଥିବା ବିରୋଧୀ ଅଭିଯୋଗ କରୁଥିବା ବେଳେ, ଆଇନ ସପକ୍ଷରେ ସଫେଇ ଦେଇଛନ୍ତି ଅମିତ ଶାହ। କହିଛନ୍ତି, ଏହା କାହାର ନାଗରିକତ୍ବ ଛଡ଼ାଇ ନେବ ନାହିଁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 14, 2024, 12:07 PM IST

Amit Shah on CAA
Amit Shah on CAA

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ଲାଗୁ ହେବା ପରଠାରୁ ବିରୋଧୀମାନେ ନିରନ୍ତର ଭାବେ କେନ୍ଦ୍ର ସରକାରଙ୍କୁ ଘେରୁଛନ୍ତି । CAA ମାଧ୍ୟମରେ ସରକାର ନୂତନ ଭୋଟ ବ୍ୟାଙ୍କ ଗଠନ କରିବା ନେଇ ସେ ଅଭିଯୋଗ କରିଛନ୍ତି । ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନ୍ୟୁଜ ଏଜେନ୍ସି ANIକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ପ୍ରଶ୍ନ: ସିଏଏସ ଆଦିବାସୀ କ୍ଷେତ୍ରରେ ସଂରଚନାକୁ ପରିବର୍ତ୍ତନ କରିବ?

ଏହାର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, "ଆଦୌ ନୁହେଁ, ଆଦିବାସୀ ଅଞ୍ଚଳର ସଂରଚନା ତଥା ଅଧିକାରକୁ CAA ଦୁର୍ବଳ କରିବ ନାହିଁ କିମ୍ବା ପରିବର୍ତ୍ତନ କରିବ ନାହିଁ । ଆମେ ଅଧିନିୟମରେ ହିଁ ହବ୍ୟବସ୍ଥା କରିଛୁ ଯେ, ଯେଉଁଠାରେ ଇନରଲାଇନ ପରମିଟ୍ ରହିଛି ଏବଂ ଯେଉଁ କ୍ଷେତ୍ର ଷଷ୍ଠ ଅନୁସୂଚୀ କ୍ଷେତ୍ରରେ ସାମିଲ ହୋଇଛି ସେଠାରେ ସିଏଏ ଲାଗୁ ହେବ ନାହିଁ ।

ବିରୋଧୀଙ୍କୁ ଟାର୍ଗେଟ: ବିରୋଧୀ ଦଳଗୁଡ଼ିକୁ ନିସାନା କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, " ବିରୋଧୀଙ୍କ ପାଖରେ କୌଣସି କାମ ନାହିଁ । ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍‌ରେ ରାଜନୈତିକ ଫାଇଦା ରହିଛି । ତାହାଲେ କଣ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ କି ? ଧାରା 370 ଉଚ୍ଛେଦ କରିବା ମଧ୍ୟ କଣ ଆମର ରାଜନୈତିକ ଫାଇଦା ? 1950 ମସିହାରୁ ଆମେ କହିଆସୁଛି ଯେ, ଧାରା 370କୁ ଉଚ୍ଛେଦ କରିବୁ । ସେମାନଙ୍କର ଇତିହାସ ରହିଛି ଯେ, ସେମାନେ ଯାହା କହୁଛନ୍ତି ତାହା କରନ୍ତି ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଇତିହାସ କହୁଛି, ଭାଜପା ଯାହା କହେ ତାହା ପଥରରେ ଲେଖା ହୋଇଯିବ । ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଗ୍ୟାରେଣ୍ଟି ପୂରଣ ହୋଇଛି । "

ପ୍ରଶ୍ନ: ନାଗରିତ୍ବ ଛଡ଼ାଇ ନେବ କି CAA ? : 2019 ମସିହାରୁ ମୁଁ କହି ଆସୁଛି ଯେ, ସିଏଏ କାର୍ଯ୍ୟକାରୀ ହେବ । ସଂଖ୍ୟାଲଘୁ ସଂପ୍ରଦାୟକୁ ଆଶ୍ବସନା ଦେଇ ଗୃହମନ୍ତ୍ରୀ କହିଛନ୍ତି, ସିଏଏ କାହାର ନାଗରିକତ୍ବ ଛଡେଇ ନେବ ନାହିଁ ବରଂ ନାଗରିକାତା ଦେବା ପାଇଁ ହୋଇଛି । ଯେତେ ସଂଖ୍ୟକ ଲୋକ ଅଖଣ୍ଡ ଭାରତର ଅଂଶ ହୋଇଛନ୍ତି ତାଙ୍କୁ ନାଗରିକତା ଦିଆଯିବ ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ ଘୋଷଣା, ସାରା ଦେଶରେ ଲାଗୁ ହେଲା CAA

ଇଣ୍ଡିଆ ମେଣ୍ଟକୁ ଜବାବ: ସିଏଏ ଲାଗି ହେବା ପରେ ଇଣ୍ଡିଆ ମେଣ୍ଟର ପ୍ରାୟ ସବୁ ଦଳ ଏହାକୁ ବିରୋଧ କରୁଛନ୍ତି । ସେ କହିଛନ୍ତି, " ଯଦି ଆଗାମୀ ନିର୍ବାଚନରେ ଇଣ୍ଟିଆ ମେଣ୍ଟ ସରକାର ଗଠନ କରେ ତାହେଲେ ସେମାନେ ସିଏଏକୁ ରଦ୍ଦ କରିବେ ।" ଇଣ୍ଟିଆ ମେଣ୍ଟର ଦାବି ଉପରେ ଅମିତ ଶାହ କହିଛନ୍ତି, "ସେମାନେ ଜାଣିନାହାନ୍ତି ଇଣ୍ଡିଆ ମେଣ୍ଟସ କ୍ଷମତାକୁ ଆସିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ସରକାରଙ୍କ ଦ୍ୱାରା CAA ଆଇନ ଅଣାଯାଇଛି, ଏହାକୁ ପ୍ରତ୍ୟାହାର କରିବା ଅସମ୍ଭବ । ଏହା ସାମ୍ବିଧାନିକ ରୂପରେ ବୈଧ ନିୟମ ଅଟେ । ସୁପ୍ରିମକୋର୍ଟ ଏହି ଆଇନ ଉପରେ କୌଣସି ରହିତାଦେଶ ଲଗାଇ ନାହାଁନ୍ତି। CAA କାର୍ଯ୍ୟକାରୀ ହେବା ଉଚିତ କି ନୁହେଁ ତାହା ପ୍ରଥମେ ସ୍ପଷ୍ଟ କରିବାକୁ ମୁଁ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କରୁଛି । ବର୍ତ୍ତମାନ ସେମାନେ ସଂଖ୍ୟାଲଘୁଙ୍କ ଭୋଟ୍ ଚାହୁଁଛନ୍ତି, ତେଣୁ ଏହା ବିରୋଧରେ ରାଜନୀତି କରୁଛନ୍ତି । "

ରାହୁଲ ଗାନ୍ଧୀଙ୍କୁ ଜବାବ: CAA ସମ୍ପର୍କରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, "ସିଏଏ କାହିଁକି ଦେଶ ବିରୋଧ ତାହାର ଉତ୍ତର ପ୍ରଥମେ ରାହୁଲ ଗାନ୍ଧୀ ଜନସାଧାରଣଙ୍କୁ ଦେବା ଉଚିତ । ଆମେ ଯେଭଳି ଭାବେ ଏହା ଦେଶ ସପକ୍ଷରେ ବୋଲି କହୁଛି ସେଭଳି ରାହୁଲ ମଧ୍ୟ ଜବାବ ଦେବା ଉଚିତ ।"

ପ୍ରଶ୍ନ: ସିଏଏ କଣ ମୁସଲମାନ ବିରୋଧୀ?

AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି CAAକୁ ମୁସଲିମ ବିରୋଧୀ ବୋଲି କହିଥିଲେ । ଏହା ଉପରେ ଅମିତ ଶାହା କହିଛନ୍ତି, "ମୁସଲମାନମାନେ ଧାର୍ମିକ ନିର୍ଯାତନାର ଶିକାର ହୋଇପାରିବେ ନାହିଁ କାରଣ ତିନୋଟି ଦେଶକୁ(ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନ) ଇସଲାମିକ ରାଷ୍ଟ୍ର ଭାବେ ଘୋଷଣା କରାଯାଇଛି । ଏହି ଆଇନରେ NRC ପାଇଁ କୌଣସି ବ୍ୟବସ୍ଥା ନାହିଁ । କାହାର ନାଗରିକତ୍ୱ ଛଡ଼ାଇବା ପାଇଁ ଏହି ଆଇନରେ କୌଣସି ବ୍ୟବସ୍ଥା ନାହିଁ ।"

ଯେଉଁମାନେ ସିଏଏ ମାଧ୍ୟମରେ ନାଗରିକତ୍ୱ ପାଆନ୍ତି ସେମାନଙ୍କ ପରିଚୟ ଏକ ପ୍ରକାର ଅଲଗା ହେବ । ଭାରତର ସାଧାରଣ ନାଗରିକଙ୍କ ପରି ସେମାନେ ଭାରତର ନାଗରିକ ତାଲିକାରେ ଅନ୍ତର୍ଭୁକ୍ତ ହେବେ । ସମସ୍ତଙ୍କର ସମାନ ଅଧିକାର ରହିବ । ସେମାନେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ, ବିଧାୟକ, ସାଂସଦ, ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରରେ ମନ୍ତ୍ରୀ ମଧ୍ୟ ହୋଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.