ETV Bharat / bharat

ରାଜ୍ୟସଭାରେ ହଇଚଇ, କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ମିଳିଲା ଟଙ୍କାବିଡ଼ା - CURRENCY BUNDLE IN RAJYASABHA

ରାଜ୍ୟସଭାରୁ ମିଳିଛି ଟଙ୍କା ବିଡ଼ା । କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘବିଙ୍କ ସିଟ୍ ତଳୁ ମିଳିଛି ନୋଟ୍ ବଣ୍ଡଲ ।

CURRENCY BUNDLE IN RAJYASABHA
CURRENCY BUNDLE IN RAJYASABHA (ANI)
author img

By ETV Bharat Odisha Team

Published : Dec 6, 2024, 11:06 PM IST

ନୂଆଦିଲ୍ଲୀ: ରାଜ୍ୟସଭାରୁ ମିଳିଛି ବିଡା ବିଡା ଟଙ୍କା । ସଂସଦରେ ଶୀତକାଳିନ ଅଧିବେଶନ ଚାଲିଥିବାବେଳେ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା । ଏହାପରେ ଗୃହ କାର୍ଯ୍ୟ ସ୍ଥଗିତ ରଖିଥିଲେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ । ଗୃହ କାର୍ଯ୍ୟ ସରିବା ପରେ ଯେତେବେଳେ ସଫେଇ ହେଲା ସିଟ୍ ନମ୍ବର 222ରୁ ମିଳିଲା ନୋଟ୍ ବଣ୍ଡଲ । ତେବେ ଏହି ଟଙ୍କା ବଣ୍ଡଲ କାହାର ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଟଙ୍କା ବିଡ଼ା କାହାର?

ଯେଉଁ ସିଟରୁ ଟଙ୍କା ବିଡା ମିଳିଥିଲା ତାହା ହେଉଛି ତେଲେଙ୍ଗାନାରୁ ନିର୍ବାଚିତ ହୋଇ ରାଜ୍ୟସଭା ସାଂସଦ ଅଭିଷେକ ମନୁ ସିଂଘବିଙ୍କ ସିଟ୍ । ହେଲେ ଏହି ଘଟଣା ସାମନାକୁ ଆସିବା ପରେ ସେ କହିଛନ୍ତି ଯେ ସେ ମାତ୍ର 500 ଟଙ୍କା ସାଙ୍ଗରେ ନେଇ ଗୃହକୁ ଯାଇଥାନ୍ତି । ଏହାସହ ସିଂଘବି ଆହୁରି କହିଛନ୍ତି, "ମୁଁ 714 କୋଟି ଟଙ୍କା ଆୟକର ପୈଠ କରିଛି । ଏପରି କେହି କରିପାରିବେ କି ? ପ୍ରଶ୍ନ କରି ସେ ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି।"

ଆସନ୍ତୁ ଜାଣିବା ଅଭିଷେକ ମନୁ ସିଂଘବି କିଏ?

କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘବି ଦେଶର ବେଶ ଜଣାଶୁଣା ବ୍ୟକ୍ତିତ୍ବ । ସେ ଜଣେ ବରିଷ୍ଠ ଓକିଲ ମଧ୍ୟ । ସୁପ୍ରିମକୋର୍ଟର ବହୁ ହାଇପ୍ରୋଫାଇଲ ମାମଲାର ସମାଧାନ କରିଛନ୍ତି ସିଂଘବି । 1997-98 ମସିହାରେ ସେ ଦେଶର ଆଡିସିନାଲ ସଲିସିଟର ଜେନେରାଲ ଭାବେ କାର୍ଯ୍ୟ କରିଛନ୍ତି । ତେବେ ଟଙ୍କା ପ୍ରସଙ୍ଗକୁ ନେଇ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି ।

10 ବର୍ଷରେ 714 କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି ସିଂଘବି:

ଅଭିଷେକ ମନୁ ସିଂଘବି ଜଣେ ଧନୀ ବ୍ୟକ୍ତି ଭାବେ ବେଶ ଜଣାଶୁଣା । 10 ବର୍ଷରେ 714 କୋଟି ଟଙ୍କା ଟିକସ ପୈଠ କରିବା ପରେ ସେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ , "ଆପଣଙ୍କର ସାହସ ଅଛି ? ଏତିକି ପରିମାଣର ଟିକସ ପୈଠ କରିବାକୁ?" ଯାହାକୁ ନେଇ ବିଜେପି ମଧ୍ୟ ତାଙ୍କୁ ଫାଇନାନସିଆଲ ଆଡଭାଇଜର ହେବାକୁ କହି କଟାକ୍ଷ କରିଥିଲା ।

ଏହା ବି ପଢନ୍ତୁ...ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ପାରିତ, ହେରଫେର କଲେ ଗଣିବେ କୋଟିଏ

ନିଯୁକ୍ତି ଚଞ୍ଚକତା ନେଇ ବର୍ଷିଲେ ମୋହନ ମାଝୀ, 'ପୂର୍ବ ସରକାରରେ ହୋଇଥିଲା ASO ସିଟ୍ ବିକ୍ରି'

ବିଧାନସଭାରେ ପୋଲାଭରାମ ତାତି; ଲଢେଇ ଜାରି ରହିବ କହିଲେ ନବୀନ, 4 ଟା ଯାଏ ଗୃହ ମୁଲତବୀ

ଗୋହତ୍ୟା ଓ ଚାଲାଣରେ ଲାଗିବ ରୋକ୍, ଆସୁଛି ଆଇନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.