ETV Bharat / bharat

ଅସ୍ପୃଶ୍ୟତାର କରୁଣଚିତ୍ର, ଦଳିତ ମହିଳା ଶ୍ରମିକଙ୍କୁ ନଡିଆ ଖୋଳରେ ପାଣି ପିଆଇଲା ମାଲିକ

author img

By ETV Bharat Odisha Team

Published : Feb 10, 2024, 9:51 PM IST

Brutality of untouchability: ଦଳିତ ମହିଳା ଶ୍ରମିକଙ୍କୁ ନଡିଆ ଖୋଳରେ ପାଣି ପିଆଇଲା ମାଲିକ । ଅଭିଯୋଗ ପରେ ଦୁଇ ଗିରଫ । ଅଧିକ ପଢନ୍ତୁ

ଅସ୍ପୃଶ୍ୟତାର କରୁଣଚିତ୍ର, ଦଳିତ ମହିଳା ଶ୍ରମିକଙ୍କୁ ନଡିଆ ଖୋଳରେ ପାଣି ପିଆଇଲା ମାଲିକ
ଅସ୍ପୃଶ୍ୟତାର କରୁଣଚିତ୍ର, ଦଳିତ ମହିଳା ଶ୍ରମିକଙ୍କୁ ନଡିଆ ଖୋଳରେ ପାଣି ପିଆଇଲା ମାଲିକ

ଚେନ୍ନାଇ: ଦେଶ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତକାଳ ପାଳନ କରୁଛି । ସ୍ବାଧୀନତାର ଶହେ ବର୍ଷ ପୂର୍ତ୍ତି ସହ ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ‘ସବକା ସାଥ ସବକା ବିକାଶ’ ଭିଜନ ପାଇଁ ତମାମ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି ସରକାର । ହେଲେ ଏବେ ବି ସମାଜରେ ଜାତିବାଦ ଓ ଛୁଆଁ ଅଛୁଆଁ ପରି ହୀନ ସାମାଜିକ ପ୍ରତାଡନା ଦୂର ହୋଇପାରିନାହିଁ । ଘରକୁ କାମ କରିବାକୁ ଆସିଥିବା 5 ମହିଳା ଶ୍ରମିକ ଦଳିତ ଜାତିର ହୋଇଥିବାରୁ ସେମାନଙ୍କୁ ନିର୍ଯାତନାର ଶିକାର ହେବାକୁ ପଡିଛି । ଗ୍ଲାସ ବଦଳରେ ସେମାନଙ୍କୁ ନଡିଆ ଖୋଳପାରେ ପାଣି ପିଆଇଛି ମାଲିକ । ଏପରି ଏକ ଅଭାବନୀୟ ତଥା ସ୍ପର୍ଶକାତର ଅଭିଯୋଗ ତାମିଲନାଡୁର ଧର୍ମପୁରୀ ଜିଲ୍ଲାରୁ ଆସିଛି । ମାମଲା ଥାନାରେ ପହଞ୍ଚିବା ପରେ ସମ୍ପୃକ୍ତ 2 ଜଣ ଅଭିଯୁକ୍ତଙ୍କ ନାମରେ ଏସସି-ଏସଟି ଆକ୍ଟ ସହ ଏକାଧିକ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁସାରେ, ଧର୍ମପୁରୀ ଜିଲ୍ଲାର ମୋରାପୁର ନିକଟସ୍ଥ ଗୋପିନାଥମ୍ମପଟ୍ଟୀ ନିକଟ ପାଲାୟାମ୍ପଲ୍ଲୀ ଗ୍ରାମରୁ ଅନୁସୂଚିତ ଜନଜାତି ସମ୍ପ୍ରଦାୟର 5ଜଣ ବୟସ୍କା ମହିଳା ମାରାପାନିକେନପାଟ୍ଟିକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ସେମାନେ ଏକ ଜମିରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ଶ୍ରମିକମାନେ ଦଳିତ ସମ୍ପ୍ରଦାୟର ବୋଲି ଜାଣିବା ପରେ ଏହି ଜମିର ମାଲିକ ସେମାନଙ୍କୁ ପିଇବା ପାଇଁ ଗ୍ଲାସରେ ପାଣି ଦେଇନଥିଲେ ବରଂ ଦୁର୍ବ୍ୟବହାର କରିଥିଲେ । ଏହି ବୃଦ୍ଧାମାନେ ନଡିଆ ଖୋଳପାରେ ପାଣି ପିଇବାକୁ ବାଧ୍ୟ ହୋଇଥିଲେ । ଜମିର ମାଲିକ ଉଚ୍ଚଜାତିର ହୋଇଥିବାରୁ ଏକ ରୂପା ଗ୍ଲାସରେ ପାଣିଥିଲେ ।

ଏହା ମଧ୍ୟ ପଢନ୍ତୁ :- ‘ସୁଟ ଆଣ୍ଡ କିଲ୍‌ ଲ’ ମନ୍ତବ୍ୟ: ବରିଷ୍ଠ ବିଜେପି ନେତା ଇଶ୍ବରପ୍ପାଙ୍କ ନାମରେ ମାମଲା ରୁଜୁ

ଏନେଇ ସେମାନେ ପରେ ଥାନାରେ ଦ୍ବାରସ୍ଥ ହୋଇଥିଲେ । ଜମି ମାଲିକ ଓ ତାଙ୍କର ଜଣେ ସମ୍ପର୍କୀୟଙ୍କ ବିରୋଧରେ ଏକାଧିକ ଆକ୍ଟରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏଥିରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉଭୟଙ୍କ ବେଲ ଖାରଜ ହେବା ସହ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଛି । ହେଲେ ଏକବିଂଶ ଶତାବ୍ଦୀରେ ତୃତୀୟ ଦଶନ୍ଧିରେ ସାମାଜିକ ଭେଦଭାବ ଓ ମଧ୍ୟଯୁଗୀୟ ମାନସିକତାର ଏପରି କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.