ETV Bharat / bharat

କବିତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ମାର୍ଚ୍ଚ 13 ପର୍ଯ୍ୟନ୍ତ ସମନ ଜାରି କରିପାରିବନି ED

author img

By ETV Bharat Odisha Team

Published : Feb 28, 2024, 8:43 PM IST

BRS' K Kavitha Gets Immunity From Questioning Till March 13: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ କବିତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ମାର୍ଚ୍ଚ 13 ପର୍ଯ୍ୟନ୍ତ ସମନ ଜାରି କରିପାରିବନି ED । ଅଧିକ ପଢନ୍ତୁ

କବିତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ମାର୍ଚ୍ଚ 13 ପର୍ଯ୍ୟନ୍ତ ଜାରି କରିପାରିବନି ED

ହାଇଦ୍ରାବାଦ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲ ମାମଲାରେ ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା କେ.କବିତାଙ୍କୁ ସର୍ବୋଚ୍ଚ କୋର୍ଟ ବଡ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଏହି ମାମଲାରେ ତାଙ୍କୁ ଆସନ୍ତାମାସ (ମାର୍ଚ୍ଚ) 13 ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିପାରିବ ନାହିଁ । ଏହି ମାମଲାରେ କବିତା କ୍ରମାଗତ କେନ୍ଦ୍ରୀୟ ସଂସ୍ଥାର ସମନ ପାଇବା ପରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଆଜି କୋର୍ଟ ଏହି ଆଶ୍ବସ୍ତି ପ୍ରଦାନ କରିଛନ୍ତି ।

ଗତ ସପ୍ତାହରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାଙ୍କୁ ଜେରା କରିବା ପାଇଁ ସମନ ଜାରି କରିଥିଲା । ହେଲେ ସେ ଏକାଧିକ କାରଣ ଦର୍ଶାଇ ଏହି ସମନରେ ହାଜର ହୋଇନଥିଲେ । ପୂର୍ବରୁ ଇଡି ମଧ୍ୟ ତାଙ୍କୁ ସମନ ଜାରି କରିସାରିଛି । ଯାହା ବିରୋଧରେ କବିତା ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ନିଜ ଆବେଦନରେ କବିତା ଦର୍ଶାଇଛନ୍ତି, ସେ ଜଣେ ମହିଳା ହୋଇଥିବାରୁ ତାଙ୍କର କିଛି ଗୋପନୀୟତା ଅଧିକାର ରହିଛି । ତଦନ୍ତକାରୀ ସଂସ୍ଥାର ଅଧିକାରୀ ତାଙ୍କୁ ତାଙ୍କ ବାସଭବନରେ ଜେରା କରନ୍ତୁ । ତାଙ୍କୁ କାର୍ଯ୍ୟାଳୟକୁ ଡାକି ଜେରା କରିବା ଅନୁଚିତ ।

ଦିଲ୍ଲୀର ଏହି ବହୁଚର୍ଚ୍ଚିତ ଘୋଟାଲା ମାମଲାରେ ତାଙ୍କ ନାମ ପ୍ରଥମରୁ ରହିଆସିଛି । 2022 ଡିସେମ୍ବରରେ ସେ ଶେଷଥର ପାଇଁ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଜେରାର ସମ୍ମୁଖୀନ ହୋଇଥିଲେ । ଏହା ପରେ ସେ ଏକାଧିକ ସମନ ପାଇଥିଲେ ସୁଦ୍ଧା କୌଣସି ନା କୌଣସି କାରଣରୁ ଅନୁପସ୍ଥିତ ରହିଆସିଛନ୍ତି । ସେ ଏହା ବିରୋଧରେ ଗତବର୍ଷ ମାର୍ଚ୍ଚରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ତାଙ୍କୁ ସେତେବେଳେ ଅନ୍ତରୀଣ ସୁରକ୍ଷା ମିଳିଥିଲା । ଏବେ ସେ ପୁଣି ଥରେ ଆସନ୍ତାମାସ 15 ପର୍ଯ୍ୟନ୍ତ କୋର୍ଟରୁ ସୁରକ୍ଷା ପାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ନୂଆ ସମନ ଜାରି କରିପାରିବ ନାହିଁ ।

ଏହା ମଧ୍ୟ ପଢନ୍ତୁ :- ଇସ୍ରୋ ଲଞ୍ଚପ୍ୟାଡ ବିଜ୍ଞାପନରେ ଚୀନ ପତାକା: ମୋଦି କହିଲେ ଭାରତୀୟ ବୈଜ୍ଞାନିକଙ୍କୁ ଅପମାନିତ କରିଛି DMK

ତେବେ ଏହି ବହୁଚର୍ଚ୍ଚିତ ଘୋଟାଲା ଅଭିଯୋଗ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ପ୍ରଥମେ ଜେଲ ଯାଇଥିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବେଲ ପାଇବାରେ ସଫଳ ହୋଇନାହାନ୍ତି । ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ଗିରଫ ହୋଇଛନ୍ତି । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ଦ୍ବାରା କ୍ରମାଗତ ସମନ ପାଇବାରେ ଲାଗିଛନ୍ତି । ଏହି ମାମଲାରେ ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ରାଜ୍ୟ ବିଧାନ ପରିଷଦ ସଦସ୍ୟା କେ କବିତାଙ୍କୁ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ତଦନ୍ତଭୁକ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.