ETV Bharat / bharat

୧୩୫ ଯାତ୍ରୀଙ୍କୁ ନେଇ ଉଡୁଥିଲା ଏୟାର ଇଣ୍ଡିଆ, ପାଇଲଟ କହିଲେ 'ବିମାନରେ ବୋମା' - Bomb Threat on Air India Flight - BOMB THREAT ON AIR INDIA FLIGHT

Bomb Threat on Air India Flight: ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ବିମାନକୁ ବୋମା ଧମକ ମିଳିଥିବାର ସୂଚନା ଦେଲେ ପାଇଲଟ । ମୁମ୍ବାଇରୁ କେରଳର ଥିରୁଅନନ୍ତପୁରମ ଯାଉଥିଲା ଏହି ବିମାନ । ପଢନ୍ତୁ ପୁରା ଖବର

୧୩୫ ଯାତ୍ରୀଙ୍କୁ ନେଇ ଯାଉଥିଲା ଏୟାର ଇଣ୍ଡିଆ, ପାଇଲଟ କହିଲେ-'ବିମାନରେ ବୋମା'
୧୩୫ ଯାତ୍ରୀଙ୍କୁ ନେଇ ଯାଉଥିଲା ଏୟାର ଇଣ୍ଡିଆ, ପାଇଲଟ କହିଲେ-'ବିମାନରେ ବୋମା' (ETV Bharat Odisha)
author img

By ETV Bharat Odisha Team

Published : Aug 22, 2024, 10:10 AM IST

Updated : Aug 22, 2024, 10:25 AM IST

ଥିରୁଅନନ୍ତପୁରମ: ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଆଜି ମୁମ୍ବାଇରୁ କେରଳର ଥିରୁଅନନ୍ତପୁରମ ଅଭିମୁଖେ ଉଡାଣ ଭରିଥିବା AI 657 (BOM-TRV) ବିମାନରେ ବୋମା ଥିବା ପାଇଲଟଙ୍କୁ ଧମକ ମିଳିଛି । ଏହି ଖବର ପରେ ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଫୁଲ୍ ଏମର୍ଜେନ୍ସି ଘୋଷଣା କରାଯାଇଛି । ବର୍ତ୍ତମାନ ଉକ୍ତ ବିମାନକୁ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଥିବା ବେଳେ ଏହାକୁ ଏବେ ଆଇସୋଲେସନ ସ୍ଥାନରେ ରଖାଯାଇଛି । ବିମାନରେ କ୍ରୁ ମେମ୍ବରଙ୍କ ସମେତ ୧୩୫ ଯାତ୍ରୀ ରହିଥିଲେ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇ ବର୍ତ୍ତମାନ ଯାଞ୍ଚ ଚାଲିଛି ।

ପାଇଲଟ ଦେଲେ ବୋମା ଧମକ ସୂଚନା:

ସୂତ୍ରରୁ ସୂଚନା ମୁତାବକ, ଆଜି ସକାଳେ ୧୩୫ ଯାତ୍ରୀ ଓ କ୍ରୁ ମେମ୍ବରକୁ ନେଇ ମୁମ୍ବାଇରୁ ଏୟାର ଇଣ୍ଡିଆ ବିମାନ ଥିରୁଅନନ୍ତପୁରମକୁ ଉଡାଣ ଭରିଥିଲା । ହେଲେ ଏହି ବିମାନକୁ ବୋମା ଧମକ ମିଳିଥିବା ଏହାର ପାଇଲଟ ସୂଚନା ଦେଇଥିଲେ । ସକାଳ ୭ଟା ୩୦ରେ ଏ ସମ୍ପର୍କରେ ପାଇଲଟ ଥିରୁଅନନ୍ତପୁରମ ବିମାନ ବନ୍ଦରକୁ ଜଣାଇଥିଲେ । ଏହାପରେ ବିମାନ ବନ୍ଦରରେ ଫୁଲ୍ ଏମର୍ଜେନ୍ସି ଘୋଷଣା ହୋଇଥିଲା । ସକାଳ ପ୍ରାୟ ୮ଟା ବେଳେ ବିମାନ ସୁରକ୍ଷିତ ଅବତରଣ କରିଥିଲା । ଏହାପରେ ବିମାନକୁ ଆଇସୋଲେସନ ସ୍ଥାନକୁ ନିଆଯାଇ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ୮ଟା ୪୪ ସୁଦ୍ଧା ସମସ୍ତ ଯାତ୍ରୀ ବାହାରକୁ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: ଝାଡଖଣ୍ଡରେ କ୍ରାସ ଲ୍ୟାଣ୍ଡିଂ କଲା ବାୟୁସେନା ଟ୍ରେନିଂ ବିମାନ, ଦୁଇ ପାଇଲଟ ନିଖୋଜ - CRASH LANDING OF TRAINEE PLANE

ବିମାନରେ ଛାନଭିନ୍ ଜାରି:

ଆଇସୋଲେସନ ସ୍ଥାନରେ ବିମାନକୁ ରଖାଯାଇ ବର୍ତ୍ତମାନ ଟିକନିଖ୍ ଯାଞ୍ଚ କରାଯାଉଛି । ତେବେ କେଉଁଠୁ ବୋମା ଧମକ ଆସିଲା ଏବଂ କିଏ ଦେଲା ତାହାର ତଦନ୍ତ କରାଯାଉଛି । ତେବେ ବିମାନକୁ ବୋମା ଧମକ ମିଳିବା କିଛି ନୂଆ କଥା ନୁହେଁ । ଅନେକ ସମୟରେ ଏଭଳି ଖବର ଧମକ ମିଳୁଛି । ହେଲେ ଛାନଭିନ୍ ସମୟରେ ବିମାନରୁ ସେଭଳି କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳୁନାହିଁ ବା ଏହା ଏକ ମିଛ ଧମକ ବୋଲି ଜଣାପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 22, 2024, 10:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.