ETV Bharat / bharat

ବିଦେଶୀ ଫୁଲ ଚାଷ କରି ମାଲାମାଲ ବିହାର ଚାଷୀ - FLOWER CULTIVATION - FLOWER CULTIVATION

Lili Flower Cultivation In Bihar: ବିହାରରେ ଫୁଲ ଚାଷ ଏକ ଲାଭଜନକ ବୋଲି ପ୍ରମାଣିତ ହେଉଛି । ଦେଶୀ ଫୁଲ ସହିତ ବିଦେଶୀ ଫୁଲ ମଧ୍ୟ ବହୁତ ଡ଼ିମାଣ୍ଡ ରହୁଛି । ତେବେ ବିହାରର ମୁଜାଫରପୁରର ନର୍ସରୀ ଅପରେଟର ରାମ କିଶୋର ଏହି ବିଦେଶୀ ଫୁଲ ଚାଷ ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ବିଦେଶୀ ଫୁଲ ଚାଷରୁ ମିଳୁଛି ଭଲ ରୋଜଗାର
ବିଦେଶୀ ଫୁଲ ଚାଷରୁ ମିଳୁଛି ଭଲ ରୋଜଗାର
author img

By ETV Bharat Odisha Team

Published : Mar 27, 2024, 8:06 AM IST

ପାଟନା: ବିହାରରେ ଫୁଲ ଚାଷ ଏକ ଲାଭଜନକ ବୋଲି ପ୍ରମାଣିତ ହେଉଛି । ଦେଶୀ ଫୁଲ ସହିତ ବିଦେଶୀ ଫୁଲ ମଧ୍ୟ ବହୁତ ଡ଼ିମାଣ୍ଡ ରହୁଛି । ବିହାରର ମୁଜାଫରପୁରର ନର୍ସରୀ ଅପରେଟର ରାମ କିଶୋର ଏହି ବିଦେଶୀ ଫୁଲ ଚାଷ ଆରମ୍ଭ କରିଛନ୍ତି । ଯାହାର ବଜାର ମୂଲ୍ୟ ପ୍ରତି ଫୁଲ ପିଛା 400 ଟଙ୍କା ରହୁଛି । ତେବେ ଏହା କେବଳ ଥଣ୍ଡା ପାଗରେ ହୋଇଥାଏ । 6 ଫାଖୁଡ଼ା ଥିବା ଲିଲି ଧଳା, କମଳା, ହଳଦିଆ, ନାଲି ଏବଂ ଗୋଲାପୀ ରଙ୍ଗର ଲିଲିୟମ ତାଙ୍କ ବଗିଚାର ଶୋଭା ବୃଦ୍ଧି କରିବା ସହିତ ତାଙ୍କୁ ଲାଭବାନ ମଧ୍ୟ କରୁଛି ।

ମୁଜାଫରପୁରର ରାମକିଶୋର ସିଂ ପ୍ରାୟ ତିନି ବର୍ଷ ପୂର୍ବେ ହଲାଣ୍ଡରୁ ଲିଲିୟମ ଫୁଲ ଅର୍ଡର କରିଥିଲେ । ଏବେ ସେ କଳା ଲିଲି(କଳା କଇଁ) ଚାଷ କରିବା ମଧ୍ୟ ଆରମ୍ଭ କରିଛନ୍ତି । ବଜାରରେ ଏକ କଳା ଲିଲିର ମୂଲ୍ୟ 400 ଟଙ୍କା ଏବଂ ଅନ୍ୟ ଲିଲିୟମର ମୂଲ୍ୟ 100 ଟଙ୍କା ରହିଛି । ଏହି ଫୁଲର ଚାଷରେ ଭଲ ଲାଭ ମିଳିପାରିବ ବୋଲି ସେ ଆଶା ରଖିଛନ୍ତି । ସେ ପାଞ୍ଚ ବର୍ଷ ପୂର୍ବେ ହଲାଣ୍ଡର ବ୍ଲାକ୍ ଲିଲି ଏବଂ ଲିଲିୟମ ବିଷୟରେ ଶୁଣିଥିଲେ । ଏହା ପରେ ଫୁଲ ପ୍ରତି ତାଙ୍କର ଆଗ୍ରହ ଆସିଥିଲା। ପରୀକ୍ଷାମୂଳକ ଭାବରେ ସେ ଏକ ଡଜନ ଫୁଲ ଚାରା ଆଣି ଚାଷ ଆରମ୍ଭ କରିଥିଲେ । ଏହି ବିହନ ତାଙ୍କୁ ଦିଲ୍ଲୀରୁ ଆଣିବାକୁ ପଡିଥିଲା । ଚାରା ଲଗାଇବାର କିଛି ସମୟ ପରେ ସେଥିରେ ଫୁଲ ଆସିବା ଆରମ୍ଭ ହୋଇଥିଲା ବୋଲି ରାମକିଶୋର ସିଂ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ରାମ ମନ୍ଦିରରେ ପ୍ରଥମ ହୋଲି ଉତ୍ସବ ପାଇଁ ସ୍ବତନ୍ତ୍ର ନୀତିକାନ୍ତି, ଫଗୁ ଖେଳିଲେ ଶ୍ରଦ୍ଧାଳୁ - First Holi Celebrations At Ayodhya

ବଜାରରେ ଏହାର ଚାହିଦା ବଢ଼ିବା ସହିତ ସେ କଳା ଲିଲି ଏବଂ ଅନ୍ୟ ଲିଲିୟମ ଫୁଲର ଚାଷ ଆରମ୍ଭ କରିଥିଲେ । ତେବେ ପାଖାପାଖି ଦୁଇରୁ ଅଢ଼େଇ ମାସ ମଧ୍ୟରେ ସେହି ଗଛରେ ଫୁଲ ଫୁଟିବା ଆରମ୍ଭ ହୋଇଯାଇଥାଏ । କଳା ଲିଲି ଏବଂ ଲିଲିୟମ ଚାଷ ପାଇଁ କମ ତାମମାତ୍ରାର ଆବଶ୍ୟକତା ଥାଏ । ଏହାର ଭଲ ଅମଳ ପାଇଁ ଦିନର ତାପମାତ୍ରା 25 ଡିଗ୍ରୀରୁ କମ୍ ଏବଂ ରାତିର ତାପମାତ୍ରା 12 ଡିଗ୍ରୀରୁ କମ୍ ହେବା ଆବଶ୍ୟକ । ଏହି ଋତୁ ଶେଷ ହେବା ପରେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଏହାର ଚାଷ ଆରମ୍ଭ ହୋଇଥାଏ । ତେବେ ଲିଲିୟମକୁ ଘର ସଜା ପାଇଁ ବ୍ୟବହାର କରାଯାଏ । 6 ଫାଖୁଡା ଥିବା ଲିଲିୟମ ଧଳା, କମଳା, ହଳଦିଆ, ନାଲି ଏବଂ ଗୋଲାପୀ ରଙ୍ଗରେ ମିଳିଥାଏ । ଜାପାନରେ ଧଳା ଲିଲିୟମ ଶୁଭର ପ୍ରତୀକ ହୋଇଥିବା ବେଳେ କମଳା ଲିଲିୟମ ଫୁଲ ଉନ୍ନତି ଏବଂ ଉତ୍ସାହର ପ୍ରତୀକ ବୋଲି ମାନ୍ୟତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.