ETV Bharat / bharat

ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ, ସାଧାରଣ ନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ମନ୍ତ୍ର ଦେବେ ମୋଦି

BJP National Council Meeting: ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆଦିଲ୍ଲୀ ଭାରତ ମଣ୍ଡପମଠାରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିବେଶନରେ ରଣନୀତି ପ୍ରସ୍ତୁତ କରିବ ଦଳ । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Feb 17, 2024, 10:51 AM IST

Updated : Feb 17, 2024, 12:35 PM IST

ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ
ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ

ନୂଆଦିଲ୍ଲୀ: ଆଗକୁ ସାଧାରଣ ନିର୍ବାଚନ । ଏବେଠାରୁ ବିଜେପି ଶିବିରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିବେଶନରେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବ ଦଳ । ଲୋକସଭା ନିର୍ବାଚନରେ 370ରୁ ଅଧିକ ଆସନ ଅକ୍ତିଆର କରିବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିବ ବିଜେପି । ଏହି ଅଧିବେଶନରେ ସାରା ଦେଶରୁ ବିଜେପିର 11,000ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗଦେବେ । ଆଜି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଅଧିବେଶନକୁ ଉଦଘାଟନ କରିବାକୁ ଥିବା ବେଳେ ଆସନ୍ତାକାଲି ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଅଭିଭାଷଣ ରଖିବେ ।

ଆଜିଠାରୁ ଭାରତ ମଣ୍ଡପମରେ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ। ଏହି ଅଧିବେଶନ 9.30ରୁ ଆରମ୍ଭ ହୋଇଛି । ଅଧିବେଶନକୁ ଉଦଘାଟନ କରିବେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଭାରତ ମଣ୍ଡପମଠାରେ ଅନୁଷ୍ଠିତ ଏହି ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ପୂର୍ବତନ ସାଂସଦ, ରାଜ୍ୟ କୋର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଆଦି ଯୋଗ ଦେଉଛନ୍ତି । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ଆଗାମୀ ଲୋକସଭା ନିର୍ବାଚନରେ ବିଜେପି କିଭଳି ଭଲ ପ୍ରଦର୍ଶନ କରିବ ଓ ଅଧିକରୁ ଅଧିକ ସିଟ ଅକ୍ତିଆର କରିବ ସେନେଇ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ହେବେ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ.....ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ, ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃବୃନ୍ଦ

ଏହା ମଧ୍ୟ ପଢ଼ନ୍ତୁ...2022 ସୁଦ୍ଧା ନିର୍ବାଚନୀ ବଣ୍ଡରେ ସଂଗ୍ରହ ହୋଇଛି 16 ହଜାର କୋଟି, ସବୁଠୁ ଆଗରେ ବିଜେପି

ସେପଟେ ଆସନ୍ତାକାଲି(ରବିବାର) ଅଧିବେଶନର ସମାପନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଅଭିଭାଷଣ ରଖିବେ। ପ୍ରଧାନମନ୍ତ୍ରୀ ଓ ଦଳର ଶୀର୍ଷ ନେତୃତ୍ବଙ୍କ ଗୁରୁମନ୍ତ୍ର ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରିବାରେ ସହାୟକ ହେବା ସହ ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଦଳ । ସେପଟେ ଓଡ଼ିଶାରୁ ମଧ୍ୟ ବିଜେପିର ପ୍ରମୁଖ ନେତାମାନେ ଏହି ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଅଂଶ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଦଳୀୟ ଟିମ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 17, 2024, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.