ETV Bharat / bharat

କର୍ଣ୍ଣାଟକରେ ଚାଞ୍ଚଲ୍ୟ, 24 ଘଣ୍ଟାରେ 2 ବିଜେପି ନେତାଙ୍କୁ ହତ୍ୟା

BJP Leader Girish Chakra Murdered: କର୍ଣ୍ଣାଟକର କଲବୁର୍ଗୀ ଜିଲ୍ଲାରେ ବିଜେପି ସାଂସଦ ଗିରିଶ ଚକ୍ରଙ୍କୁ ହତ୍ୟା । 24 ଘଣ୍ଟାରେ ଦ୍ବିତୀୟ ଘଟଣା । ଅଧିକ ପଢନ୍ତୁ

BJP leader murdered in Kalaburagi
BJP leader murdered in Kalaburagi
author img

By ETV Bharat Odisha Team

Published : Mar 1, 2024, 12:24 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର କଲବୁର୍ଗୀ ଜିଲ୍ଲାରେ ଚାଞ୍ଚଲ୍ୟ । 24 ଘଣ୍ଟାରେ ଦୁଇ ବିଜେପି ନେତାଙ୍କୁ ହତ୍ୟା । ଗୁରୁବାର ଅପରାହ୍ନରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ବେଳେ ବିଳମ୍ବିତ ରାତିରେ ପୁଣି ଜଣେ ନେତାଙ୍କୁ ହତ୍ୟା କରାଯାଇଛି । ମୃତ ବିଜେପି ସାଂସଦ ହେଲେ ଗିରିଶ ଚକ୍ର, ବୟସ 31 ବର୍ଷ । ସେ ଉମେଶ ଯାଦବଙ୍କ ଘନିଷ୍ଠ ସମର୍ଥକ ବୋଲି କୁହାଯାଉଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୋଲିସର କହିବା ଅନୁସାରେ, ବିଏସଏନଅଲ ପରାମର୍ଶଦାତା କମିଟି ସଦସ୍ୟ ଗିରିଶ ଚକ୍ରଙ୍କୁ ଅଫଜଲାପୁର ତାଲୁକର ସାଗାନୁରକ ଗ୍ରାମର ଏକ କ୍ଷେତରେ ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ସେ ଗତ ଫେବୃଆରୀ 14 ତାରିଖରେ ହିଁ ବିଏସଏନଅଲ ପରାମର୍ଶଦାତା କମିଟି ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ । ଗିରିଶଙ୍କୁ ତାଙ୍କ ସାଙ୍ଗମାନେ ଏକ ମଦ ପାର୍ଟି କରିବା ପାଇଁ ଗାଁର କ୍ଷେତକୁ ଡାକିଥିଲେ । ତେବେ ସେମାନେ ହିଁ ତାଙ୍କ ଆଖିରେ ପ୍ରଥମେ ଲଙ୍କାଗୁଣ୍ଡ ପକାଇ ପରେ ତାଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ଘଟଣା ଦେବଲା ଗଙ୍ଗାପୁର ପୋଲିସ ଷ୍ଟେସନ ଅଧୀନରେ ହୋଇଥିବା ବେଳେ ଡିଏସପି ମହମ୍ମଦ ସରିଫ ରୌତାର ଏବଂ ସିପିଆଇ ଚେନ୍ନାଇ ହେରେମାଥଙ୍କ ସମେତ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଗିରିଶଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହା ମଧ୍ୟ ପଢନ୍ତୁ: ବିଜେପି ନେତାଙ୍କୁ ହତ୍ୟା ! ମର୍ଣ୍ଣିଂଓ୍ୱାକରେ ଯାଇଥିଲେ, ରାସ୍ତାକଡରୁ ମିଳିଲା କ୍ଷତାକ୍ତ ମୃତଦେହ

ଏହା ପୂର୍ବରୁ ଗୁରୁବାର ଅପରାହ୍ନରେ ଅଲନ୍ଦ ତାଲୁକର ସରସମ୍ବା ଗାଁର ବିଜେପି ନେତା ମହନ୍ତପ୍ପା ଅଲୁରେ(45)ଙ୍କୁ ହତ୍ୟା କରାଯାଇଥିଲା । ବାଇକରେ ଘରକୁ ଫେରୁଥିବା ବେଳେ ତାଙ୍କୁ ଅଟକାଇ କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ । ସେ ଜଣେ ଭାଜପା ନେତା ରହିଥିଲେ । ସରସମ୍ବା ଗ୍ରାମରେ ଧନଲକ୍ଷ୍ମୀ ସମବାୟ ସମିତିର ସଭାପତି ଥିଲେ । ସେ ଲଗାତାର ତିନିଥର ଗ୍ରାମ ପଞ୍ଚାୟତ ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ସୋଲାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇନାହିଁ । ତେବେ 24 ଘଣ୍ଟା ମଧ୍ୟରେ ଦୁଇ ଜଣ ବିଜେପି ନେତାଙ୍କୁ ହତ୍ୟା ଜିଲ୍ଲାବାସୀଙ୍କୁ ଚକିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.