ETV Bharat / bharat

କଙ୍ଗନାଙ୍କ ଚାଷୀ ଆନ୍ଦୋଳନ ଟିପ୍ପଣୀ ନେଇ ବିଜେପି ଖପ୍ପା, ବିବାଦୀୟ ବୟାନଠୁ ଦୂରେଇ ରହିଲା ଦଳ - KANGANA RANAUT ON FARMERS PROTEST - KANGANA RANAUT ON FARMERS PROTEST

Kangana Ranaut remarks on farmers protests: କଙ୍ଗନାଙ୍କ ବିବାଦୀୟ ବୟାନରୁ ନିଜକୁ ଦୂରେଇ ରଖିଲା ଦଳ । ଚାଷୀ ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ମନ୍ତବ୍ୟରେ ସହମତି ନୁହଁ ବିଜେପି । କହିଲା, ଏହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ । ଅଧିକ ପଢନ୍ତୁ

କଙ୍ଗନାଙ୍କ ଉପରେ ବିଜେପି ଖପ୍ପା, ଆଗକୁ ଚାଷୀ ଆନ୍ଦୋଳନ ବିଷୟରେ ମତ ନଦେବାକୁ ଦଳର ତାଗିଦ
କଙ୍ଗନାଙ୍କ ଉପରେ ବିଜେପି ଖପ୍ପା, ଆଗକୁ ଚାଷୀ ଆନ୍ଦୋଳନ ବିଷୟରେ ମତ ନଦେବାକୁ ଦଳର ତାଗିଦ (Etv Bharat)
author img

By ETV Bharat Odisha Team

Published : Aug 27, 2024, 9:41 AM IST

Updated : Aug 27, 2024, 10:15 AM IST

ନୂଆଦିଲ୍ଲୀ: ପୁଣି ବିବାଦରେ ବଲିଉଡ କୁଇନ ତଥା ବିଜେପି ସାଂସଦ କଙ୍ଗନା ରାଣାଓ୍ବତ । ଚାଷୀ ଆନ୍ଦୋଳନକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ କଙ୍ଗନାକୁ ତାଗିତ କଲା ଭାରତୀୟ ଜନତା ପାର୍ଟି । ଦଳୀୟ ନୀତି ସମ୍ପର୍କରେ ମଣ୍ଡି ସାଂସଦଙ୍କୁ କିଛି କହିବାକୁ ଅନୁମତି ଦିଆଯାଇ ନାହିଁ ବୋଲି କହିଛି ଦଳ । କଙ୍ଗନା ଚାଷୀ ଆନ୍ଦୋଳନକୁ ନେଇ ଦେଇଥିବା ମନ୍ତବ୍ୟ ବିଜେପିର ନୁହଁ, ବରଂ ବ୍ୟକ୍ତିଗତ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରରେ ବିଜେପି ଉପରେ ବର୍ଷିବା ସହ ଜବାବ ମାଗିଛି ।

କ’ଣ କହିଥିଲେ କଙ୍ଗନା ?

ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ,''ଆମର ଶୀର୍ଷ ନେତୃତ୍ବ ଯଦି ଶସକ୍ତ ନଥାନ୍ତେ ତେବେ ବାଂଲାଦେଶରେ ଯାହା ହୋଇଛି ତାହା ଭାରତରେ ହେବାକୁ କମ୍‌ ସମୟ ଲାଗିଥାନ୍ତା । ଦେଶରେ ଚାଷୀ ଆନ୍ଦୋଳନ ସମୟରେ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟୁଥିଲା । କେନ୍ଦ୍ର ସରକାର କୃଷକ ବିଲକୁ ଫେରାଇ ନେବା ପରେ ପୁରା ଦେଶ ଚମକି ପଡିଥିଲା କି କଣ ହୋଇଗଲା । ସେହି ଚାଷୀମାନେ ଏବେ ବି ସେଠାରେ ବସିଛନ୍ତି ଓ ଭାବୁଛନ୍ତି ଏହି ବିଲ୍‌ କିପରି ଫେରାଇ ନିଆଗଲା । ବାଂଲାଦେଶରେ ଯାହା ହୋଇଛି ତାହା ଏଠାରେ ହେବାକୁ ପୁରା ପ୍ଲାନିଂ ହୋଇଥିଲା । ବିଦେଶ ଶକ୍ତି ଦ୍ବାରା ଷଡଯନ୍ତ୍ର ରଚାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ରିଲିଜ ପୂର୍ବରୁ ବିବାଦରେ କୁଇନଙ୍କ ଫିଲ୍ମ, ଦେଶରେ 'ଏମରଜେନ୍ସି' ବ୍ୟାନ କରିବାକୁ ଉଠିଲା ଦାବି - Emergency Movie Controversy

କଙ୍ଗାନଙ୍କୁ ବିଜେପିର ତାଗିତ:

କଙ୍ଗନାଙ୍କ ମନ୍ତବ୍ୟକୁ ନେଇ ସୋମବାର ବିଜେପି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିଲେ କୁହାଯାଇଥିଲା ଯେ, ଚାଷୀ ଆନ୍ଦୋଳନକୁ ନେଇ ମଣ୍ଡି ସାଂସଦ ଦେଇଥିଲା ମନ୍ତବ୍ୟ ଦଳୀୟ ମତ ନୁହେଁ । ଏହା ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ । ଦଳର ନୀତି ସମ୍ବନ୍ଧରେ କହିବାକୁ ତାଙ୍କୁ କୌଣସି ଅନୁମତି ମିଳିନାହିଁ । ଆଗକୁ ଚାଷୀ ଆନ୍ଦୋଳନ ନେଇ କୌଣସି ମତ ନଦେବାକୁ କଙ୍ଗନାଙ୍କୁ ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ତାଙ୍କ ଅଭିନୀତ ଫିଲ୍ମ ‘ଏମରଜେନ୍ସି’କୁ ନେଇ କଙ୍ଗନାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 27, 2024, 10:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.