ETV Bharat / bharat

ପ୍ରାର୍ଥୀ ଚୟନ କସରତ; ଆଜି ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

author img

By ETV Bharat Odisha Team

Published : Mar 11, 2024, 10:00 AM IST

BJP Central Election Committee Meeting: ଆଜି ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଲୋକସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା କରିବ ଦଳ । ଅଧିକ ପଢନ୍ତୁ

BJP Central Election Committee Meeting
BJP Central Election Committee Meeting

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସରଗରମ ରହିଛି ଦେଶର ରାତନୈତିକ ସ୍ଥିତି । ତାରିଖ ଘୋଷଣା ନହେବା ପୂର୍ବରୁ ବିଜେପି ଓ କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିସାରିଛନ୍ତି । ଏହାରି ମଧ୍ୟରେ ଖୁବଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେପି । ଏହାକୁ ଦୃଷ୍ଟିରେ ରଖି ଆଜି ବସିବ ବିଜେପି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବସିବ ସିଇସି ବୈଠକ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଦଳର ବହୁ ନେତା ଏଥିରେ ସାମିଲ ହେବେ । ବୈଠକରେ ଲୋକସଭା ନିର୍ବାଚନ ନେଇ ଆଲୋଚନା ହୋଇପାରେ । ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରେ ।

ଏହା ମଧ୍ୟ ପଢନ୍ତୁ-195 ପ୍ରାର୍ଥୀ ଦେଲା ବିଜେପି: ପ୍ରଥମ ପାଳିରେ କେଉଁ ରାଜ୍ୟରୁ କେତେ

ଆଜି ବସୁଥିବା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବେଶ ଗୁରୁତ୍ବ ବହନ କରେ । କାରଣ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ତାଲିକା ଜାରି କରିସାରିଛି ବିଜେପି । 18 ରାଜ୍ୟରେ 195 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ଦଳ । ଏଥିରେ 34 ଜଣ କେନ୍ଦ୍ରମନ୍ତ୍ରୀ ରହିଥିବାବେଳେ 2 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ଅନେକ ପୁରୁଖା ନେତାଙ୍କ ନାମ ପ୍ରାର୍ଥୀ ତାଲିକାରେ ନଥିବାବେଳେ ଦ୍ବିତୀୟ ତାଲିକାରେ ନାମ ଆସିପାରେ ବୋଲି ଆଶା ରହିଛି । ବଳକା ଥିବା ରାଜ୍ୟ ଗୁଡିକର ଲୋକସଭା ଆସନ ପାଇଁ ବିଜେପି ଆଜି ବୈଠକରେ ଆଲୋଚନା କରିବ । କାହାକୁ ମିଳିବ ଟିକେଟ କାହାର କଟିବ ସେନେଇ ଆଜି ଆଲୋଚନା ହେବ ।

ଏହା ମଧ୍ୟ ପଢନ୍ତୁ-ଲୋକସଭା ନିର୍ବାଚନ, କୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିପାରେ BJP

ଫେବୃଆରୀ 29 ତାରିଖରେ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ବସିଥିଲା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସିଇସି ବୈଠକ ଶେଷ ହୋଇଥିଲା । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଭିନ୍ନ ରାଜ୍ୟର ଦଳୀୟ ସଭାପତି, ପ୍ରଭାରୀ ଏବଂ ନିର୍ବାଚନ ସହପ୍ରଭାରୀ ବୈଠକରେ ସାମିଲ ହୋଇଥିଲେ । କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । ବୈଠକ ଶେଷ ହେବାର କିଛି ଦିନ ପରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ତାଲିକା ଜାରି କରିଥିଲା ବିଜେପି । ତେଣୁ ଏହି ବୈଠକ ପରେ ମଧ୍ୟ ଖୁବଶୀଘ୍ର ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.