ETV Bharat / bharat

ବିଲକିସ ବାନୋ ମାମଲା: ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ଗୁଜୁରାଟ ସରକାର

author img

By ETV Bharat Odisha Team

Published : Feb 14, 2024, 9:42 AM IST

Bilkis Bano Case: ବିଲକିସ ବାନୋ ମାମଲାରେ 2022 ଅଗଷ୍ଟ ମାସରେ ଗୁଜରାଟ ସରକାର ସ୍ୱତନ୍ତ୍ର ଆଇନ ବଳରେ 11 ଜଣ ଦୋଷୀଙ୍କୁ ମୁକ୍ତ କରିଥିଲେ । ତେବେ ଗୁଜୁରାଟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ଦେଇଥିବା କଡ଼ା ଟିପ୍ପଣୀକୁ ନେଇ ରିଭ୍ୟୁ ପିଟିସନ ଦାଖଲ କଲେ ଗୁଜୁରାଟ ସରକାର । ଅଧିକ ପଢନ୍ତୁ

ବିଲକିସ ବାନୋ ମାମଲା
ବିଲକିସ ବାନୋ ମାମଲା

ଗାନ୍ଧୀନଗର: ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା । ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଲେ ଗୁଜୁରାଟ ସରକାର । ସର୍ବୋଚ୍ଚ ଅଦାଲତରେ ରାୟ ପ୍ରକାଶ ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଦିଆଯାଇଥିବା ଟିପ୍ପଣୀକୁ ହଟାଇବା ପାଇଁ ପିଟିସନରେ ଉଲ୍ଲେଖ ରହିଛି । ଏହି ମାମଲାରେ 11 ଜଣ ଦୋଷୀଙ୍କୁ ମୁକ୍ତ କରିବା ନେଇ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି ଉପରେ ଦିଆଯାଇଥିବା କଡ଼ା ମନ୍ତବ୍ୟକୁ ହଟାଇବା ପାଇଁ ଅନୁରୋଧ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଉକ୍ତ ମନ୍ତବ୍ୟ ହିତକର ନୁହେଁ ବୋଲି କହିଛନ୍ତି ଗୁଜୁରାଟ ସରକାର । 14 ବର୍ଷର ଜେଲଦଣ୍ଡ ଭୋଗିବା ପରେ 2022 ଅଗଷ୍ଟ ମାସରେ ଗୁଜୁରାଟ ସରକାର ସ୍ୱତନ୍ତ୍ର ଆଇନ ବଳରେ ଦୋଷୀମାନଙ୍କୁ ମୁକ୍ତ କରିଥିଲେ ।

ରିଭ୍ୟୁ ପିଟିସନରେ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ପକ୍ଷରୁ 2022 ମସିହା ମେ' ମାସରେ ଶୁଣାଯାଇଥିବା ରାୟ ଅନୁସାରେ ଗୁଜୁରାଟ ସରକାର କାର୍ଯ୍ୟ କରୁଥିଲେ । ଏହି ରାୟରେ ଅଭିଯୁକ୍ତର ଦଣ୍ଡକର କ୍ଷମା ପାଇଁ ଆବେଦନ ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆମେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଛୁ, ତେଣୁ ଆମକୁ ଦାୟୀ କରାଯାଇପାରିବ ନାହିଁ । ଜାନୁଆରୀ 8 ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀରେ ସ୍ପଷ୍ଟ ତ୍ରୁଟି ରହିଛି । ଯେଉଁଥିରେ ରାଜ୍ୟକୁ କ୍ଷମତାର ଅପବ୍ୟବହାର ଏବଂ ବିବେକହୀନ କାର୍ଯ୍ୟ କରିବା ପାଇଁ ଦୋଷୀ ସାବ୍ୟସ୍ତ ଭଳି ଟିପ୍ପଣୀ ଦିଆଯାଇଛି ବୋଲି କହିଛନ୍ତି ଗୁଜୁରାଟ ସରକାର । କହିରଖୁଛୁ କି, ରାୟ ପ୍ରକାଶ ବେଳେ ସର୍ବୋଚ୍ଚ ଅଦାଲତ ପକ୍ଷରୁ କୁହାଯାଇଥିଲା, ଗୁଜୁରାଟ ସରକାର ନୁହେଁ ବରଂ ମହାରାଷ୍ଟ୍ର ସରକାରଙ୍କ ନିକଟରେ ଦୋଷମୁକ୍ତ ଆଦେଶ ପାରିତ କରିବା ପାଇଁ କ୍ଷମତା ରହିଛି । ତେଣୁ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତି ଗୁଜୁରାଟ ସରକାରଙ୍କ କ୍ଷମତାଭୁକ୍ତ ନୁହେଁ ।

ଆହୁରି ମଧ୍ୟ କୁହାଯାଇଛି ଯେ, ସୁପ୍ରିମକୋର୍ଟର ଅନ୍ୟ ଏକ ବେଞ୍ଚ 2022 ମସିହାରେ ଗୁଜୁରାଟକୁ ଉପଯୁକ୍ତ ସରକାର ବୋଲି କହିଥିଲେ । ଏହାପରେ 1992 କ୍ଷମା ନୀତି ଅନୁସାରେ, ଦୋଷୀଙ୍କ ବିରୋଧରେ ନିଷ୍ପତ୍ତି ନେବା ପାଇଁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆମର ନିଷ୍ପତ୍ତିକୁ ନେଇ ପରବର୍ତ୍ତୀ ସମୟରେ କୋର୍ଟ କଡା ସମାଲୋଚନା କରିଥିଲେ । ଏଭଳି ମନ୍ତବ୍ୟ କେବଳ ଅନୁଚିତ ନୁହେଁ ବରଂ ଗୁଜୁରାଟ ରାଜ୍ୟ ଉପରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରିଛି ।

ଏହା ମଧ୍ୟ ପଢନ୍ତୁ: ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା, ବିଳମ୍ବିତ ରାତିରେ ଆତ୍ମସମର୍ପଣ କଲେ 11 ଦୋଷୀ

ସୁପ୍ରିମକୋର୍ଟ ରଦ୍ଦ କରିଥିଲେ ଗୁଜୁରାଟ ସରକାରଙ୍କ ଫୈସଲା- ବିଲକିସ ମାମଲାରେ 11 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ସେମାନଙ୍କ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ହେଲେ 14 ବର୍ଷର ଜେଲଦଣ୍ଡ ଭୋଗିବା ପରେ 2022 ଅଗଷ୍ଟ ମାସରେ ଗୁଜରାଟ ସରକାର ସ୍ୱତନ୍ତ୍ର ଆଇନ ବଳରେ ସେମାନଙ୍କୁ ମୁକ୍ତ କରିଥିଲେ । ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ଏହାପରେ ଦୋଷୀଙ୍କ କ୍ଷମା ନିଷ୍ପତ୍ତିକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଏହାସହ 11 ଦୋଷୀଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.