ETV Bharat / bharat

ସିନିୟର ସିଟିଜନଙ୍କ ପାଇଁ ରେଳବାଇର ବଡ଼ ଅଫର, କମ ଟଙ୍କାରେ ଟ୍ରେନ ଯାତ୍ରା କରିବେ ବରିଷ୍ଠ ନାଗରିକ - Railway offer for senior citizens

author img

By ETV Bharat Odisha Team

Published : Jul 31, 2024, 12:20 PM IST

Updated : Jul 31, 2024, 2:50 PM IST

Railway Fare Discount Elderly: ଏବେ ବରିଷ୍ଠ ନାଗରିକଙ୍କ ପାଇଁ ଆହୁରି ଆନନ୍ଦଦାୟକ ହେବ ରେଳଯାତ୍ରା । ଆସୁଛି ଏହି ବଡ ଅଫର । ଖୁବଶୀଘ୍ର କାର୍ଯ୍ୟକାରୀ । ଅଧିକ ପଢନ୍ତୁ

ବରିଷ୍ଠ ନାଗରିକଙ୍କ ପାଇଁ ରେଳବାଇ ଆଣୁଛି ଏହି ବଡ ଅଫର, ଜାଣନ୍ତୁ କ’ଣ
ବରିଷ୍ଠ ନାଗରିକଙ୍କ ପାଇଁ ରେଳବାଇ ଆଣୁଛି ଏହି ବଡ ଅଫର, ଜାଣନ୍ତୁ କ’ଣ (ETV Bharat Odisha)

ହାଇଦ୍ରାବାଦ: ଭାରତୀୟ ରେଳବାଇ ବରିଷ୍ଠ ନାଗରିକଙ୍କ ଯାତ୍ରା ପାଇଁ ଏକାଧିକ ସୁବିଧା ଉପଲବ୍ଧ କରିଛି । ପୂର୍ବରୁ ଲୋୟର-ବର୍ଥରେ ପ୍ରାଥମିକତା ଭିତ୍ତିରେ ବରିଷ୍ଠ ନାଗରିକଙ୍କୁ ଟିକେଟ୍‌ ମିଳିବା ବ୍ୟବସ୍ଥା ରହିଛି । ବରିଷ୍ଠ ନାଗରିକମାନେ ଏହାର ଆନନ୍ଦ ନେଉଛନ୍ତି । ଏବେ ସେମାନଙ୍କ ପାଇଁ ରେଳବାଇ ଆଉ ଏକ ସୁବିଧା ଆଣିବାକୁ ଯାଉଛି । ବରିଷ୍ଠ ନାଗରିକଙ୍କ ପାଇଁ ଯାତ୍ରା ଭଡା ଅନ୍ୟ ବର୍ଗ ଅପେକ୍ଷା କମ୍‌ ରହିବ । ମାତ୍ର ଏହା ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ । ଏନେଇ ପ୍ରକ୍ରିୟା ଜାରି ରହିଥିବା ଓ ଖୁବଶିଘ୍ର ରେଳବାଇ ଏହା ଘୋଷଣା କରିବା ନେଇ ସୂତ୍ରରୁ ସୂଚନା ମିଳିଛି ।

ବରିଷ୍ଠ ନାଗରିକଙ୍କ ପାଇଁ ରେଳବାଇ ଆଣୁଛି ଏହି ବଡ ଅଫର
ବରିଷ୍ଠ ନାଗରିକଙ୍କ ପାଇଁ ରେଳବାଇ ଆଣୁଛି ଏହି ବଡ ଅଫର (ETV Bharat Odisha)

ରିହାତିରେ ଯାତ୍ରା କରିବେ ବରିଷ୍ଠ ନାଗରିକ:-

କେନ୍ଦ୍ର ସରକାର ତୃତୀୟ ଥର ବରିଷ୍ଠ ନାଗରିକଙ୍କ ପାଇଁ ଏହି ରିହାତି ଯାତ୍ରା ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ମଧ୍ୟ କୋଭିଡ ସଂକ୍ରମଣ ସମୟରେ ଏହି ସୁବିଧା ଲାଗୁ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରିଦିଆ ଯାଇଥିଲା । ଏବେ ଦୀର୍ଘ 4ବର୍ଷ ପରେ ପୁଣି ଥରେ ବରିଷ୍ଠ ନାଗରିକଙ୍କ ଯାତ୍ରା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛି କେନ୍ଦ୍ରର ମୋଦି ସରକାର ।

କେବଳ ସଂରକ୍ଷିତ ବଗିରେ ମିଳିବ ଏହି ସୁବିଧା:-

ତେବେ ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା କେବଳ ସଂରକ୍ଷିତ ବଗିରେ ହିଁ ଉପଲବ୍ଧ ହେବ । ଅନ୍ୟ ବର୍ଗ ଅପେକ୍ଷା ସେମାନଙ୍କ ପାଇଁ ଯାତ୍ରା ଭଡା କମ ରଖାଯିବ । ବୁକିଂ କରିବା ବେଳେ ସେମାନେ ସେମାନଙ୍କ ବୟସ ଓ ବ୍ୟକ୍ତିଗତ ସୂଚନା ଦେବା ପରେ ରିହାତି ସହ ନିର୍ଦ୍ଧାରିତ ଭଡା ସେମାନଙ୍କ ପାଇଁ ଉପଲବ୍ଧ ହେବ । ହେଲେ ସ୍ବାଭାବିକ ଭଡା ହାରଠାରୁ କେତେ ପ୍ରତିଶତ ସେମାନେ କମ ପାଇବେ ସେନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନି । ଅନ୍ୟପଟେ ଶୀତତାପ ନିୟନ୍ତ୍ରିତ ବଗିରେ ଏହି ସୁବିଧା ଉପଲବ୍ଧ ହେବନାହିଁ ।

ବିଶ୍ବର 4ର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ ଭାରତ:-

ଭାରତୀୟ ପରିବହନ ଓ ଯୋଗାଯୋଗର ମୁଖ୍ୟ ମାଧ୍ୟମ ହେଉଛି ଭାରତୀୟ ରେଳବାଇ । ଭାରତ ହେଉଛି ବିଶ୍ବର 4ର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ ଦେଶ । ଏହାକୁ ଭାରତୀୟଙ୍କ ଲାଇଫ-ଲାଇନ ମଧ୍ୟ କୁହାଯାଏ । ପ୍ରତ୍ୟେକ ଦିନ କୋଟି କୋଟି ଲୋକେ ରେଳଯାତ୍ରା କରିନ୍ତି । ରେଳବାଇ ମଧ୍ୟ ବିଶେଷ ସମ୍ବେଦନଶୀଳ ବର୍ଗଙ୍କ ପାଇଁ ଏକାଧିକ ଅତିରିକ୍ତ ସୁବିଧା ଉପଲବ୍ଧ କରିଛି । ବୟସ୍କଙ୍କ ପାଇଁ ପ୍ରାଥମିକ ଭାବେ ଲୋୟର ବର୍ଥରେ ସିଟ୍‌ କନଫର୍ମ କରିବା, ଦିବ୍ୟାଙ୍ଗଙ୍କ ପାଇଁ ଟିକେଟରେ ବୁକିଂରେ ପ୍ରାଥମିକତା ଓ ସ୍ବତନ୍ତ୍ର କୋଚ ବ୍ୟବସ୍ଥା ସହ ପର୍ଯ୍ୟଟନ ଋତୁରେ ତୀର୍ଥଯାତ୍ରା ସ୍ବତନ୍ତ୍ର ଟ୍ରେନ ଚଲାଇବା ଆଦି ରେଳବାଇ ଜାରି ରଖିଛି । ସେହିକ୍ରମରେ ଏବେ ବରିଷ୍ଠ ନାଗିରକଙ୍କ ପାଇଁ ଯାତ୍ରା ଟିକେଟ ମୂଲ୍ୟରେ ରିହାତି ଆଣିବାକୁ ଯାଉଛି ରେଳବାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2024, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.