ETV Bharat / bharat

IAS ଆଶାୟୀଙ୍କ ମୃତ୍ୟୁ ପରେ ଦିଲ୍ଲୀ ସରକାର ଆଖି ଖୋଲିଲା; ଆସିବ ରେଗୁଲେସନ-ଆକ୍ଟ, ଆଉ ସହଜ ହେବନି କୋଚିଂ ସେଣ୍ଟର ପ୍ରତିଷ୍ଠା - Delhi coaching incident

author img

By ETV Bharat Odisha Team

Published : Jul 31, 2024, 12:19 PM IST

Updated : Jul 31, 2024, 12:52 PM IST

Delhi coaching incident: କୋଚିଂ ସେଣ୍ଟର ପାଇଁ ରେଗୁଲେସନ-ଆକ୍ଟ ଆଣିବ ଦିଲ୍ଲୀ ସରକାର । ଲୋକଙ୍କଠାରୁ ଲୋଡିଲା ମତାମତ । ପ୍ରେସମିଟରେ ଘୋଷଣା କଲେ ମନ୍ତ୍ରୀ-ମେୟର । ଅଧିକ ପଢନ୍ତୁ

ରାଜଧାନୀରେ ଚଳିବନି କୋଚିଂ ସେଣ୍ଟରର ମନମାନୀ, ରେଗୁଲେସନ ଆକ୍ଟ ଆଣିବ ଦିଲ୍ଲୀ ସରକାର
ରାଜଧାନୀରେ ଚଳିବନି କୋଚିଂ ସେଣ୍ଟରର ମନମାନୀ, ରେଗୁଲେସନ ଆକ୍ଟ ଆଣିବ ଦିଲ୍ଲୀ ସରକାର (ETV Bharat Odisha)

ନୂଆଦିଲ୍ଲୀ: ରାଜେନ୍ଦ୍ରନଗର କୋଚିଂ ସେଣ୍ଟର ଅଘଟଣରେ ତିନିଜଣ ସଭିଲ୍‌ ସର୍ଭିସ ଆଶାୟୀଙ୍କ ମୃତ୍ୟୁ ଘଟଣା ଦେଶରେ ଉଦବେଗ ସୃଷ୍ଟି କରିଥିଲା । ଦେଶରେ କୋଚିଂ ସେଣ୍ଟରର ଚିନ୍ତାଜନକ ସ୍ଥିତିକୁ ସାମ୍ନାକୁ ଆଣିଥିଲା ଏହି ଅଘଟଣ । ଏବେ ପର୍ଯ୍ୟନ୍ତ ମଧ୍ୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ଆଜି କୋଚିଂ ସେଣ୍ଟର ସମ୍ପର୍କରେ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଏଣିକି ଆଉ କୋଚିଂ ସେଣ୍ଟରର ମନମାନୀ ଚଳିବ ନାହିଁ । ଏଗୁଡିକୁ ଦିଲ୍ଲୀ ସରକାର ନିୟନ୍ତ୍ରଣ କରିବେ । ଏକ ରୋଗୁଲେସନ ଆକ୍ଟ ମଧ୍ୟ ଦିଲ୍ଲୀ ବିଧାନସଭାରେ ଆସିବ । କୋଚିଂ ସେଣ୍ଟର ପ୍ରତିଷ୍ଠା ଅନୁମତିଠାରୁ ନେଇ ଭିତ୍ତିଭୂମି ଓ ପରିଚାଳନା ଗତ ସମସ୍ତ ନିୟମ ମଧ୍ୟ ଏହି ରେଗୁଲେସନ ଆକ୍ଟରେ ରହିବ । ଏପରିକି ଫି’ ମଧ୍ୟ ମନଇଚ୍ଛା ନେଇପାରିବନି କୋଚିଂ ସେଣ୍ଟର । ସେଣ୍ଟରଗୁଡିକ ସରକାରୀ ନିର୍ଦ୍ଧାରିତ ଫି’ ନେବେ । ଆଜି ଦିଲ୍ଲୀ ମନ୍ତ୍ରୀ ଆତିଶୀ ଓ ମେୟର ସୈଲୀ ଓବରାଇ ମିଳିତ ପ୍ରେସମିଟରେ ଏହି ଘୋଷଣା କରିଛନ୍ତି ।

ଅଧିନିୟମ ସମ୍ପର୍କରେ ନିଆଯିବ ଲୋକଙ୍କ ମତାମତ :-

ଆଜି ମନ୍ତ୍ରୀ-ମେୟର ମିଳିତ ପ୍ରେସମିଟରେ ଆତିଶୀ କହିଛନ୍ତି,‘‘ଦିଲ୍ଲୀର କୋଚିଂ ପ୍ରତିଷ୍ଠାନଗୁଡ଼ିକୁ ବିଦ୍ୟାଳୟ ପରି ଆଇନ ଅନୁଯାୟୀ ପରିଚାଳନା କରାଯିବ । ଦିଲ୍ଲୀ ସରକାର ‘କୋଚିଂ ଇନଷ୍ଟିଚ୍ୟୁଟ୍ ରେଗୁଲେସନ୍ ଆକ୍ଟ’ ଆଣିବେ । ସମସ୍ତ କୋଚିଂ ସେଣ୍ଟର ପାଇଁ ଭିତ୍ତିଭୂମି, ଶିକ୍ଷକଙ୍କ ଯୋଗ୍ୟତା, ଫି ରାଶି ଧାର୍ଯ୍ୟ ଇତ୍ୟାଦି ନିୟମ ଅଣାଯିବ । ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଏହା ପାଳନ କରାଯାଉଛି କି ନାହିଁ, ତା’ ପାଇଁ ନିୟମିତ ଯାଞ୍ଚ ବ୍ୟବସ୍ଥା ମଧ୍ୟ ହେବ । ଏହାର ତଦାରଖ ଓ ଉଲ୍ଲଂଘନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଟିମ ରହିବ । ଏହି ଆଇନ (ଆକ୍ଟ) ପାଇଁ ଏକ କମିଟି ଗଠନ କରାଯିବ । ଏଥିରେ ଦିଲ୍ଲୀ ସରକାର, ଅଗ୍ନିଶମ, ମହାନଗର ନିଗମ (ଏମସିଡି) କାର୍ଯ୍ୟକର୍ତ୍ତା ଏବଂ ଛାତ୍ର ସଦସ୍ୟ ମଧ୍ୟ ରହିବେ । ଏହି ଅଧିନିୟମ ଉପରେ ସାଧାରଣ ଲୋକ ଓ ବୁଦ୍ଧିଜୀବୀଙ୍କ ମତ ମଧ୍ୟ ଗ୍ରହଣ କରିବ ଦିଲ୍ଲୀ ସରକାର । ଇମେଲ-ଆଇଡି Coaching.law.feedback@gmail.com ରେ ଲୋକମାନେ ସେମାନଙ୍କର ମତାମତ ଦେଇପାରିବେ । ବିଲ୍‌ ପ୍ରସ୍ତୁତ କରିବା ପୂର୍ବରୁ ସରକାର ଏହାକୁ ବିଚାର କରି ଆକ୍ଟର ରୂପରେଖ ପ୍ରସ୍ତୁତ କରିବେ ।’’

ଏହା ମଧ୍ୟ ପଢନ୍ତୁ:- ପ୍ରଶ୍ନଘେରରେ ଦିଲ୍ଲୀ କୋଚିଂ ସେଣ୍ଟର; ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ, ଜାଣନ୍ତୁ କେବେ କେବେ ଘଟିଛି ଅଘଟଣ - Coaching Incidents in Delhi

ବିଧାନସଭାରେ ଏହି ନିୟମ ପାରିତ ହେବ:

ଦିଲ୍ଲୀ ମେୟର ସୈଲୀ ଓବରଇ କହିଛନ୍ତି,‘‘ଆମେ ଛାତ୍ରଛାତ୍ରୀଙ୍କ ଦାବି ଶୁଣିବୁ ଏବଂ ସେମାନଙ୍କ ସହ ଏକ ବୈଠକ କରିବୁ । ଏହା ପରେ ସେହି ଆଧାରରେ ପ୍ରସ୍ତୁତ ଆକ୍ଟକୁ ଦିଲ୍ଲୀ ବିଧାନସଭାରେ ପାରିତ କରିବୁ । କୋଚିଂ ସେଣ୍ଟରରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ କୋଚିଂ ସେଣ୍ଟର ଉପରେ MCD ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଭିନ୍ନ ନିୟମ ଉଲ୍ଲଂଘନ ପାଇଁ ସେଗୁଡିକୁ ସିଲ କରାଯାଇଛି ।’’

ଏହା ମଧ୍ୟ ପଢନ୍ତୁ:- ଅଘଟଣ ପରେ ଚେତିଲା ପ୍ରଶାସନ, 13 କୋଚିଂ ସେଣ୍ଟରରେ ଝୁଲିଲା ତାଲା - MCD Seals 13 Coaching Centres

28 ତାରିଖରେ ଦିଲ୍ଲୀର ରାଜେନ୍ଦ୍ର ରାଓ ଆଇଏଏସ ଷ୍ଟଡି ସେଣ୍ଟରରେ ଏହି ଅଘଟଣ ଘଟିଥିଲା । ବିଲ୍ଡିଂର ବେସମେଣ୍ଟରେ ହଠାତ ପ୍ରବଳ ବର୍ଷା ଫଳରେ ଡ୍ରେନ ପାଣି ଭରିଯିବାରୁ 3 ଜଣ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିଲା । ବାୟୋମେଟ୍ରିକ ସିଙ୍ଗଲ ସିଷ୍ଟମ ବନ୍ଦ ହୋଇଯିବା କାରଣରୁ ସେମାନେ ବାହାରି ପାରିନଥିଲେ । ବେସମେଣ୍ଟରେ ଫସି ରହିଥିବା ବନ୍ୟାଜଳ ବୁଡି ସେମାନଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଅନ୍ୟ ଦୁଇ ଯୁବତୀ ଥିଲେ । ଏହାକୁ ନେଇ ସିଭିଲ ସର୍ଭିସ ପ୍ରସ୍ତୁତି କରୁଥିବା ହଜାର ହଜାର ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । କୋଚିଂ ସେଣ୍ଟରରେ ବିଭିନ୍ନ ଅବ୍ୟବସ୍ଥା ରହିଛି । ହେଲେ କୋଚିଂ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରାଶାସନର ଅବହେଳାରୁ ଏପରି ଅଘଟଣ ଘଟିଥିବା ସେମାନେ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2024, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.