ETV Bharat / bharat

ଦେହରେ କିନ୍ନର ଆତ୍ମା ଅଛି, ଏମିତି କହି ମହିଳାଙ୍କ ଶରୀରରେ ଲୁହାକଣ୍ଟା ଫୋଡିଲା ତାନ୍ତ୍ରିକ - Woman tortured over superstition

author img

By ETV Bharat Odisha Team

Published : Apr 27, 2024, 3:58 PM IST

Nail Drove Into Woman Body: ପିଲାଛୁଆ ହେଉନଥିବାରୁ ତାନ୍ତ୍ରିକ ପାଖକୁ ଯାଇଥିଲେ ମହିଳା । ତାଙ୍କ ଶରୀରରେ ଗୋଟିଏ କିନ୍ନରର ଆତ୍ମା ଥିବା କହି ମହିଳାଙ୍କ ଦେହରେ ଲୁହାକଣ୍ଟା ବାଡେଇବା ସହ କଞ୍ଚା ଲଙ୍କା ଖୁଆଇଲା ଭଣ୍ଡ ତାନ୍ତ୍ରିକ । ଅଧିକ ପଢନ୍ତୁ

ଦେହରେ କିନ୍ନର ଆତ୍ମା ଅଛି... ଏମିତି କହି ମହିଳାଙ୍କ ଶରୀରରେ ଲୁହାକଣ୍ଟା ଫୋଡିଲା ତାନ୍ତ୍ରିକ

ମୁମ୍ବାଇ: ଯୁଗ ଯେତେ ଆଗେଇଲେ ବି ଅନ୍ଧବିଶ୍ବାସର ଅନ୍ଧାର ଗଳିରୁ ବାହାରି ପାରୁନି ଆଜିର ମଣିଷ । କେତେବେଳେ ଧନ ଲୋଭର ତ ଆଉ କେତେବେଳେ ସନ୍ତାନସନ୍ତତି ଆଶାରେ ଭଣ୍ଡ ବାବା, ତାନ୍ତ୍ରିକ ଜାଲରେ ଫସୁଛି । ସେମିତି ଏକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ଅଞ୍ଚଳରୁ । ଏଠାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ପିଲାଛୁଆ ହେଉନଥିବାର ପରିବାର ଲୋକେ ଗୋଟିଏ ବାବା ବା ତାନ୍ତ୍ରିକ ପାଖରେ ନେଇଯାଇଥିଲେ । ମହିଳାଙ୍କ ଦେହରେ ଜଣେ କିନ୍ନରର ଆତ୍ମା ଅଛି । ସେଥିପାଇଁ ସନ୍ତାନ ହେଉନାହିଁ ବୋଲି ତାନ୍ତ୍ରିକ କହିଥିଲା । ଏହାର ପ୍ରତିକାର ସୂରୁପ ସେ ମହିଳାଙ୍କ ଶରୀରରେ ଲୁହା କଣ୍ଟା ଫୁଟାଇବା ସହ କାଠ ଫାଳିଆରେ ନିସ୍ତୁକ ମାଡ ମାରିଥିଲା । ଏନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ, ୧୩ ବର୍ଷ ତଳେ ମହିଳାଙ୍କ ବିବାହ ହୋଇଥିଲା । ହେଲେ ତାଙ୍କର ପିଲାଛୁଆ ହେଉନଥିଲା । ଅନେକ ହସ୍ପିଟାଲ ଯାଇ ଚିକିତ୍ସା କରିଥିଲେ ବି କିଛି ଲାଭ ହୋଇନଥିଲା । ଦୁଇ ବର୍ଷ ତଳେ ଘର ପାଖରେ ରହୁଥିବା ଆବେଦା ଶେଖ ନାମକ ଜଣେ ମହିଳା ତାଙ୍କୁ କହିଥିଲେ ଯେ, ତାଙ୍କର ପୁଅ ହାକିମ ଶେଖ ଗୁଣିଗାରେଡି ଓ କଳାଯାଦୁ ଜାଣେ । ଯଦି ସେ ତା' ପାଖକୁ ଯାଆନ୍ତି ତେବେ ନିଶ୍ଚୟ ସମସ୍ୟା ଦୂର ହୋଇଯିବ । ଏ କଥାରେ ମହିଳା ବିଶ୍ବାସ କରି ନିଜ ସ୍ବାମୀଙ୍କ ସହ ହାକିମ ନିକଟକୁ ଯାଇଥିଲେ । ଏହି ଭଣ୍ଡ ବାବା ମହିଳା ମୁଣ୍ଡରେ ଏକ କୋଇଲା ରଖି ତାଙ୍କ ଶରୀରରେ ଜଣେ କିନ୍ନରର ଆତ୍ମା ଅଛି ବୋଲି କହିଥିଲା । କିଛି ଦିନ ଯାଏ ଚିକିତ୍ସା କରିବା ପରେ ତାଙ୍କର ସନ୍ତାନ ଜନ୍ମ ହେବ ବୋଲି ସେ ଆଶ୍ବସନା ଦେଇଥିଲା ଏବଂ ଦୁଇ ବର୍ଷ ହେଲା ବିଭିନ୍ନ ପ୍ରକାର କଳାଯାଦୁ କରୁଥିଲା ।

ଏହା ମଧ୍ୟ ପଢନ୍ତୁ: ଜୀବିତ ହେବା ଆଶାରେ ଦୁଇ ପୁଅଙ୍କ ମୃତଦେହକୁ ଲୁଣଗଦାରେ ପୋତିଲେ ବାପା ମା’

ଗତ ୧୮ ତାରିଖରେ ମହିଳା ଜଣକ ହାକିମ ଶେଖ ଘରୁ ଯାଇଥିଲେ । ସେଠାରେ ତାନ୍ତ୍ରିକ ମହିଳାଙ୍କ ଚୁଟି ଧରି ଟାଣିବା ସହ ତାଙ୍କ ଶରୀରରେ ଲୁହା କଣ୍ଟା ଫୋଡିଥିଲା । ଯନ୍ତ୍ରଣାରେ ମହିଳା ଚିତ୍କାର କରିବାରୁ ତାନ୍ତ୍ରିକର ମାଆ ତାଙ୍କର ପାଟିରେ କଞ୍ଚା ଲଙ୍କା ପୁରାଇ ଦେଇଥିଲା । ଯେତେବେଳେ ମହିଳାଙ୍କ ସ୍ବାମୀ ଏହାକୁ ବିରୋଧ କଲେ, ତାନ୍ତ୍ରିକ କହିଲା ଯଦି ସେ ନିଜ ସ୍ଥାନରୁ ଉଠନ୍ତି ତାହେଲେ ଆତ୍ମା ଯାଇ ତାଙ୍କ ଶରୀରରେ ପ୍ରବେଶ କରିଯିବ । ଭୟରେ ସ୍ବାମୀ ଚୁପ୍ ହୋଇଯାଇଥିଲେ । ଏହାପରେ ଭଣ୍ଡ ହାକିମ ଗୋଟିଏ କାଠ ଫାଳିଆରେ ମହିଳାଙ୍କ ନିସ୍ତୁକ ମାଡ ମାରିଥିଲା ଏବଂ ଆଉ ଆତ୍ମା ତାଙ୍କୁ ହଇରାଣ କରିବନି କହି ଘରକୁ ପଠାଇଥିଲା ।

ହେଲେ ଏଭଳି ଅକଥନୀୟ ଅତ୍ୟାଚାର ପରେ ମହିଳା ଆଉ ଚଲାବୁଲା କରିପାରିନଥିଲେ । ଶେଷରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ଭଣ୍ଡ ହାକିମ ଶେଖ ଓ ତା' ମାଆ ବିରୋଧରେ ଏକ ମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.