ETV Bharat / bharat

ଇଞ୍ଜିନିୟର ଅତୁଲ ସୁଭାଷ ମୃତ୍ୟୁ ଘଟଣା, ଗିରଫ ହେଲେ ନିର୍ଯାତନା ଦେଇଥିବା ପତ୍ନୀ - BENGALURU TECHIE DEATH

ବେଙ୍ଗାଲୁରୁ ଅତୁଲ ସୁଭାଷଙ୍କ ମୃତ୍ୟୁ ଘଟଣାରେ 3 ଜଣଙ୍କୁ ଗରିଫ କଲା ପୋଲିସ । ସ୍ବାମୀଙ୍କୁ ନିର୍ଯାତନା ଅଭିଯୋଗରେ ସ୍ତ୍ରୀକୁ ବାନ୍ଧିଲା ପୋଲିସ ।

Bengaluru Techie Death
Bengaluru Techie Death (ETV BHARAT ODISHA)
author img

By ETV Bharat Odisha Team

Published : Dec 15, 2024, 12:36 PM IST

ବେଙ୍ଗାଲୁରୁ: ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଘଟଣାରେ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ । ସ୍ବାମୀକୁ ନିର୍ଯାତନା ଦେଇ ଗିରଫ ହେଲେ ସ୍ତ୍ରୀ ନିକିତା ସିଙ୍ଘାନିଆ । ଗୁରୁଗ୍ରାମରୁ ପୋଲିସ ତାଙ୍କୁ ଗରିଫ କରିଛି । ନିକିତାଙ୍କ ସମେତ ତାଙ୍କ ମା ନିଶା ସିଙ୍ଘାନିଆ ଓ ଭାଇ ଅନୁରାଗଙ୍କୁ ପୋଲିସ ହେପାଜତକୁ ନେଇଛି । ହ୍ବାଇଟ ଫିଲ୍ଡ ଡିଭିଜନ ଡିସିପି ଶିବକୁମାରଙ୍କ କହିବା ଅନୁଯାୟୀ, ତିନି ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଡ ଚାଲାଣ କରାଯାଇଥିଲା । ପରେ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଜୀବନ ହାରିବା ପାଇଁ ଉସକାଇବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି ।

ଚଳିତ ସପ୍ତାହ ଆରମ୍ଭରୁ, ବେଙ୍ଗାଲୁରୁ ପୋଲିସ ଉତ୍ତରପ୍ରଦେଶ ପୋଲିସ ଠାରୁ ଅଭିଯୁକ୍ତଙ୍କ ପତା ଲଗାଇବା ପାଇଁ ସାହାଯ୍ୟ ମାଗିଥଲା । କାରଣ ସୂଚନା ମିଳିଥିଲା ଗୁରୁବାର ​ ନିଶା ଏବଂ ଅନୁରାଗ ତାଙ୍କ ଘର ଜୋନପୁର ଘରୁ ପଳାୟନ କରିଥିଲେ । ଶୁକ୍ରବାର ବେଙ୍ଗାଲୁରୁ ପୋଲିସ କହିଥିଲା, ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପଞ୍ଜୀକୃତ ହୋଇଥିବା ମାମଲା ଆଧାରରେ ଯାଞ୍ଚ ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି । ବେଙ୍ଗାଲୁରୁ ପୋଲିସ କମିଶନର ବି ମୃତକଙ୍କୁ ନ୍ୟାୟ ଦେବାକୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ଏକ ଘରୋଇ ସଂସ୍ଥାରେ କାମ କରୁଥିବା 34 ବର୍ଷିୟ ଡେପୁଟି ଜେନେରାଲ୍ ମ୍ୟାନେଜର ଅତୁଲ ସୁଭାଷ ତାଙ୍କ ବେଙ୍ଗାଲୁରୁ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ଏକ 24 ପୃଷ୍ଠାର ନୋଟ୍ ଲେଖିଥିଲେ । ଯେଉଁଥିରେ ସେ ତାଙ୍କ ପତ୍ନୀ ଏବଂ ସମ୍ପର୍କୀୟଙ୍କୁ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ। ସୁଇସାଇଡ ନୋଟରେ ସେ ଅଭିଯୋଗ କରିଛନ୍ତି ଯେ ଏହି ମାମଲାର ସମାଧାନ ପାଇଁ ଜଣେ ଓକିଲ ତାଙ୍କ 5 ଲକ୍ଷ ଟଙ୍କା ମାଗିଥିଲେ । ମୃତ୍ୟୁ ପୂର୍ବରୁ ଦେଢ ଘଣ୍ଟାର ଏକ ଭିଡିଓ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶିଶୁ ସମେତ 7 ମୃତ - FIRE BREAKS OUT

ଏହା ମଧ୍ୟ ପଢନ୍ତୁ-‘ସ୍ବାମୀଙ୍କ ହାତରେ ମୋ ହାତ ରଖି ଅନ୍ତିମ ସଂସ୍କାର କରିବ’: ଜୀବନ ହାରିଲେ ସେନା ଅଧିକାରୀ ଦମ୍ପତି - DOUBLE SUICIDE BY MILITARY OFFICERS

କଣ ଥିଲା ସମ୍ପୂର୍ଣ୍ଣ ଘଟଣା:

ଡିସେମ୍ବର 9 ରେ ସକାଳ 6 ଟାରେ ବେଙ୍ଗାଲୁରୁର ହୋଏସାଲା ପୋଲିସ୍ କଣ୍ଟ୍ରୋଲ୍ ରୁମକୁ କଲ ଆସିଥିଲା ଅତୁଲଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ବାସିନ୍ଦା ସୁଭାଷ ଅନେକ ବର୍ଷ ଧରି ବେଙ୍ଗାଲୁରୁରେ ରହୁଥିଲେ। ସେ 2019 ରେ ନିକିତାଙ୍କୁ ବିବାହ କରିଥିଲେ ଏବଂ ଏହି ଦମ୍ପତ୍ତିଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ ଥିଲା । ହ୍ବାଇଟଫିଲ୍ଡ ଡିଭିଜନ ଡିସିପି ଅନୁଯାୟୀ, ମୃତକଙ୍କ ଭାଇ ବିକାଶ କୁମାର ସୁଭାଷଙ୍କ ପତ୍ନୀ, ଶାଶୁ, ଶାଳକ ଏବଂ ଦାଦାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସୁଭାଷଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି, ସମାଧାନ ପାଇଁ 3 କୋଟି ଟଙ୍କା ମାଗିବା ସେ କହିଥିଲେ।

ନିକିତା ତାଙ୍କ ବାପା ଘର ଲୋକଙ୍କ ସହାୟତାରେ ସୁଭାଷଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିଲେ । ସୁଭାଷଙ୍କୁ ତାଙ୍କ ପୁଅଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦେଇନଥିଲେ ଏବଂ ଏହା ବଦଳରେ 30 ଲକ୍ଷ ଟଙ୍କା ମାଗିଥିଲେ। କୋର୍ଟରେ ମାମଲା ଚାଲିଥିବା ବେଳେ ସିଙ୍ଘାନିଆ ଏବଂ ତାଙ୍କ ପରିବାର ସୁଭାଷଙ୍କୁ 3 କୋଟି ଦେବାକୁ କହି ନଦେଲେ ଜୀବନରୁ ମାରି ଦେବେ ବୋଲି ଧମକ ଦେଇଥିଲେ।

ମୃତକଙ୍କ ଭାଇ ଅଭିଯୋଗରେ କହିଥିଲେ, ସୁଭାଷଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିବା ସହ ଛାଡପତ୍ର ପାଇଁ 3 କୋଟି ଟଙ୍କା ମାଗିବାରୁ ମାନସିକ ଏବଂ ଶାରୀରିକ ଭାବେ ସେ ଦୁର୍ବଳ ହୋଇପଡିଥିଲା । ଫଳରେ ସେ ଏପରି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲା । ମୃତ୍ୟୁ ପୂର୍ବରୁ ସଭାଷ ଏକ ଭିଡିଓ କରିଥିଲେ । ଯାହାକୁ ନେଇ ଏକ୍ସରେ ସେୟାର କରିଥିଲେ । ଏକ୍ସ ସିଇଓ ଏଲନ୍ ମସ୍କ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୟାଗ୍ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.