ETV Bharat / bharat

ପାର୍ସଲ ଖୋଲିଲା ବେଳେ ବାହାରିଲା ନାଗ ସାପ, ଚିପ୍ସ ପ୍ୟାକେଟରେ ମଲା ବେଙ୍ଗ ! - COBRA IN AMAZON PACKAGE

author img

By ETV Bharat Odisha Team

Published : Jun 19, 2024, 11:01 PM IST

Cobra In Amazon Package: ଆସିଥିବା ପାର୍ସଲ ଖୋଲିଲା ବେଳେ ନାଗ ସାପ ବାହାରିଥିବା ଅଭିଯୋଗ ହୋଇଛି । ସେହିପରି ଗୁଜୁରାଟରେ ଚିପ୍ସ ପ୍ୟାକେଟରୁ ବାହାରିଛି ମୃତ ବେଙ୍ଗ । ପଢନ୍ତୁ ପୂରା ଖବର ।

Snake In Package
Snake In Package (Getty images)

ବେଙ୍ଗାଲୁରୁ: ଆମାଜନ ପ୍ୟାକେଟରୁ ବାହାରିଲା ବିଷଧର ସାପ । ବେଙ୍ଗାଲୁରୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ଆଜି (ବୁଧବାର) ବେଙ୍ଗାଲୁରୁରେ ପାର୍ସଲ କୋଲୁ ଖୋଲୁ ସେଥିରେ ସାପ ଥିବା ଦେଖିବାକୁ ପାଇଛନ୍ତି ବେଙ୍ଗାଲୁରୁର ଏକ ଦମ୍ପତି । ଏହା ଦେଖିବା ପରେ ସେମାନେ ଯେତିକି ଆଶ୍ଚର୍ଯ୍ୟ ହୋଇଛନ୍ତି ସେତିକି ଭୟଭୀତ ମଧ୍ୟ ହୋଇଥିବା କହିଛନ୍ତି । ଏହା ଏକ ନାଗ ସାପ ହୋଇଥିବା ସନ୍ଦେହ କରାଯାଉଛି । ଗତ କିଛି ଦିନ ହେବ ବାରମ୍ବାର ଏଭଳି ଖବର ସାମନାକୁ ଆସୁଛି । କେତେବେଳେ ଆଇସକ୍ରିମରୁ ମଣିଷ ଆଙ୍ଗୁଠି ବାହାରୁଛି ତ ଆଉ କେତେବେଳେ ବିଛା ବାହାରୁଥିବା ଖବର ଆସୁଛି । ସେହିପରି ଗୁଜୁରାଟରୁ ଆସିଥିବା ଏକ ଅଭିଯୋଗ ଅନୁସାରେ, ଚିପ୍ସ ପ୍ୟାକେଟରୁ ବାହାରିଛି ମଲା ବେଙ୍ଗ ।

ସୂଚନା ଅନୁସାରେ, ଏହି ଦମ୍ପତି IT କମ୍ପାନୀରେ କାମ କରୁଥିବାବେଳେ ସେମାନେ ଅନଲାଇନ ଜରିଆରେ କିଛି ସାମଗ୍ରୀ ଅର୍ଡର କରିଥିଲେ । ଏହାର ପ୍ୟାକେଜିଂ ସମୟରେ ସାପ ପଶି ରହିଥିବା ସନ୍ଦେହ କରାଯାଉଛି । ତେବେ ଏହା କର୍ମଚାରୀଙ୍କ ଅବହେଳା କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ ହୋଇଥିବା ଅଭିଯୋଗ ହୋଇଛି । ସର୍ଜାପୁରରେ ରହୁଥିବା ଏହି ଦମ୍ପତିଙ୍କ ପାର୍ସଲରେ ସାପ ବାହାରିଥିବାବେଳେ ସୋସିଆଲ ମିଡିଆରେ ମଧ୍ୟ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଭଳି ବିଷଧର ସାପ ବାହାରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ...ମଣିଷଙ୍କ ସହ ଘରେ ରହୁଥିଲେ ନାଗରାଜଙ୍କ ପରିବାର, 40 ସାପ ଛୁଆ ଦେଖି ଲୋକେ ତାଜୁବ - 40 baby snakes found in a house

ସେପଟେ ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଗ୍ରାହକଙ୍କ ସୁରକ୍ଷା ଆମର କର୍ତ୍ତବ୍ୟ । ତେବେ ଗ୍ରାହକଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ମାମଲାର ଛାନଭିନ କରାଯାଉଥିବା କହିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଗତ କିଛି ଦିନ ହେବ ଲଗାତାର ଏଭଳି ଘଟଣା ସାମନାକୁ ଆସୁଛି । ମୁମ୍ବାଇରେ ଆଇସକ୍ରିମରୁ ମଣିଷ ଆଙ୍ଗୁଠି ବାହାରିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେହିପରି ଏକ ଚିପ୍ସ ପ୍ୟାକେଟରୁ ମଲା ବେଙ୍ଗ ବାହାରିଥିବା ନେଇ ଗୁଜୁରାଟ ଜାମନଗରରୁ ଆସିଥିଲା ଅଭିଯୋଗ । ବାରମ୍ବାର ଏଭଳି ଅଭିଯୋଗ ଆସିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ କମ୍ପାନୀର ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାହକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.