ETV Bharat / bharat

ଚୀନକୁ ଭାରତର କଡା ଜବାବ, ‘ଅରୁଣାଚଳ ପ୍ରଦେଶ ଆମର ଅବିଚ୍ଛେଦ ଅଙ୍ଗ’ - China claim on Arunachal baseless - CHINA CLAIM ON ARUNACHAL BASELESS

China claim on Arunachal baseless: ଅରୁଣାଚଳ ପ୍ରଦେଶ ଚୀନର ଦାବିକୁ ଭିତ୍ତିହୀନ କହିଲା ଭାରତ । ଏହା ଦେଶର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ ବୋଲି କହିଲେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର । ଅଧିକ ପଢନ୍ତୁ

China claim on Arunachal baseless
China claim on Arunachal baseless
author img

By ETV Bharat Odisha Team

Published : Mar 29, 2024, 10:07 AM IST

ହାଇଦ୍ରାବାଦ: ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ବାରମ୍ବାର ଦାବି କରୁଛି ଚୀନ । ଚୀନର ଏପରି ଦାବିକୁ କଡା ସମାଲୋଚନା କରିଛି ଭାରତ । ବେଜିଂ ଯେତେ ଥର ଚାହିଁଲେ ତାର ଭିତ୍ତିହୀନ ଦାବିକୁ ପୁନରାବୃତ୍ତି କରିପାରିବ କିନ୍ତୁ ଏହା ଦ୍ବାରା ଭାରତର ସ୍ଥିତିକୁ ବଦଳାଇ ପାରିବ ନାହିଁ । ଅରୁଣାଚଳ ପ୍ରଦେଶ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ ମଧ୍ୟ । ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୟସ୍ବାଲ ।

ଏହା ମଧ୍ୟ ପଢନ୍ତୁ- ବିଗ-ବି ସିଣ୍ଡ୍ରୋମ: ପ୍ରତ୍ୟେକ ପଡୋଶୀ ଦେଶ ସହିତ ଚୀନର ବିବାଦ

ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଆମର ଆଭିମୁଖ୍ୟ ବାରମ୍ବାର ସ୍ପଷ୍ଟ କରାଯାଇଛି । ନିକଟରେ ମଧ୍ୟ ଆମେ ଏ ବାବଦରେ ଏକ ବିବୃତ୍ତି ଜାରି କରିଥିଲୁ । ଅରୁଣାଚଳ ପ୍ରଦେଶର ଚୀନରେ ବୋଲି ସେମାନେ ବାରମ୍ବାର ଦାବି କରୁଛନ୍ତି । ଏହି ଭିତ୍ତିହୀନ ଦାବିକୁ ଯେତେଥର ସେମାନେ ପୁନରାବୃତ୍ତି କଲେବି ଆମର ସ୍ଥିତିକୁ ବଦଳାଇବ ନାହିଁ । ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ ମଧ୍ୟ ।

ଏହା ମଧ୍ୟ ପଢନ୍ତୁ- ଚୀନକୁ ଆମେରିକାର ଭର୍ତ୍ସନା, 'ଅରୁଣାଚଳ ପ୍ରଦେଶ ଭାରତର' - US on Arunachal Pradesh

ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ରଙ୍କ ଦେଇଥିବା ମନ୍ତବ୍ୟକୁ ନେଇ ମାର୍ଚ୍ଚ 19ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲା ଯେ, ଅରୁଣାଚଳ ପ୍ରଦେଶ ଭାରତର ରାଜ୍ୟ । ଏହା ଦେଶର ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା ଏବଂ ରହିବ ମଧ୍ୟ । ଏହି ପ୍ରସଙ୍ଗରେ ଆଧାରହୀନ ତର୍କର ପୁନରାବୃତ୍ତିକୁ ବୈଧତା ମିଳିବ ନାହିଁ । ଅରୁଣାଚଳବାସୀ ଭାରତ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପରୁ ଉପକୃତ ହେବେ ।

ନିକଟରେ ଚୀନକୁ ମଧ୍ୟ ଏହି ପ୍ରସଙ୍ଗରେ ତାଗିଦ କରିଥିଲା ଆମେରିକା । ଅରୁଣାଚଳ ପ୍ରଦେଶ ଚୀନର ନୁହେଁ ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା । ଅରୁଣାଚଳ ପ୍ରଦେଶକୁ ଭାରତୀୟ କ୍ଷେତ୍ର ଭାବେ ମାନ୍ୟତା ଦେଇଛୁ ଏବଂ ଚୀନର ଦାବିକୁ ଖଣ୍ଡନ କରୁଛୁ ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା । ବାଇଡେନ ସରକାରଙ୍କ ଏକ ଅଧିକାରୀ କହିଥିଲେ ଚୀନର ଏକପାଖିଆ ଉଦ୍ୟମକୁ ଆମେ ବିରୋଧ କରୁଛୁ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ଗସ୍ତ କରିଥିଲେ । ଏହାକୁ ବିରୋଧ କରି ଅରୁଣାଚଳ ପ୍ରଦେଶ ଆମର ଅଂଶ ବୋଲି ଦାବି କରିଥିଲା ଚୀନ । ଏହାପରେ ଚୀନକୁ ତାଗିଦ କରିଥିଲା ଆମେରିକା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.