ETV Bharat / bharat

ଏଣିକି 30 ମିନିଟ ମଧ୍ୟରେ ମିଳିବ ବିମାନ ଯାତ୍ରୀଙ୍କୁ ବ୍ୟାଗ, BCAS ଜାରି କଲା ନିର୍ଦ୍ଦେଶାନାମା

author img

By ETV Bharat Odisha Team

Published : Feb 18, 2024, 12:44 PM IST

BCAS on baggage delivery at airport: ଏଣିକି ମାତ୍ର 30 ମିନିଟ ଭିତରେ ମିଳିବ ବିମାନ ଯାତ୍ରୀଙ୍କୁ ସେମାନଙ୍କ ସମସ୍ତ ଜିନିଷପତ୍ର । ବିସିଏଏସ ପକ୍ଷରୁ ଏନେଇ ସମସ୍ତ ଏୟାରଲାଇନ୍ସ ଗୁଡିକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଅଧିକ ପଢନ୍ତୁ

BCAS on baggage delivery at airport
ଏଣିକି 30 ମିନିଟ ମଧ୍ୟରେ ମିଳିବ ବିମାନ ଯାତ୍ରୀଙ୍କୁ ବ୍ୟାଗ

ନୂଆଦିଲ୍ଲୀ: ଏଣିକି ମାତ୍ର 30 ମିନିଟ ଭିତରେ ମିଳିବ ବିମାନ ଯାତ୍ରୀଙ୍କୁ ସେମାନଙ୍କ ସମସ୍ତ ଜିନିଷପତ୍ର । ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି (ବିସିଏଏସ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ସଞ୍ଚାଳିତ ସମସ୍ତ ଏୟାରଲାଇନ୍ସ ଗୁଡିକ ପାଇଁ ନୂଆ ନିୟମ ଜାରି କରିଛି ବିସିଏଏସ । ବିମାନରୁ ଓହ୍ଲାଇବାର ମାତ୍ର 30 ମିନିଟ ଭିତରେ ଯାତ୍ରୀମାନଙ୍କୁ ସେମାନଙ୍କ ଜିନିଷ ପତ୍ର ହସ୍ତାନ୍ତର କରିବା ପାଇଁ କୁହାଯାଇଛି ।

ଫେବ୍ରୁଆରୀ 16 ତାରିଖ ଦିନ ବିସିଏଏସ ଭାରତର ପ୍ରମୁଖ 7ଟି ଏୟାର ଲାଇନ୍ସକୁ ଚିଠି ଲେଖିଛି ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି । ଏୟାର ଇଣ୍ଡିଆ, ଇଣ୍ଡିଗୋ, ଆକାଶ, ସ୍ପାଇଟଜେଟ୍, ଭିସ୍ତାରା, ଏୟାର ଇଣ୍ଡିଆ ଏକ୍ସପ୍ରେସ କନେକ୍ଟ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯାତ୍ରୀଙ୍କ ଜିନିଷପତ୍ରଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ବିମାନ ଇଞ୍ଜିନ ବନ୍ଦ ହେବାର 10ରୁ 30 ମିନିଟ ମଧ୍ୟରେ ଯାତ୍ରୀମାନଙ୍କୁ ସେମାନଙ୍କୁ ଜିନିଷ ପତ୍ର ହସ୍ତାନ୍ତର କରିବାକୁ କୁହାଯାଇଛି ।

ତେବେ ନିକଟରେ ସୋସିଆଲ ମିଡିଆରେ କିଛି ଯାତ୍ରୀ ଏୟାରଲାଇନ୍ସ ଗୁଡିକ ଜିନିଷ ପତ୍ର ହସ୍ତାନ୍ତର କରିବାରେ ବିଳମ୍ବକୁ ନେଇ ଅସନ୍ତୋଷ ଜାହିର କରିବା ସହ ଏନେଇ ଅଭିଯୋଗ କରିଥିଲେ । ବିମାନ କର୍ତ୍ତୃପକ୍ଷ ଜିନିଷ ହସ୍ତାନ୍ତର କରିବା ନେଇ ବିଳମ୍ବ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ବିସିଏଏସ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ବିମାନ ଖାଦ୍ୟରୁ ବାହାରିଲା ଲୁହା ପେଞ୍ଚ ! ସୋସିଆଲ ମିଡିଆରେ ଫଟୋ ଭାଇରାଲ

ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିର୍ଦ୍ଦେଶରେ ବିମାନ ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ମାସରୁ ଏନେଇ କଡା ଯାଞ୍ଚ କରାଯାଇଥିଲା । ଏହି ସମୟରେ ଜିନିଷ ହସ୍ତାନ୍ତରରେ କରିବାରେ ଏୟାରଲାଇନ୍ସ ଗୁଡିକର ତ୍ରୁଟି ସାମ୍ନାକୁ ଆସିଥିଲା । ସମସ୍ତ ଏୟାରଲାଇନ୍ସ ଗୁଡିକ ଏନେଇ ନିର୍ଦ୍ଧାରିତ ନିର୍ଦ୍ଦେଶନାମା ପାଳନ କରାଯାଉନଥିବା ଜଣାପଡିନଥିଲା ।

ମନ୍ତ୍ରାଳୟର ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିସିଏଏସ ଏୟାରଲାଇନ୍ସ ଗୁଡିକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ 26 ଫେବ୍ରୁଆରୀ ଅର୍ଥାତ 10 ଦିନ ସମୟ ଦିଆଯାଇଛି । ଯଦି 10 ଦିନ ମଧ୍ୟରେ ଏହି ନିର୍ଦ୍ଦେଶର ପାଳନ କରାନଯାଏ ତେବେ ସମ୍ପୃକ୍ତ ଏୟାରଲାଇନ୍ସ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଯାତ୍ରୀମାନଙ୍କୁ ସନ୍ତୁଷ୍ଟି ତଥା ସର୍ବୋକୃଷ୍ଟ ବିମାନ ସେବା ଯୋଗାଇଦେବା ପାଇଁ ବିସିଏଏସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.