ETV Bharat / bharat

ମୋଦି ସରକାରଙ୍କ ମେଗା କ୍ୟାମ୍ପେନ, 70 ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ହେବେ ‘ଆୟୁଷ୍ମାନ ଭାରତ’ରେ ସାମିଲ - Ayushman Bharat Scheme

author img

By ETV Bharat Odisha Team

Published : Sep 12, 2024, 11:50 AM IST

'Ayushman Bharat to cover Above 70 years old: ଏଣିକି ସମସ୍ତ 70 ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ‘ଆୟୁଷ୍ମାନ ଭାରତ’ର ଲାଭ । କ୍ୟାବିନେଟ ମୋହର ମାରିଲା ମୋଦି ସରକାର । ଅଧିକ ପଢନ୍ତୁ

ମୋଦି ସରକାରଙ୍କ ମେଗା କ୍ୟାମ୍ପେନ, 70 ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ହେବେ ‘ଆୟୁଷ୍ମାନ ଭାରତ’ରେ ସାମିଲ
ମୋଦି ସରକାରଙ୍କ ମେଗା କ୍ୟାମ୍ପେନ, 70 ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ହେବେ ‘ଆୟୁଷ୍ମାନ ଭାରତ’ରେ ସାମିଲ (ETV Bharat Odisha)

ହାଇଦ୍ରାବାଦ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବରିଷ୍ଠ ନାଗରିକଙ୍କୁ ମୋଦି ସରକାରର ବଡ ଉପହାର । କେନ୍ଦ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ‘ପ୍ରଧାନମନ୍ତ୍ରୀ ଜନଆରଗ୍ୟ’ ଯୋଜନା ବା ‘ଆୟୁଷ୍ମାନ ଭାରତ’(AB PM-JAY)ରେ ସାମିଲ ହେବେ 70 ବର୍ଷ ବୟସରୁ ଊର୍ଦ୍ଧ୍ବ ନାଗରିକ । ଅର୍ଥ, ଆୟ କିମ୍ବା ପେନସନ ପରି ଅନ୍ୟ କୌଣସି ମାପଦଣ୍ଡ ସେମାନଙ୍କ କ୍ଷେତ୍ରରେ ବାଧା ସୃଷ୍ଟି କରିବ ନାହିଁ । 70 ବର୍ଷରୁ ଅଧିକ ଯେକୌଣସି ବୃଦ୍ଧବୃଦ୍ଧା ଏଥିରେ ସାମିଲ ହୋଇ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଗ୍ରହଣ କରିପାରିବେ । କେନ୍ଦ୍ରର ସୂଚନା ଅନୁସାରେ, ଏଥିରେ 4.5 କୋଟି ପରିବାର ଓ 6 କୋଟି ବରିଷ୍ଠ ନାଗରିକ ଉପକୃତ ହେବେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି ।

  • ଉପକୃତ ହେବେ ସାଢେ 4 କୋଟି ପରିବାର

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ୬କୋଟି ବରିଷ୍ଠ ନାଗରିକଙ୍କ ସହ ପାଖାପାଖି ୪.୫ କୋଟି ପରିବାର ଲାଭାନ୍ବିତ ହେବେ । କେନ୍ଦ୍ର କ୍ୟାବିନେଟର ଏହି ଅନୁମୋଦନ ଦ୍ୱାରା ୭୦ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ ସେମାନଙ୍କର ସାମାଜିକ, ଆର୍ଥିକ ସ୍ଥିତିର ମାପଦଣ୍ଡ ବିନା ଏହି କେନ୍ଦ୍ରୀୟ ଯୋଜନାରେ ସାମିଲ ହୋଇ ଲାଭ ଉଠାଇ ପାରିବେ । ଏଥିପାଇଁ ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ‘ଆୟୁଷ୍ମାନ ଭାରତ’ ସ୍ୱତନ୍ତ୍ର କାର୍ଡ ପ୍ରଦାନ କରାଯିବ ।

  • ପୂର୍ବରୁ ପଞ୍ଜୀକୃତ ହୋଇଥିଲେ ମିଳିବ ଅତିରିକ୍ତ ଟପ୍-ଅପ୍ କଭର

ପୂର୍ବରୁ ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇସାରିଥିବା ପରିବାରର ୭୦ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ ନିଜ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଟପ-ଅପ କଭର ମିଳିବ । ଯାହା ଫଳରେ ଏହି ଟପ-ଅଫ ରାଶିରେ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ଅଂଶୀଦାରୀ ରହିବ ନାହିଁ । ୭୦ ବର୍ଷରୁ ଅଧିକ ବୟସର ଅନ୍ୟ ସମସ୍ତ ବରିଷ୍ଠ ନାଗରିକଙ୍କୁ ପାରିବାରିକ ଭିତ୍ତିରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ମିଳିବ ।

  • କେଉଁମାନେ ପାଇପାରିବେ ନାହିଁ:-

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (CGHS), ପୂର୍ବତନ ସୈନିକ ସ୍ୱାସ୍ଥ୍ୟ ଯୋଜନା (ECHS), ଆୟୁଷ୍ମାନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CPAF) ପରି ଅନ୍ୟାନ୍ୟ ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା ଯୋଜନାେର ଅନ୍ତର୍ଭୁକ୍ତ ହୋଇ ଲାଭ ନେଉଥିବା ୭୦ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ବରିଷ୍ଠ ନାଗରିକମାନେ ସେମାନଙ୍କର ବର୍ତ୍ତମାନର ଯୋଜନା ବଜାୟ ରଖିପାରନ୍ତି କିମ୍ବା ଏବେ ‘ଆୟୁଷ୍ମାନ ଭାରତ’ରେ ସାମିଲ ହୋଇପାରନ୍ତି । କେନ୍ଦ୍ର ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଘରୋଇ ସଂସ୍ଥା ଦ୍ବାରା ସ୍ୱାସ୍ଥ୍ୟ ବୀମା ପଲିସି କିମ୍ବା କର୍ମଚାରୀ ରାଜ୍ୟ ବୀମା ଅଧୀନରେ ଥିବା ୭୦ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ବରିଷ୍ଠ ନାଗରିକମାନେ ଏହି ଯୋଜନାରେ ଅନ୍ତର୍ଭୂକ୍ତ ହେବା ପାଇଁ ଯୋଗ୍ୟ ହେବେ ।

ଏହା ମଧ୍ୟ ପଢନ୍ତୁ :- ପୂରଣ ହେବ ୫୦ ହଜାରରୁ ଅଧିକ ସରକାରୀ ପଦବୀ: ପ୍ରକାଶ ପାଇଲା ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ - Government Job Vacancies

ଏହା ମଧ୍ୟ ପଢନ୍ତୁ:- ରେଲୱେ ଫ୍ଲାଟଫର୍ମ ଟିକେଟ: ଏଥିରେ ସମ୍ଭବ କି ଟ୍ରେନ ଯାତ୍ରା, କଣ ରହିଛି ନିୟମ ? - Platform Ticket Validity

  • ବିଶ୍ବର ସର୍ବବୃହତ୍ତ ସ୍ବାସ୍ଥ୍ୟବୀମା ଯୋଜନା:-

‘ଆୟୁଷ୍ମାନ ଭାରତ’ ହୋଉଛି ହେଉଛି ବିଶ୍ୱର ସର୍ବବୃହତ ମେଗା ସ୍ୱାସ୍ଥ୍ୟ ବୀମା ଯୋଜନା । ଜାତୀୟ ସ୍ୱାସ୍ଥ୍ୟ ନୀତି ଅଧୀନରେ 2017 ମସିହାରେ କେନ୍ଦ୍ର ସରକାର ଏହି ଯୋଜନାର ଆରମ୍ଭ କରିଥିଲେ । ଏହା ମାଧ୍ୟମରେ ଦେଶର ମନୋନୀତ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ । ଦେଶରେ ମୋଟ ୧୨.୩୪ କୋଟି ପରିବାରରର ୫୫ କୋଟି ନାଗରିକ ଏଥିରେ ସାମିଲ ହୋଇଛନ୍ତି । ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛି କେନ୍ଦ୍ର ସରକାର । ଏହି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ୪୯ ପ୍ରତିଶତ ମହିଳା ହିତାଧିକାରୀଙ୍କ ସମେତ ପ୍ରାୟ ୭.୩୭ କୋଟି ହିତାଧିକାରୀ ଚିକିତ୍ସା ସୁବିଧା ପାଇସାରିଥିବା ସରକାରୀ ତଥ୍ୟ କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.