ETV Bharat / bharat

ଅତିକଙ୍କ ସମ୍ପତ୍ତିର ଖୁଲାସା, ଝାଡୁଦାର 8 କୋଟିର ମାଲିକ - Atiq Ahmed Property

author img

By ETV Bharat Odisha Team

Published : Apr 13, 2024, 3:07 PM IST

Atiq Ahmed Property: ମୃତ ଗ୍ୟାଙ୍ଗଷ୍ଟାର ଅତିକର ସମ୍ପତ୍ତିକୁ ନେଇ ବଡ ଖୁଲାସା ହୋଇଛି । ଅତିକର ସୁଇପର 8 କୋଟିର ମାଲିକ । ଅଧିକ ପଢନ୍ତୁ

Atiq Ahmed Property
Atiq Ahmed Property

ଲକ୍ଷ୍ନୌ: ଗତବର୍ଷ ଏପ୍ରିଲ 15 ତାରିଖରେ ପ୍ରୟାଗରାଜ ହସ୍ପିଟାଲ ପରିସରରେ ଗ୍ୟାଙ୍ଗଷ୍ଟାର ଅତିକକୁ ଗୁଳିକରି ହତ୍ୟା କରାଯାଇଥିଲା । ବର୍ତ୍ତମାନ ଏସଆଇଟି ଏହି ଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ କରୁଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅତିକର ଘରେ କାମ କରୁଥିବା ସୁଇପର ଜଣେ କୋଟିପତି ହୋଇଥିବା ଜଣାପଡିଛି । ଝାଡୁଦାରଙ୍କ ନାମରେ ରହିଛି 8 କୋଟି ଟଙ୍କାର ସମ୍ପତ୍ତି । ରାଜସ୍ୱ ବିଭାଗ ଏବଂ ପୋଲିସ ଏନେଇ ସୂଚନା ଦେଇଛନ୍ତି । ତେବେ ଏହି ସମ୍ପତ୍ତି ଜବତ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ଶ୍ୟାମ ଜୀ ସରୋଜ ନାମକ ଜଣେ ପରିମଳ କର୍ମଚାରୀ ଗୁରୁବାର ଦିନ ଅତରୁସୁଝାୟା ପୋଲିସ ଷ୍ଟେସନରେ ଚାରି ଜଣଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।

ଶ୍ୟାମ ଜୀ ସରୋଜ ନାମକ ଜଣେ ପରିମଳ କର୍ମଚାରୀ ପୋଲିସରେ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସେ 4 ଜଣଙ୍କ ବିରୋଧରେ ଆଶ୍ଚର୍ଯ୍ୟଜନକ ଅଭିଯୋଗ କରିବା ସହିତ ଗୁରୁତର ଅଭିଯୋଗ କରିଥିଲେ । ତେବେ ସେ କହିଛନ୍ତି ମୁଁ ତାଙ୍କ ଘରେ 15 ବର୍ଷ ଧରି କାମ କରୁଥିଲି । କିନ୍ତୁ ମୁଁ ଜାଣିନଥିଲି କୋଟି କୋଟି ଟଙ୍କା ମୋ ନାମରେ ରହିଛି । ଜାଭେଦ୍ ଖାନ୍, କାମ୍ରାନ୍ ଅହମ୍ମଦ ଖାନ୍, ଫରାଜ ଅହମ୍ମଦ ଖାନଙ୍କ ଅତୀକଙ୍କ ସହିତ ସମ୍ପର୍କ ରହିଥିଲା । ଏହାପରେ କୋଟି କୋଟି ଟଙ୍କା ତାଙ୍କ ନାମରେ ପାଇଲେ ।

ଏପ୍ରିଲ 15 ତାରିଖରେ ତାଙ୍କୁ ହତ୍ୟା କରାଯାଇଥିବା ବେଳେ ରାଣ୍ଡି ମଣ୍ଡି ଅଞ୍ଚଳର ଏକ ହୋଟେଲରେ ତାଙ୍କୁ ବନ୍ଦ କରି ରଖାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କୁ କେବଳ ଜମି କିଣାବିକା ପାଇଁ ବାହାରକୁ ଅଣାଯାଉଥିଲା । ତାଙ୍କ ପାନ୍, ଆଧାର କାର୍ଡ ଏବଂ ପରିଚୟ ପତ୍ର ସହିତ ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ୍ ମଧ୍ୟ ସେମାନେ ରଖିଥିଲେ । ତେବେ ଏନେଇ ସେ ପୋଲିସ ନିକଟରେ ପହଞ୍ଚି ନ୍ୟାୟ ପାଇଁ ନିବେଦନ କରିଛନ୍ତି । ଶ୍ୟାମ ଜୀ ସରୋଜଙ୍କ ଅଭିଯୋଗ ଉପରେ ଆଧାର କରି ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ଯେଉଁମାନ ମାସକୁ 8ହଜାର ଟଙ୍କା ପାଉଥିଲେ ସେମାନଙ୍କ ନାମରେ 8 କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଚିହ୍ନଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଅତିକ ଦେହରେ ବାଜିଛି 10 ଗୁଳି, ଅସରଫକୁ 5 ! ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା
ଶ୍ୟାମ ଜୀ ସରୋଜ କହିଛନ୍ତି ଯେ, ଏକ ଘରୋଇ ବ୍ୟାଙ୍କରେ ତାଙ୍କ ଆକାଉଣ୍ଟ ଖୋଲିଥିଲେ । ସେହି ବ୍ୟାଙ୍କରୁ ମିଳିଥିବା ସାଧା ଚେକ୍ ତାଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା । ତେବେ ତାଙ୍କର ଚେକ ବାଉନ୍ସ କରିବା ନେଇ ଯୋଜନା କରାଯାଇଥିଲା । ବାଉନ୍ସ ହେବା ପରେ ନୋଟିସ ପଠାଇ ତାଙ୍କୁ ଥାନାରେ ଭର୍ତ୍ତି କରିବା ନେଇ ଯୋଜନା କରାଯାଇଥିଲା । ଏହା ଦ୍ବାରା ଶ୍ୟାମ ଜୀ ଆଉ କେଉଁ ଠାରେ ଅଭିଯୋଗ କରିବେ ନାହିଁ । ତେବେ ତାଙ୍କ ନାମରେ 8 କୋଟିର ସମ୍ପତ୍ତି ରହିଥିବା ଜାଣି ଆଶ୍ଚର୍ଯ୍ୟ ହୋଇ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.