ETV Bharat / bharat

ଇସ୍ରାଏଲ-ହମାସର ପ୍ରୟାସରେ ହିଁ ଦୂର ହେବ ଗାଜା ସଂକଟ: ଭାରତ

India Pitches Two-State Solution to Israel-Hamas Conflict: ଗାଜା ସଙ୍କଟ ଉପରେ ଚିନ୍ତା ପ୍ରକଟ କଲା ଭାରତ । ଜାତିସଂଘରେ ଭାରତ ଦେଲା ସମାଧାନ ସୂତ୍ର । 'କେବଳ ଦୁଇର ସମାଧାନ, ଉଭୟ ପକ୍ଷ ମଧ୍ୟରେ ସ୍ଥାୟୀ ଶାନ୍ତି ଆଣିବ।' ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 5, 2024, 10:18 AM IST

Updated : Mar 5, 2024, 10:26 AM IST

Israel-Hamas Conflict
Israel-Hamas Conflict

ନ୍ୟୁୟର୍କ: 2023 ଅକ୍ଟୋବର ମାସ 7 ତାରିଖରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ଇତି ମଧ୍ୟରେ 5 ମାସ ବିତି ଯାଇଛି । ଇସ୍ରାଏଲ ଉପରେ ପ୍ରଥମେ ରକେଟ ମାଡ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିଲା । ଏହି ଆକ୍ରମଣରେ ଗାଜା ଷ୍ଟ୍ରିପରେ 23 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହାରି ଭିତରେ ଯୁଦ୍ଧ ବନ୍ଦ କରିବା ପାଇଁ ଅନେକ ଦେଶ ଚେଷ୍ଟା କରିବା ସହିତ ନୂତନ ପ୍ରସ୍ତାବ ଅଣାଯାଉଛି । ତଥାପି ପରିସ୍ଥିତିରେ ସୁଧାର ଆସୁନାହିଁ । ଏହି ସମୟରେ ଜାତିସଂଘର ଭାରତୀୟ ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ କହିଛନ୍ତି, ଭାରତ ଦୁଇ ରାଷ୍ଟ୍ରର ସମାଧାନର ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ଅଟେ । ଇସ୍ରାଏଲର ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଲେଷ୍ଟାଇନୀୟମାନେ ଏକ ସ୍ବତନ୍ତ୍ର ଦେଶରେ ମୁକ୍ତ ଭାବରେ ବଞ୍ଚିପାରିବେ ।

ଭାରତର ଆଭିମୁଖ୍ୟ ସ୍ପଷ୍ଟ: ସୋମବାର ମିଳିତ ଜାତିସଂଘ ସାଧାରଣ ସଭାରେ ସମ୍ବୋଧିତ କରି ଭାରତର ପ୍ରତିନିଧି ରୁଚିରା କମ୍ବୋଜ କହିଛନ୍ତି, ବିବାଦ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ଅନେକ ଥର ଏହା ସ୍ପଷ୍ଟ ମଧ୍ୟ କରାଯାଇଛି ।

ପ୍ରତ୍ୟକ୍ଷ ଏବଂ ଗଠନ ମୂଳକ ଆଲୋଚନା ଆବଶ୍ୟକ: ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଉଭୟ ପକ୍ଷର ପ୍ରତ୍ୟକ୍ଷ ଏବଂ ଅର୍ଥପୂର୍ଣ୍ଣ ବାର୍ତ୍ତାଳାପ ଜରିଆରେ ହାସଲ ହୋଇଥିବା କେବଳ ଦୁଇ-ଦେଶର ସମାଧାନ ହିଁ ସ୍ଥାୟୀ ଶାନ୍ତି ଆଣିବ । ଦୁଇ ଦେଶ ମଧ୍ୟରେ ସମାଧାନକୁ ସମର୍ଥନ କରିବା ପାଇଁ ଭାରତ ପ୍ରତିବଦ୍ଧ । ପାଲେଷ୍ଟାଇନ ଲୋକମାନେ ଇସ୍ରାଏଲର ସୁରକ୍ଷା ଆବଶ୍ୟକତାକୁ ସମ୍ମାନ ଦେଇ ସୁରକ୍ଷିତ ସୀମା ମଧ୍ୟରେ ଏକ ସ୍ୱାଧୀନ ଦେଶରେ ମୁକ୍ତ ଭାବରେ ବସବାସ କରିପାରିବେ ।"

ଭାରତର ସ୍ଥାୟୀ ଦୂତ ଉତ୍ତେଜନାକୁ ଦୂର କରିବା ପାଇଁ ଅନୁରୋଧ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, "ସ୍ଥାୟୀ ସମାଧାନରେ ପହଞ୍ଚିବା ପାଇଁ ଆମକୁ ହିଂସା ଠାରୁ ଦୂରେଇ ରହିବା ଆବଶ୍ୟକ । ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବା, ଉତ୍ତେଜନାମୂଳକ କାର୍ଯ୍ୟରୁ ଦୂରେଇ ରହିବା, ପ୍ରତ୍ୟକ୍ଷ ଶାନ୍ତି ବାର୍ତ୍ତାଳାପ ପାଇଁ ସ୍ଥିତି ସୃଷ୍ଟି କରିବା ପାଇଁ ଦେଶପାଇଁ କାମ କରିବାର ଆଗ୍ରହ ପ୍ରକାଶ କରିବା ଉଚିତ ।"

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲ-ହମାସ ଯୁଦ୍ଧରେ ଲାଗିବ ବିରାମ: ବାଇଡେନ

ମାନବୀୟ ସଙ୍କଟ: ମାନବୀୟ ସଙ୍କଟ ସୃଷ୍ଟି ହୋଇଥିବା ନେଇ କମ୍ବୋଜ କହିଛନ୍ତି, "ଯୁଦ୍ଧ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ଇସ୍ରାଇଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ସଂଘର୍ଷ କାରଣରୁ ସାଧାରଣ ନାଗରିକ ବିଶେଷ କରି ମହିା ଏବଂ ଶିଶୁମାନଙ୍କର ଜୀବନ ଯାଇଛି । ଏହାର ପରିଣାମ ଏକ ବିପଜ୍ଜନକ ମାନବୀୟ ସଙ୍କଟ ସୃଷ୍ଟି କରିଛି । ଏହା ସ୍ପଷ୍ଟ ଭାବରେ ଗ୍ରହଣୀୟ ନୁହେଁ ।" ବିବାଦ ପାଇଁ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ । ହିଂସା ଏବଂ ଶତ୍ରୁତାକୁ ରୋକିବା ଜରୁରୀ ଅଟେ । ଏହାସହ ବିବାଦ ମଧ୍ୟରେ ସାଧାରଣ ଲୋକଙ୍କ ଜୀବନ ରକ୍ଷା କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଅନ୍ତରାଷ୍ଟ୍ରୀୟ ଆଇନ ଏବଂ ଅନ୍ତରାଷ୍ଟ୍ରୀୟ ମାନବୀୟ ଆଇନକୁ ସମ୍ମାନ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ଜାତିସଂଘର ଭାରତୀୟ ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ ।

Last Updated : Mar 5, 2024, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.