ETV Bharat / bharat

ଆସାମ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର: ଗଲାଣି 29 ଜୀବନ, 3 ଲକ୍ଷ ପ୍ରଭାବିତ - Assam Flood situation - ASSAM FLOOD SITUATION

Assam Flood : ଏବେ ମଧ୍ୟ ଆସାମରେ ଭୟଙ୍କର ସ୍ଥିତିରେ ରହିଛି ବନ୍ୟା । 1027 ଗ୍ରାମ ଜଳମଗ୍ନ । ମୃତ୍ୟୁସଂଖ୍ୟା 29କୁ ବୃଦ୍ଧି । ଅଧିକ ପଢନ୍ତୁ

ଆସାମ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର: ଗଲାଣି 29 ଜୀବନ, 3 ଲକ୍ଷ ପ୍ରଭାବିତ
ଆସାମ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର: ଗଲାଣି 29 ଜୀବନ, 3 ଲକ୍ଷ ପ୍ରଭାବିତ (ETV Bharat Odisha)
author img

By ETV Bharat Odisha Team

Published : Jun 23, 2024, 1:03 PM IST

ଗୌହାଟୀ: ଆସାମର ଏବେ ମଧ୍ୟ ନିୟନ୍ତ୍ରଣକୁ ଆସିନାହିଁ ବନ୍ୟା ସ୍ଥିତି । ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 29 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ବ୍ରହ୍ମପୁତ୍ର ଓ ଏହାର ଏକାଧିକ ଶାଖା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।

ଆସାମ ବନ୍ୟା ସ୍ଥିତି
ଆସାମ ବନ୍ୟା ସ୍ଥିତି (ETV Bharat)

ରାଜ୍ୟ ବିପର୍ଯ୍ୟୟ ମୁକାବିଲା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁସାରେ,12 ଜିଲ୍ଲାରେ ଏବେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି । ଏବେ ପ୍ରାୟ 1,027 ଗ୍ରାମ ପାଣିଘେରରେ ରହିଛି । 2,63,452 ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରାଯାଇ ବିଭିନ୍ନ ସୁରକ୍ଷିତ ସ୍ଥାନ ଓ ଆଶ୍ରୟସ୍ଥଳୀରେ ଥାଇଥାନ କରାଯାଇଛି । ସେଠାରେ ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସେବା ଯୋଗାଇ ଦିଆଯାଉଛି । ଜରୁରୀ ସହୟତା ପାଇଁ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ରାଜ୍ୟର ସମସ୍ତ ଜରୁରୀ ବିଭାଗ ଉଦ୍ଧାର ଅପରେସନରେ ନିୟୋଜିତ ହୋଇଛନ୍ତି । ପର୍ଯ୍ୟାପ୍ତ ପରିମାଣର ଔଷଧ, ଜରୁରୀ ତଥା ଶୁଖିଲା ଖାଦ୍ୟ ସାମଗ୍ରୀ, ଅସ୍ଥାୟୀ ତମ୍ବୁ ଉପକରଣ ଆଦି ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଆସାମ ବନ୍ୟା ସ୍ଥିତି
ଆସାମ ବନ୍ୟା ସ୍ଥିତି (ETV Bharat)

3995 ହେକ୍ଟର ଚାଷଜମି ନଷ୍ଟ:-

ଆସାମ ରାଜ୍ୟସ୍ବ ବିଭାଗର ପ୍ରାଥମିକ ଆକଳନ ଅନୁସାରେ, ରାଜ୍ୟରେ ପ୍ରାୟ 3,995 ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି ସର୍ବାଧିକ 1,408 ହେକ୍ଟର କେବଳ କମାରୁପ ଜିଲ୍ଲାରେ ରହିଥିବା ବେଳେ ଅବଶିଷ୍ଟ 733 କ୍ଷତିଗ୍ରସ୍ତ ଚାଷଜମି ଡାରଙ୍ଗ ଜିଲ୍ଲାରେ ରହିଛି । ଏବେ ଉଦ୍ଧାର କାର୍ଯ୍ୟକୁ ଫୋକସ ଦିଆଯାଉଛି । ବନ୍ୟା ସ୍ଥିତିରେ ସୁଧାର ଆସିବା ପରେ ଚାଷ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରାଯିବ । ସେହି ଆଧାରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ରାଶି ମଧ୍ୟ ସରକାର ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି । ତେବେ ପ୍ରାକ ମୌସୁମୀ ବର୍ଷା ଫଳରେ ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀରେ ବନ୍ୟା ଆସିଛି । ଏହା ପ୍ରାୟତଃ ପ୍ରତିବର୍ଷ ପ୍ରାକ ମୌସୁମୀ ଋତୁ ତଥା ଜୁନ-ଜୁଲାଇରେ ଆସାମ ଓ ଅନ୍ୟ ଉତ୍ତର ପୂର୍ବ ରାଜ୍ୟରେ ଅଧିକ ବର୍ଷା ହୋଇଥାଏ । ଉପରମୁଣ୍ଡରେ ମାତ୍ରାଧିକ ବର୍ଷା ଫଳରେ ଆସନରେ ନିକଟ ଅତୀତରେ ଏକାଧିକ ଥର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

ଆସାମ ବନ୍ୟା ସ୍ଥିତି
ଆସାମ ବନ୍ୟା ସ୍ଥିତି (ETV Bharat)

ଏହା ମଧ୍ୟ ପଢନ୍ତୁ:- ଅଣସର ପିଣ୍ଡିରେ ମହାପ୍ରଭୁ, ଦର୍ଶନ ପାଇଁ ଅଲାରନାଥରେ ଭକ୍ତଙ୍କ ପ୍ରବଳ ଭିଡ଼ - DARSHAN OF LORD ALARNATH

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.