ETV Bharat / bharat

ଦାୟିତ୍ବରେ ଥାଇ ଗିରଫ ହେବାରେ ପ୍ରଥମ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ଆଜି ଦେଶବ୍ୟାପୀ ଆପ୍‌ର ପ୍ରତିବାଦ - AAP Announces Nationwide Protest - AAP ANNOUNCES NATIONWIDE PROTEST

AAP Protest Against BJP: ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବିରୋଧ । ଆଜି ବିଜେପି ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବ ଆପ । ଅଧିକ ପଢନ୍ତୁ

AAP Protest Against BJP
AAP Protest Against BJP
author img

By ETV Bharat Odisha Team

Published : Mar 22, 2024, 8:34 AM IST

Updated : Mar 22, 2024, 11:56 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫଦାରୀକୁ ବିରୋଧ କରି ଆଜି ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ ଆମ ଆଦମୀ ପାର୍ଟି । ଦେଶରେ କୋଣ ଅନୁକୋଣରେ ଆପ କର୍ମୀ ମାନେ ବିଜେପି ବିରୋଧରେ ଆନ୍ଦୋଳନ କରିବେ । ଏନେଇ ଆପ ନେତା ଗୋପାଳ ରାୟ ଘୋଷଣା କରିଛନ୍ତି ।

ସେ କହିଛନ୍ତି, ''ବିଜେପି ଏଜେନ୍ସି ପଠାଇ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଏହା ହେଉଛି ଗଣତନ୍ତ୍ରର ହତ୍ୟା । କେଜ୍ରିଓ୍ବାଲଙ୍କ ଗିରଫଦାରିକୁ ବିରୋଧ କରି ଆଜି ସକାଳ 10 ଟାରେ ଆମ ବିଜେପି ଦଳ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବୁ । ବିରୋଧୀ ଦଳ ଏହି ବିକ୍ଷୋଭରେ ଯୋଗଦେବେ କି ନାହିଁ ବୋଲି ପଚରାଯିବାରୁ ଗୋପାଳ ରାୟ କହିଛନ୍ତି,ଏହା ଖୋଲା ବିରୋଧ । ଯିଏ ଏକଛତ୍ରବାଦୀ ଶାସନର ବିରୋଧୀ ସେମାନେ ଏଥିରେ ଯୋଗ ଦେଇ ପାରିବେ ।'' ଆପର ବରିଷ୍ଠ ନେତ୍ରୀ ଆତିଶୀ କହିଛନ୍ତି ଯେ, INDIA ବ୍ଲକର ସମସ୍ତ ସଦସ୍ୟଙ୍କ ସମର୍ଥନ ପାଇଁ କଂଗ୍ରେସ ନିଶ୍ଚିତ କରିଛି ।

ଏହା ମଧ୍ୟ ପଢନ୍ତୁ-ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ, ଆଜି ହୋଇପାରେ ଶୁଣାଣି - Kejriwal Moves Supreme Court

ଗତକାଲି (ଗୁରୁବାର) ସନ୍ଧ୍ୟାରେ କେଜ୍ରିଓ୍ବାଲଙ୍କୁ ଗିରଫ କରିବା ପରେ ଆପ କର୍ମୀ ମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୁଇ ବରିଷ୍ଠ ଆପ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂ ଏକ୍ସାଇଜ୍ ପଲିସି ମାମଲାରେ ଗିରଫ ହୋଇ ନ୍ୟାୟିକ ହେପାଜତରେ ଅଛନ୍ତି । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଥିବା ସିସୋଦିଆଙ୍କୁ ଅନେକ ଥର ପଚରାଉଚରା ପରେ ଫେବୃଆରୀ 26ରେ ସିବିଆଇ ଗିରଫ କରିଥିଲା । ଅକ୍ଟୋବର ୨ ରେ ଇଡି ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂଙ୍କୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜି କେଜ୍ରିୱାଲ ଓ ତାଙ୍କ ପରିବାରୁ ଭେଟିବେ ରାହୁଲ ଗାନ୍ଧୀ - Rahul Gandhi To meet Kejriwal

ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ବେଆଇନ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିବା ଆପ ନେତ୍ରୀ ଆତିଶୀ ସୂଚନା ଦେଇଛନ୍ତି । ଆଜି ସକାଳେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିପାରନ୍ତି । ଆମେ ଆଶା କରୁଛୁ ସୁପ୍ରିମକୋର୍ଟ ଗଣତନ୍ତ୍ରକୁ ସୁରକ୍ଷା ଦେବେ ବୋଲି କହିଛନ୍ତି ଅତିଶ ।

ଆତିଶୀ ଆହୁରି ମଧ୍ୟ କହିଥିଲେ, ''ଆଜି ଆମେ ସମସ୍ତେ ଗଣତନ୍ତ୍ରକୁ ହତ୍ୟା କରିବାର ପ୍ରୟାସ ଦେଖିଲେ । ଲୋକସଭା ନିର୍ବାଚନ ଘୋଷଣା ହେବା ପରେ ଦିଲ୍ଲୀର ଲୋକପ୍ରିୟ ସିଏମ୍ ତଥା ବିରୋଧୀ ଦଳର ଜଣେ ପ୍ରମୁଖ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଛି । ଦୁଇ ବର୍ଷ ଧରି ତଦନ୍ତ ଜାରି ରହିଲା କିନ୍ତୁ ସିବିଆଇ କିମ୍ବା ଇଡି ଗୋଟିଏ ପଇସା ପାଇନାହାଁନ୍ତି । କିନ୍ତୁ ନିର୍ବାଚନ ଘୋଷଣା ହେବା ମାତ୍ରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । କାହିଁକି ? କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣନ୍ତି, ତାଙ୍କୁ ଚ୍ୟାଲେଞ୍ଜ କରିବା ପରି ନେତା ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ । ''

ଅବକାରୀ ଦୁର୍ନୀତି ମାମଲାରେ ଇଡି ଗୁରୁବାର ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ଏହାପରେ ରାତିରେ ଇଡି ମୁଖ୍ୟାଳୟକୁ ନିଆଯାଇଥିଲା । ଆଜି ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ କେଜ୍ରିୱାଲଙ୍କୁ ହାଜର କରାଯିବ । ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର ହେବେ କେଜ୍ରିଓ୍ବାଲ ।

Last Updated : Mar 22, 2024, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.