ETV Bharat / bharat

ଶ୍ରୀନଗରରେ ପ୍ରଧାନମନ୍ତ୍ରୀ: ‘ଧାରା 370 ନେଇ ଭ୍ରମିତ କରାଯାଉଥିଲା, ଏବେ ଖୋଲା ପବନର ନିଶ୍ବାସ ନେଉଛି କାଶ୍ମୀର’ - ଶ୍ରୀନଗରରେ ପ୍ରଧାନମନ୍ତ୍ରୀ

PM Modi in Srinagar: କାଶ୍ମୀରରେ ମୋଦି । ଶ୍ରୀନଗରରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ପରେ ସାଧାରଣ ସଭାକୁ କଲେ ସମ୍ବୋଧିତ । କହିଲେ 370 ଉଚ୍ଛେଦ ନେଇ କାଶ୍ମୀରବାସୀଙ୍କୁ ଭ୍ରମିତ କରାଯାଇଥିଲା । ଏବେ ବିକାଶପଥରେ କାଶ୍ମୀର । ଅଧିକ ପଢନ୍ତୁ

ଶ୍ରୀନଗରରେ ପ୍ରଧାନମନ୍ତ୍ରୀ: ଧାରା 370 ଉଚ୍ଛେଦ ପରେ ଖୋଲା ପବନରେ ନିଶ୍ବାସ ନେଉଛି ଜମ୍ମୁ କାଶ୍ମୀର

author img

By ETV Bharat Odisha Team

Published : Mar 7, 2024, 4:20 PM IST

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶ୍ରୀନଗରରେ ପର୍ଯ୍ୟଟନ, କୃଷି, ନିଯୁକ୍ତି ଭିତ୍ତିଭୂମି ସମ୍ପର୍କିତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ଜନସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି । କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତିକୁ ଅବର୍ଣ୍ଣନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାଶ୍ମୀରବାସୀଙ୍କ ଶ୍ରଦ୍ଧା ଓ ସମ୍ମାନକୁ ସେ କେବେ ଭୁଲିପାରିବେନାହିଁ ବୋଲି କହିଛନ୍ତି । କାଶ୍ମୀରର କେବଳ ଏକ ଭୂଖଣ୍ଡ ନୁହେଁ ବରଂ ଭାରତର ମସ୍ତକ ବୋଲି କହିବା ସହ ସୁଉଚ୍ଚ ମସ୍ତକ ବିକାଶ ଓ ସମ୍ମାନର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଜାମ୍ମୁ କାଶ୍ମୀରର ଗ୍ରୀଷ୍ମ ରାଜଧାନୀ କୁହାଯାଉଥିବା ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ଘାଟି ଏବେ ଖୋଲା ପବନରେ ନିଶ୍ବାସ ମାରିବାକୁ ଅବସର ପାଇଛି । ଦଶନ୍ଧି ଧରି କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଜମ୍ମୁ କଶ୍ମୀର ଏବଂ ସମଗ୍ର ଦେଶବାସୀଙ୍କୁ 370 ଧାରା ସମ୍ପର୍କରେ ବିଭ୍ରାନ୍ତ କରିଆସିଛନ୍ତି । ଧାରା-370 ଜାମ୍ମୁ କାଶ୍ମୀରର ଲୋକଙ୍କୁ ନୁହେଁ ବରଂ ଘାଟିର ନିର୍ଦ୍ଦିଷ୍ଟ ପରିବାରର ଲୋକଙ୍କୁ ଉପକୃତ କରୁଥିଲା । ଲୋକମାନେ ବୁଝି ସାରିଛନ୍ତି ଯେ ସେମାନେ ଅନ୍ୟ ଦଳଙ୍କ ଦ୍ବାରା ଭ୍ରମିତ ହୋଇଛନ୍ତି । ଏବେ ଘାଟିରେ 370 ନାହିଁ । ତେଣୁ ଜାମ୍ମୁ କାଶ୍ମୀରର ଯୁବପୀଢିଙ୍କ ଆକାଂକ୍ଷା ପୂରଣ ହେଉଛି ଏବଂ ସେମାନେ ଦେଶର ଅନ୍ୟ ଭାଗ ପରି ନୂତନ ସୁଯୋଗ ପାଇଛନ୍ତି । ଏବେ କାଶ୍ମୀରରେ ସମସ୍ତଙ୍କ ପାଇଁ ସମାନ ଅଧିକାର ଏବଂ ସୁଯୋଗ ରହିଛି ।"

ପ୍ରଧାନମନ୍ତ୍ରୀ କହିଛନ୍ତି, ପୁରା ବିଶ୍ବରେ କାଶ୍ମୀର ପର୍ଯ୍ୟାଟନର ଭିନ୍ନ ଏକ ପରିଚୟ ରହିଛି । ଏହାକୁ କେନ୍ଦ୍ର ସରକାର ଆହୁରି ପ୍ରଭାବୀ ସ୍ତରକୁ ନେବାପାଇଁ ପ୍ରୟାସ ଜାରି ରଖିଛନ୍ତି । ପର୍ଯ୍ୟଟନର ବିକାଶ ହେଲେ ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ । ‘ସ୍ବଦେଶ ଦର୍ଶନ’ ପରିଯୋଜନାର ଆରମ୍ଭ ହୋଇଛି । ଦେଶର ଅନ୍ୟ ପର୍ଯ୍ୟଟନ ସ୍ଥାନ ପାଇଁ 30 ପରିଯୋଜନାର ଶୁଭାରମ୍ଭ କରାଯାଇଛି । ‘ପ୍ରସାଦ ପରିଯୋଜନା’ରେ ଅଧିନରେ 3 ଯୋଜନାର ଶୁଭାରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଆଉଟ ସୋର୍ସିଂଙ୍କ ଫାଇଁ ଖୁସି ଖବର, ବଢିଲା ୨୫% ପାରିଶ୍ରମିକ

ଏହି ସମ୍ବୋଧନରେ ସେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ବିଜେପିର ରାଜନୈତିକ ମେଣ୍ଟର ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭୂମିକା କଥା ମନେ ପକାଇଛନ୍ତି । କାଶ୍ମୀର ପାଇଁ ଡ.ମୁଖାର୍ଜୀ ତ୍ୟାଗ କରିଛନ୍ତି । ଆଜି ମୋଦି ଓ ବିଜେପି କାଶ୍ମୀରବାସୀଙ୍କ ଭଲପାଇବା ଓ ବଶ୍ବାସ ଜିତିବାରେ ସଫଳ ହୋଇଛନ୍ତି । ଏକଥା ସେ କେବେ ହେଲେ ଭୁଲିବେ ନାହିଁ । ମୋଦି ଯେଉଁ ଗ୍ୟାରେଣ୍ଟି ଦିଅନ୍ତି, ତାହା ନିଶ୍ଚିୟ ପୂରଣ ମଧ୍ୟ କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.