ETV Bharat / bharat

ଆନ୍ଦୋଳନ ବେଳେ ଗଲା ଆଉ ଜଣେ କୃଷକଙ୍କ ଜୀବନ, ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି - କୃଷକ ଆନ୍ଦୋଳନ

Another Farmer Died: ଆନ୍ଦୋଳନବେଳେ ଚାଲିଗଲା ଆଉ ଜଣେ ଚାଷୀଙ୍କ ଜୀବନ। ଏହାକୁ ମିଶାଇ 'ଦିଲ୍ଲୀ ଚଲୋ' ଆନ୍ଦୋଳନବେଳେ ଚାଷୀ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ପାଇଛି। ଅଧିକ ପଢନ୍ତୁ

Farmer Died
Farmer Died
author img

By ETV Bharat Odisha Team

Published : Feb 19, 2024, 12:40 PM IST

Updated : Feb 19, 2024, 12:47 PM IST

ଚଣ୍ଡିଗଡ଼: ଆନ୍ଦୋଳନବେଳେ ଚାଲିଗଲା ଆଉ ଜଣେ ଚାଷୀଙ୍କ ଜୀବନ। ଏମଏସପି ଗ୍ୟାରେଣ୍ଟି ଭଳି ବିଭିନ୍ନ ଦାବିରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଯୋଗୁ କଡ଼ା ସୁରକ୍ଷା ବଳୟରେ ରହିଛି ହରିୟାଣା । କୃଷକମାନେ ପଞ୍ଜାବ ଓ ହରିୟାଣାରୁ ଦିଲ୍ଲୀ ଅଭିମୁଖେ ଯାଉଥିବାବେଳେ ସୀମାରେ ନାକାବନ୍ଦୀ କରିଛି ହରିୟାଣା ପୋଲିସ । ଏହାରି ଭିତରେ ଜଣେ ଆନ୍ଦୋଳନରତ ଚାଷୀ ପ୍ରାଣ ହରାଇଥିବା ଜଣାପଡ଼ିଛି । ପତଦର ଗାଁ ନିକଟ ଦିଲ୍ଲୀ-ସଙ୍ଗ୍ରୁର ଜାତୀୟ ରାଜପଥ ନିକଟରେ କିଷାନ ମୋର୍ଚ୍ଚାର ଜଣେ ସଦସ୍ୟଙ୍କର ହୃଦଘାତ ଜନିତ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାକୁ ମିଶାଇ ଆନ୍ଦୋଳନବେଳେ ଚାଷୀ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ପାଇଛି ।

ସୂଚନା ଅନୁସାରେ, ମୃତ ଚାଷୀଙ୍କ ପଟିଆଲା ସ୍ଥିତ କଙ୍ଗଠାଲା ଗ୍ରାମର ମନଜିତ ସିଂ ବୋଲି ଜଣାପଡ଼ିଛି । ମନସିଜ ଗତ 12 ତାରିଖରୁ ଗୁଜରନ ସୀମାରେ ଆନ୍ଦୋଳନ କରିଆସୁଥିଲେ। ସେହି ସମୟରେ ଆନ୍ଦୋଳନକାରୀଙ୍କ ପ୍ରତି ପୋଲିସ ପକ୍ଷରୁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ଗତକାଲି (ରବିବାର) ଅପରାହ୍ନ ସମୟରେ ହଠାତ୍ ମନଜିତ ଗୁରୁତର ହୋଇପଡ଼ିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଆନ୍ଦୋଳନକାରୀମାନେ ତୁରନ୍ତ ମନଜିତଙ୍କ ପାଇଁ ଫାଷ୍ଟ-ଏଡର ବ୍ୟବସ୍ଥା କରିଥିଲେ। ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଇଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପଟିଆଲା ସ୍ଥିତ ହସ୍ପିଟାଲକୁ ରେଫର କରିଥିଲେ ଡାକ୍ତର। ହେଲେ ହସ୍ପିଟାଲକୁ ଯିବା ବାଟରେ ତାଙ୍କର ଜୀବନ ଯାଇଥିବା ଜଣାପଡ଼ିଛି।

ଏହା ମଧ୍ୟ ପଢନ୍ତୁ...ଚାଷୀ-ସରକାରଙ୍କ ମଧ୍ୟରେ 4ର୍ଥ ପର୍ଯ୍ୟାୟ ବୈଠକ ଶେଷ, MSP ଉପରେ ସରକାର ରଖିଲେ ପ୍ରସ୍ତାବ

ଏହା ମଧ୍ୟ ପଢନ୍ତୁ...ଚାଷୀ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ସୀମାନ୍ତରେ ବେପାର ମାନ୍ଦା

ଏହା ପୂର୍ବରୁ ମଧ୍ୟ ଆନ୍ଦୋଳନରତ ଅବସ୍ଥାରେ ଆଉ ଜଣେ ଚାଷୀଙ୍କର ଜୀବନ ଯାଇଥିଲା । ସେ ହେଉଛନ୍ତି ପଞ୍ଜାବ ହରିଦାସପୁର ଜିଲ୍ଲାର ଜ୍ଞାନ ସିଂ। ତାଙ୍କ ବୟସ 79 ବର୍ଷ ବୟସ ହୋଇଥିବାବେଳେ ସେ ମଧ୍ୟ ହୃଦଘାତରେ ପ୍ରାଣ ହରାଇଥିବା କୁହାଯାଉଛି । ଶମ୍ଭୁ ବୋର୍ଡରରେ ଚାଲିଥିବା କୃଷକ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ଆନ୍ଦୋଳନ ସମୟରେ ଗତ 11 ତାରିଖରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମନଜିତ ସିଂଙ୍କ ମୃତ୍ୟୁକୁ ମିଶାଇ ବର୍ତ୍ତମାନ ଚାଲିଥିବା ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କ ସଂଖ୍ୟା 2ରେ ପହଞ୍ଚିଛି । ଅପରପକ୍ଷରେ, ଆନ୍ଦୋଳନବେଳେ ଜୀବନ ହାରିଥିବାରୁ କୃଷକ ସଂଗଠନ ପକ୍ଷରୁ ସେମାନଙ୍କୁ ଶହୀଦ ମାନ୍ୟତା ଦିଆଯାଇଛି ।

Last Updated : Feb 19, 2024, 12:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.