ETV Bharat / bharat

AP Shocker: ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା, B.Tech ଛାତ୍ର ଖଞ୍ଜିଥିଲା କ୍ୟାମେରା, 300 ଆପତ୍ତିଜନକ ଭିଡିଓ ଲିକ୍, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ - Hidden cameras inside girls hostel

author img

By ETV Bharat Odisha Team

Published : Aug 30, 2024, 3:34 PM IST

Updated : Aug 30, 2024, 4:24 PM IST

Hidden cameras inside girls' hostel of Engineering college; ଆନ୍ଧ୍ରରେ ଚାଞ୍ଚଲ୍ୟ । ଲେଡିଜ୍‌ ହଷ୍ଟେଲ ବାଥରୁମରେ ଗୁପ୍ତ କ୍ୟାମେରା ଥିବା ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ଥିବା ଏସଆର ଗୁଡଲାଭଲ୍ଲେରୁ ଇଂଜିନିୟରିଂ କଲେଜ ହଷ୍ଟେଲରୁ ଗୁପ୍ତ କ୍ୟାମେରା ଠାବ ହୋଇଛି । ଅଧିକ ପଢନ୍ତୁ

Hidden cameras inside girls' hostel
Hidden cameras inside girls' hostel (ETV Bharat Odisha)

ବିଜୟଓ୍ବାଡା: ଆନ୍ଧ୍ରରେ ଚାଞ୍ଚଲ୍ୟ । ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା । କ୍ରିଷ୍ଣା ଜିଲ୍ଲାର ଏକ ଇଂଜିନିୟରିଂ କଲେଜ ହଷ୍ଟେଲରୁ ଗୁପ୍ତ କ୍ୟାମେରା ଠାବ । ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା । କଲେଜର ଜଣେ ବି.ଟେକ୍‌ ଛାତ୍ର ଗୁପ୍ତ କ୍ୟାମେରା ଖଂଜିଥିବା ସୂଚନା । ଘଟଣା ସଂପର୍କରେ ଜଣାପଡ଼ିବା ପରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ। ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲାର ଏସଆର ଗୁଡଲାଭଲ୍ଲେରୁ ଇଂଜିନିୟରିଂ କଲେଜ ଲେଡିଜ୍ ହଷ୍ଟେଲ ବାଥରୁମରେ ଗୁପ୍ତ କ୍ୟାମେରା ଲାଗିଥିବା ଘଟଣା ସାମ୍ନାକୁ ଆସିବା ପରେ ଗୁରୁବାର ସମ୍ପୃକ୍ତ କଲେଜର ଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।

AP Shocker
AP Shocker (ETV Bharat Odisha)
  • ଓ୍ବାସରୁମରେ ଗୁପ୍ତ କ୍ୟାମେରା ଲଗାଇ ଆପତ୍ତିଜନକ ଫଟୋ, ଭିଡିଓ ସଂଗ୍ରହ
  • ୩୦୦ରୁ ଅଧିକ ଆପତ୍ତିଜନକ ଫଟୋ, ଭିଡିଓ ସଂଗ୍ରହ ପରେ ବିକ୍ରି
  • ସମ୍ପୃକ୍ତ କଲେଜର ଜଣେ ବି.ଟେକ୍‌ ଛାତ୍ର କ୍ୟାମେରା ଖଂଜିଥିବା ପୋଲିସ ସୂଚନା
  • ଘଟଣା ସଂପର୍କରେ ଜଣାପଡ଼ିବା ପରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ
  • ଅଭିଯୁକ୍ତ ଛାତ୍ରକୁ ଗିରଫ ସହ ତଦନ୍ତ ଜାରି ରଖିଛି ଆନ୍ଧ୍ର ପୋଲିସ

କୋଲକାତା ଆରଜି କର ମେଡିକାଲ ଦୁଷ୍କର୍ମ ଘଟଣାରେ ନ୍ୟାୟ ଦାବିରେ ସାରା ଦେଶରେ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମାଜର ସମସ୍ତ ବର୍ଗ ନ୍ୟାୟ ଦାବି କରୁଥିବା ବେଳେ ଏହି ଘଟଣାରେ ମଧ୍ୟ ସମାନ ସ୍ବର ଉଠିଛି । ଆମକୁ ନ୍ୟାୟ ମିଳୁ । ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆନ୍ଦୋଳନରତ ଛାତ୍ରୀ ଦାବି କରିଛନ୍ତି । ଏହା ମାମଲାରେ ଆନ୍ଧ୍ର ପ୍ରଦେଶ ସରକାର ଜଣଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ସମ୍ପୃକ୍ତ କଲେଜର ବି.ଟେକ୍ ଶେଷ ବର୍ଷ ଛାତ୍ର । ଅଭିଯୁକ୍ତ ନାମ ବିଜୟ ଏବଂ ସେ ୩୦୦ରୁ ଅଧିକ ଅଶ୍ଲୀଳ ଭିଡିଓ ଅନ୍ୟ ଛାତ୍ରଙ୍କୁ ବିକ୍ରି କରିଥିବା ସୂଚନା ପାଇଛି ପୋଲିସ । କାରଣ ତାର ଜବତ ଲ୍ୟାପଟପରୁ ପୋଲିସକୁ ୩୦୦ରୁ ଅଧିକ ଅଶ୍ଲୀଳ ଭିଡିଓ ମିଳିଛି ।

ଓ୍ବାସରୁମରେ ଗୁପ୍ତ କ୍ୟାମେରା
ଓ୍ବାସରୁମରେ ଗୁପ୍ତ କ୍ୟାମେରା (ETV Bharat Odisha)

ଏହା ବି ପଢନ୍ତୁ- ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ‘ମି-ଠୁ’; ନିର୍ଦ୍ଦେଶକ ରଞ୍ଜିତଙ୍କ ନାଁରେ ପୁଣି ଯୌନ ଶୋଷଣ ମାମଲା; ପୂର୍ବରୁ ସମାନ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ - Man Alleges Sexual Abuse by Ranjith

ଏପଟେ ଶହ ଶହ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବା ପରେ ତତ୍ପର ହେଲା ପୋଲିସ । ଗୁପ୍ତ କ୍ୟାମେରା ଲଗାଇ ଫଟୋ, ଭିଡିଓ ବିକ୍ରି କରିଥିଲା ଉକ୍ତ ଛାତ୍ର । କଲେଜ ଏବଂ କଲେଜ ବାହାରର କିଛି ଛାତ୍ରଙ୍କୁ ଫଟୋ, ଭିଡିଓ ବିକ୍ରି କରିଥିଲା ଅଭିଯୁକ୍ତ ଛାତ୍ର । ଗୁରୁବାର ସନ୍ଧ୍ୟାରେ ଓ୍ବାସରୁମରେ କ୍ୟାମେରା ଲାଗିଥିବା ଜାଣିବାକୁ ପାଇଥିଲେ କିଛି ଛାତ୍ରୀ । ଏହା ପରେ କଲେଜ ଏବଂ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏହା ପରେ କ୍ୟାମ୍ପସ ସୁରକ୍ଷା ଏବଂ ନ୍ୟାୟ ଦାବି ଜୋର ଧରିଥିଲା ।

ଏହା ପରେ ନ୍ୟାୟ ଦାବିରେ ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇବା ସହିତ ଗୁରୁବାର ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଶୁକ୍ରବାର ମଧ୍ୟ ଜାରି ରହିଛି । ଏହା ସହିତ ଘଟଣାରେ ଅନ୍ୟ କିଏ କିଏ ସମ୍ପୃକ୍ତ ଏହାର ତଦନ୍ତ ଦାବି ହୋଇଛି ।

ତେବେ ଦେଶରେ ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଲେଡିଜ ବାଥରୁମରେ ସିକ୍ରିଟ କ୍ୟାମେରା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଗତ ୧୬ ତାରିଖରେ ଉତ୍ତରାଖଣ୍ଡର ଏକ ରେଷ୍ଟୁରାଣ୍ଟରେ ଲେଡିଜ ହଷ୍ଟେଲରେ ଫୋନ କ୍ୟାମେରା ମିଳିଥିଲା ।

Last Updated : Aug 30, 2024, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.