ETV Bharat / bharat

ହଠାତ୍‌ ବିଗିଡିଲା ଆନ୍ଧ୍ର ରାଜ୍ୟପାଳଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି - Andhra Governor hospitalized - ANDHRA GOVERNOR HOSPITALIZED

Andhra Governor Abdul Nazeer hospitalized: ଆନ୍ଧ୍ର ରାଜ୍ୟପାଳ ଅସୁସ୍ଥ । ବିଜୟଓ୍ବାଡାର ଏକ ହସ୍ପିଟାଲରେ ଚିକିତ୍ସା ଜାରି । ଅସୁସ୍ଥତାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ବିଗିଡିଲା ଆନ୍ଧ୍ର ରାଜ୍ୟପାଳଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

author img

By ETV Bharat Odisha Team

Published : Mar 23, 2024, 10:26 PM IST

Updated : Mar 24, 2024, 8:52 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ସଏଦ ଅବଦ୍ଦୁଲ ନଜିର ହଠାତ୍‌ ଅସୁସ୍ଥ ହୋଇପଡିଛନ୍ତି । ଗତକାଲି (ଶନିବାର) ସନ୍ଧ୍ୟାରେ କୌଣସି କାରଣରୁ ହଠାତ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜୟଓ୍ବାଡାର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ଓ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା ଜାରି ରଖଛନ୍ତି । ହେଲେ ଅସୁସ୍ଥତାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂତ୍ରରୁ ସୂଚନା ମିଳିଛି ।

ରାଜଭବନ ଲୋକସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳଙ୍କ ହଠାତ୍ କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା । ତାଙ୍କୁ ଗତକାଲି ଅପରାହ୍ନରେ ତାଙ୍କର ସହଯୋଗୀ ଓ ସୁରକ୍ଷାକର୍ମୀ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ବାରା ତାଙ୍କ ଚିକିତ୍ସା ଏବେ ଜାରି ରହିଛି । ଗତବର୍ଷ ଫେବୃଆରୀରେ ଆନ୍ଧ୍ରର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ସଏଦ ଅବଦ୍ଦୁଲ ନଜିର । ବିଶ୍ବଭୂଷଣ ହରିଚନ୍ଦନଙ୍କ ବଦଳି ପରେ ସେ ଏହି ସାମ୍ବିଧାନିକ ପଦବୀରେ ନିଯୁକ୍ତି ପାଇଥିଲେ । ପୂର୍ବରୁ ସେ ସର୍ବୋଚ୍ଚ କୋର୍ଟରେ ଜଣେ ବିଚାରପତି ଭାବରେ ଦୀର୍ଘ ବର୍ଷ ଧରି କାମ କରିଥିଲେ ।

ଏହା ମଧ୍ୟ ପଢନ୍ତୁ : ଶେଷ ହେଲା ସଦଗୁରୁଙ୍କ ବ୍ରେନ ସର୍ଜରୀ, ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ସୁପ୍ରିମକୋର୍ଟର ବିଚାରପତି ଥିବାବେଳେ ସଏଦ ଅବଦ୍ଦୁଲ ନଜିର ଅନେକ ସମ୍ବେଦନଶୀଳ ଓ ଚର୍ଚ୍ଚିତ ମାମଲାର ଖଣ୍ଡପୀଠ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ତିନ ତଲାକ୍ ମାମଲା, ବିମୁଦ୍ରୀକରଣ ପରି ବିବାଦୀୟ ତଥା ଚର୍ଚ୍ଚିତ ମାମଲା ସହ ରାମ ଜନ୍ମଭୂମି-ବାବ୍ରୀ ମସିଦ ରାୟ ଘୋଷଣା କରିଥିବା ସାମ୍ବିଧାନିକ ଖଣ୍ଡପୀଠର ସେ ସଦସ୍ୟ ମଧ୍ୟ ଥିଲେ । ରାମ ଜନ୍ମଭୂମି ମାମଲାର ଖଣ୍ଡପୀଠରେ ଏକମାତ୍ର ମୁସଲିମ ବିଚାରପତି ଥିଲେ ଜଷ୍ଟିସ ନଜିର । ସେ ଗତବର୍ଷ ଜାନୁଆରୀ ୪ ତାରିଖରେ ବିଚାରପତି ଭାବେ ଅବସର ନେଇଥିଲେ ।

ନଜିର କର୍ଣ୍ଣାଟକ ହାଇକୋର୍ଟରେ ଆଇନଜୀବୀ ଭାବେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ୨୦୦୩ରେ କର୍ଣ୍ଣାଟକ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଏବଂ ୨୦୦୪ ମସିହାରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ । ଏହାପରେ ୨୦୧୭ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 24, 2024, 8:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.