ETV Bharat / bharat

ଅମିତ ଶାହ ଫେକ ଭିଡିଓ ଘଟଣା, ତେଲେଙ୍ଗାନା କଂଗ୍ରେସର ଜଣେ କର୍ମୀ ଗିରଫ - Amit Shah Fake Video Case - AMIT SHAH FAKE VIDEO CASE

AMIT SHAH FAKE VIDEO CASE: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫେକ ଭିଡିଓ ଘଟଣା । ତେଲେଙ୍ଗାନା କଂଗ୍ରେସର ଜଣେ କର୍ମୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

AMIT SHAH FAKE VIDEO CASE
AMIT SHAH FAKE VIDEO CASE (Representational Image (ANI Photo))
author img

By ETV Bharat Odisha Team

Published : May 3, 2024, 8:52 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡିପଫେକ ଭିଡଓ ଘଟଣା । ଆଜି (ଶୁକ୍ରବାର) ଦିଲ୍ଲୀ ପୋଲିସ ତେଲେଙ୍ଗାନା କଂଗ୍ରେସ କର୍ମୀ ଅରୁଣ ରେଡ୍ଡିଙ୍କୁ ଗିରଫ କରିଛି । ଏହି ଭିଡିଓକୁ ସର୍କୁଲେଟ କରିବା ଅଭିଯୋଗରେ ଗତ କିଛି ଦିନ ତଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ସମେତ କିଛି କଂଗ୍ରେସ କର୍ମୀଙ୍କ ବିରୋଧରେ ଦିଲ୍ଲୀ ସାଇବର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ରେବନ୍ତ ରେଡ୍ଡିଙ୍କ ସମେତ କିଛି କର୍ମୀଙ୍କୁ ସମନ ମଧ୍ୟ ଜାରି କରିଥିଲା ।

କଂଗ୍ରେସ ନେତା ମଣିକମ ଟାଗୋଟରଙ୍କ କହିବାନୁସାରେ ଦିଲ୍ଲୀ ପୋଲିସ ପ୍ରାୟ 24 ଘଣ୍ଟା ଧରି ଅରୁଣଙ୍କୁ ଅଟକ ରଖିଛି । ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେ ଦାବି କରିଛନ୍ତି । ଏନେଇ ସେ ଏକ୍ସ ସାଇଟରେ ଏକ ପୋଷ୍ଟ କରିଛନ୍ତି । ଅନ୍ୟପଟେ ଏ ନେଇ ହାଇଦ୍ରାବାଦ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତି ଅନୁସାରେ, ଗତ ଏପ୍ରିଲ 27 ତାରିଖରେ ଜଣେ ବିଜେପି ନେତା ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ବିରୋଧରେ ଅଭିଯୋଗ ଆଣିଥିଲେ । ତେଲେଙ୍ଗାନା କଂଗ୍ରେସ ୟୁନିଟ ପକ୍ଷରୁ ଅମିତ ଶାହଙ୍କ ଏକ ଫେକ ଭିଡିଓ ସେୟାର କରାଯାଇଥିବା ଅଭିଯୋଗ ହୋଇଥିଲା ।

ଏହା ବି ପଢନ୍ତୁ- ଅମିତ ଶାହଙ୍କ ଫେକ୍‌ ଭିଡିଓ, ତେଲେଙ୍ଗାନା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୋଲିସର ସମନ

ସେପଟେ ଏପ୍ରିଲ 29 ତାରିଖରେ ଏହି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଓ କିଛି କର୍ମୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ସମନ ଜାରି କରିଥିଲା । ମେ ପହିଲାରେ ଦିଲ୍ଲୀ ପୋଲିସର ସାଇବର ୟୁନିଟ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ନିଜ ମୋବାଇଲ ଫୋନ ସହ ଅନ୍ୟ ବୈଦ୍ୟୁତିକ ଡିଭାଇସ ସାଇବର ୟୁନିଟ ନିକଟରେ ଦାଖଲ କରିବା ଲାଗି କୁହାଯାଇଛି । ବିଜେପି ଏନେଇ ଅଭିଯୋଗ କରିବା ପରେ ଦିଲ୍ଲୀ ପୋଲିସ 153/153A/465/469/171G IPC ଓ 66C-IT ଆକ୍ଟ ଅନୁସାରେ ମାମଲା ରୁଜୁ କରିଥିଲା ।

ଏହା ବି ପଢନ୍ତୁ-ସଂରକ୍ଷଣ ପ୍ରସଙ୍ଗରେ ଶାହଙ୍କ ଫେକ୍ ଭିଡିଓ ଭାଇରାଲ, ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ପ୍ରକୃତ ଭିଡିଓରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିଜେପି ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ମୁସଲିମଙ୍କ ପାଇଁ ଥିବା 4 ପ୍ରତିଶତ ସଂରକ୍ଷଣକୁ ହଟାଇବ । ମାତ୍ର ଫେକ ଭିଡିଓରେ କୁହାଯାଇଛି ଯେ 'ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମେତ ସମସ୍ତ ବର୍ଗ ପାଇଁ ଥିବା ସଂରକ୍ଷଣକୁ ସମ୍ପୂର୍ଣ୍ଣ ଭାବେ ହଟାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.